Posted inଜାତୀୟ

ସିଙ୍ଗାପୁର ଯାତ୍ରାକୁ ଅନୁମତି ନ ଦେବା ଅନ୍ୟାୟ, ମୋଦିଙ୍କୁ ଚିଠି ଲେଖିଲେ କେଜ୍ରିଓ୍ବାଲ…

ନୂଆଦିଲ୍ଲୀ,୧୭।୭ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କହିଛନ୍ତି ଯେ ତାଙ୍କୁ ଭାରତର ପ୍ରତିନିଧିତ୍ୱ କରିବାକୁ ସିଙ୍ଗାପୁର ଯିବାକୁ ଅନୁମତି ନଦେବା ଅନ୍ୟାୟ। କେଜ୍ରିୱାଲଙ୍କୁ ବିଶ୍ୱ ସହର ସମ୍ମିଳନୀ (ଡବ୍ଲୁସିଏସ) କୁ ନିମନ୍ତ୍ରଣ କରାଯାଇଛି। ଯେଉଁଠାରେ ସେ ଶାସନର ’ଦିଲ୍ଲୀ ମଡେଲ’ ଉପରେ ଆଲୋଚନା କରିବାକୁ ଯୋଜନା କରିଛନ୍ତି।

ଦିଲ୍ଲୀ ସରକାରଙ୍କ ମୁଖପାତ୍ରଙ୍କ ଅନୁଯାୟୀ ସିଏମ ଅରବିନ୍ଦ କେଜ୍ରିୱାଲ ଅଗଷ୍ଟ ୨-୩ରେ ହେବାକୁ ଥିବା ବିଶ୍ୱ ସହର ସମ୍ମିଳନୀ (ଡବ୍ଲୁସିଏସ) ରେ ଯୋଗଦେବା ପାଇଁ ସିଙ୍ଗାପୁର ଗସ୍ତର ମଞ୍ଜୁରୀ ମିଳିବାରେ ବିଳମ୍ବକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଗସ୍ତକୁ ରୋକିବା ଦେଶର ସ୍ବାର୍ଥ ବିରୁଦ୍ଧ ବୋଲି କେଜ୍ରିଓ୍ବାଲ କହିଛନ୍ତି।

କେଜ୍ରିୱାଲ ଏହି ଚିଠିରେ କହିଛନ୍ତି ଯେ ଦିଲ୍ଲୀ ମଡେଲ ବିଷୟରେ ବିଶ୍ୱ ଜାଣିବାକୁ ଚାହୁଁଛି, ଯାହା ଜାତୀୟ ଗର୍ବର ବିଷୟ ଏବଂ ସେ ଏହି ସମ୍ମିଳନୀରେ ବିଶ୍ୱ ନେତାମାନଙ୍କୁ ଦିଲ୍ଲୀ ମଡେଲ ବିଷୟ ଜଣାଇବେ। କେଜ୍ରିୱାଲ ଏହି ଯାତ୍ରା ପାଇଁ ତୁରନ୍ତ ଅନୁମୋଦନ ଲୋଡିଛନ୍ତି।
ଦିଲ୍ଲୀର ଜଣେ ସରକାରୀ ଅଧିକାରୀଙ୍କ କହିବାନୁସାରେ, ମୁଖ୍ୟମନ୍ତ୍ରୀ ବିଳମ୍ବକୁ ଭୁଲ ବୋଲି କହିଛନ୍ତି। ବିଶ୍ୱ ଶିଖର ସମ୍ମିଳନୀରେ ଦିଲ୍ଲୀ ମଡେଲ ଉପସ୍ଥାପନ କରିବାକୁ ସିଙ୍ଗାପୁର ସରକାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହାକୁ ବିଶ୍ୱ ନେତାଙ୍କ ନିକଟରେ ଉପସ୍ଥାପନ କରାଯିବ।

ଜୁନ ୭ ରେ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଏକ ସରକାରୀ ବିଦେଶୀ ଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅନୁମୋଦନ ମାଗିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ଅନୁମୋଦନ ମିଳିନାହିଁ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ମନ୍ତ୍ରୀ ଏବଂ ଅମଲାତନ୍ତ୍ର ବିଦେଶ ଯାତ୍ରା ପାଇଁ ବହିର୍ବ୍ୟାପାରମନ୍ତ୍ରଣାଳୟର ଅନୁମୋଦନ ଆବଶ୍ୟକ କରନ୍ତି। ସରକାରୀ କର୍ମଚାରୀମାନେ ପ୍ରଶାସନିକ ଅନୁମୋଦନ ଆବଶ୍ୟକ କରନ୍ତି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ଉପରାଜ୍ୟପାଳଙ୍କ ପକ୍ଷରୁ ପ୍ରଶାସନିକ ଅନୁମୋଦନ ଆବଶ୍ୟକ। ପ୍ରଶାସନିକ ଅନୁମୋଦନ ପରେ ବହିର୍ବ୍ୟାପାର ମନ୍ତ୍ରଣାଳୟରୁ ରାଜନୈତିକ ଅନୁମୋଦନ ମଧ୍ୟ ଆବଶ୍ୟକ। ଦୁଇଟି ଅନୁମୋଦନ ବିନା ବିଦେଶୀ ଯାତ୍ରା କରାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri