Posted inଜାତୀୟ

ସିଙ୍ଗାପୁର ଯାତ୍ରାକୁ ଅନୁମତି ନ ଦେବା ଅନ୍ୟାୟ, ମୋଦିଙ୍କୁ ଚିଠି ଲେଖିଲେ କେଜ୍ରିଓ୍ବାଲ…

ନୂଆଦିଲ୍ଲୀ,୧୭।୭ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କହିଛନ୍ତି ଯେ ତାଙ୍କୁ ଭାରତର ପ୍ରତିନିଧିତ୍ୱ କରିବାକୁ ସିଙ୍ଗାପୁର ଯିବାକୁ ଅନୁମତି ନଦେବା ଅନ୍ୟାୟ। କେଜ୍ରିୱାଲଙ୍କୁ ବିଶ୍ୱ ସହର ସମ୍ମିଳନୀ (ଡବ୍ଲୁସିଏସ) କୁ ନିମନ୍ତ୍ରଣ କରାଯାଇଛି। ଯେଉଁଠାରେ ସେ ଶାସନର ’ଦିଲ୍ଲୀ ମଡେଲ’ ଉପରେ ଆଲୋଚନା କରିବାକୁ ଯୋଜନା କରିଛନ୍ତି।

ଦିଲ୍ଲୀ ସରକାରଙ୍କ ମୁଖପାତ୍ରଙ୍କ ଅନୁଯାୟୀ ସିଏମ ଅରବିନ୍ଦ କେଜ୍ରିୱାଲ ଅଗଷ୍ଟ ୨-୩ରେ ହେବାକୁ ଥିବା ବିଶ୍ୱ ସହର ସମ୍ମିଳନୀ (ଡବ୍ଲୁସିଏସ) ରେ ଯୋଗଦେବା ପାଇଁ ସିଙ୍ଗାପୁର ଗସ୍ତର ମଞ୍ଜୁରୀ ମିଳିବାରେ ବିଳମ୍ବକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଗସ୍ତକୁ ରୋକିବା ଦେଶର ସ୍ବାର୍ଥ ବିରୁଦ୍ଧ ବୋଲି କେଜ୍ରିଓ୍ବାଲ କହିଛନ୍ତି।

କେଜ୍ରିୱାଲ ଏହି ଚିଠିରେ କହିଛନ୍ତି ଯେ ଦିଲ୍ଲୀ ମଡେଲ ବିଷୟରେ ବିଶ୍ୱ ଜାଣିବାକୁ ଚାହୁଁଛି, ଯାହା ଜାତୀୟ ଗର୍ବର ବିଷୟ ଏବଂ ସେ ଏହି ସମ୍ମିଳନୀରେ ବିଶ୍ୱ ନେତାମାନଙ୍କୁ ଦିଲ୍ଲୀ ମଡେଲ ବିଷୟ ଜଣାଇବେ। କେଜ୍ରିୱାଲ ଏହି ଯାତ୍ରା ପାଇଁ ତୁରନ୍ତ ଅନୁମୋଦନ ଲୋଡିଛନ୍ତି।
ଦିଲ୍ଲୀର ଜଣେ ସରକାରୀ ଅଧିକାରୀଙ୍କ କହିବାନୁସାରେ, ମୁଖ୍ୟମନ୍ତ୍ରୀ ବିଳମ୍ବକୁ ଭୁଲ ବୋଲି କହିଛନ୍ତି। ବିଶ୍ୱ ଶିଖର ସମ୍ମିଳନୀରେ ଦିଲ୍ଲୀ ମଡେଲ ଉପସ୍ଥାପନ କରିବାକୁ ସିଙ୍ଗାପୁର ସରକାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହାକୁ ବିଶ୍ୱ ନେତାଙ୍କ ନିକଟରେ ଉପସ୍ଥାପନ କରାଯିବ।

ଜୁନ ୭ ରେ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଏକ ସରକାରୀ ବିଦେଶୀ ଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅନୁମୋଦନ ମାଗିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ଅନୁମୋଦନ ମିଳିନାହିଁ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ମନ୍ତ୍ରୀ ଏବଂ ଅମଲାତନ୍ତ୍ର ବିଦେଶ ଯାତ୍ରା ପାଇଁ ବହିର୍ବ୍ୟାପାରମନ୍ତ୍ରଣାଳୟର ଅନୁମୋଦନ ଆବଶ୍ୟକ କରନ୍ତି। ସରକାରୀ କର୍ମଚାରୀମାନେ ପ୍ରଶାସନିକ ଅନୁମୋଦନ ଆବଶ୍ୟକ କରନ୍ତି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ଉପରାଜ୍ୟପାଳଙ୍କ ପକ୍ଷରୁ ପ୍ରଶାସନିକ ଅନୁମୋଦନ ଆବଶ୍ୟକ। ପ୍ରଶାସନିକ ଅନୁମୋଦନ ପରେ ବହିର୍ବ୍ୟାପାର ମନ୍ତ୍ରଣାଳୟରୁ ରାଜନୈତିକ ଅନୁମୋଦନ ମଧ୍ୟ ଆବଶ୍ୟକ। ଦୁଇଟି ଅନୁମୋଦନ ବିନା ବିଦେଶୀ ଯାତ୍ରା କରାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri