‘ଘଟଣାର ଜଡ଼ରେ ପହଞ୍ଚିବା ସାମ୍ବାଦିକଙ୍କ ଦାୟିତ୍ୱ’

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା):ସାମ୍ବାଦିକତା ହେଉଛି ସର୍ବପୁରାତନ ଜୀବିକା। କାହିଁ କେଉଁ କାଳରୁ ମଣିଷ ହୁଅନ୍ତୁ ବା ପ୍ରାଣୀ ଜୀବନ ଜୀବିକା ନିର୍ବାହ ପାଇଁ ଖାଦ୍ୟ ସମ୍ପର୍କରେ ସାଥୀଙ୍କୁ ସୂଚନା ଦେଇଥା’ନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସମାଜକୁ ଠିକ୍‌ ସୂଚନା ପହଞ୍ଚାଇବାର ଦାୟିତ୍ୱ ଗଣମାଧ୍ୟମ ବହନ କରୁଛି। ପ୍ରତ୍ୟେକ ଘଟଣା ଖୁବ୍‌ଶୀଘ୍ର ବ୍ୟାପିଯାଉଛି। ତେବେ ଲୋକଙ୍କ ପାଖରେ କୌଣସି ଘଟଣାର ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ପ୍ରସାରଣ ପାଇଁ ଗଣମାଧ୍ୟମ ବ୍ୟଗ୍ର ଥିବାବେଳେ ତା’ର ଜଡ଼କୁ ଯିବାକୁ ଅନେକେ ଚାହୁଁନାହାନ୍ତି। ତେଣୁ ପ୍ରତି ଘଟଣାର ଜଡ଼କୁ ଯାଇ ସାମ୍ବାଦିକମାନେ ଠିକ୍‌ ତଥ୍ୟଯୁକ୍ତ ଖବର ଲୋକଲୋଚନକୁ ଆଣିବା ଓ ତାହାକୁ ନିଜ ଗଣମାଧ୍ୟମରେ ସ୍ଥାନିତ କରିବାକୁ ସମ୍ପାଦକ ସମ୍ମତି ଦେବା ଜରୁରୀ। ଭୁବନେଶ୍ୱର ଗୋଠପାଟଣାସ୍ଥିତ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ସ୍କୁଲ ଅଫ୍‌ କମ୍ୟୁନିକେଶନ ପକ୍ଷରୁ ଅନୁଷ୍ଠିତ ପ୍ରଥମ ‘ସମ୍ପାଦକ ସମ୍ମିଳନୀ’ରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଯୋଗଦେଇ ଏହା କହିଛନ୍ତି।
ଶୁକ୍ରବାର କ୍ୟାମ୍ପସ୍‌ ପରିସରରେ ଆୟୋଜିତ ଏହି କନ୍‌କ୍ଲେଭରେ ୨ଟି ଅଧିବେଶନରେ ‘ଗଣମାଧ୍ୟମର ପରିବର୍ତ୍ତନ: ଗଣମାଧ୍ୟମ ସମ୍ପାଦକଙ୍କ ଦୃଷ୍ଟିକୋଣ’ ଏବଂ ‘ମିଡିଆ ସ୍ବାଧୀନତାର ଭବିଷ୍ୟତ କର୍ପୋରେଟ୍‌ ପ୍ରଭାବ, ସମ୍ପାଦକୀୟ ସ୍ବାଧୀନତା ଓ ନିୟାମକ ଆହ୍ବାନ’ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା। ପ୍ରଥମ ଅଧିବେଶନରେ ବିର୍ଲା ସ୍କୁଲ ଅଫ୍‌ କମ୍ୟୁନିକେଶନର ଡିନ୍‌ ଶିବ ଶଙ୍କର ଦାସ ସ୍ବାଗତ ଭାଷଣ ଦେଇ କହିଲେ, ସମ୍ପାଦକ ସମ୍ମିଳନୀ ହେଉଛି ଛାତ୍ରୀଛାତ୍ରଙ୍କୁ ବାସ୍ତବ ଦୁନିଆର ଆହ୍ବାନ ଓ ଗଣମାଧ୍ୟମ ଚିନ୍ତାଧାରା ସହିତ ଯୋଡ଼ିହେବା ପାଇଁ ଆମ ଲକ୍ଷ୍ୟର ଏକ ପ୍ରତିଫଳନ। ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ, ଓଡ଼ିଶା ଲାଇଭ୍‌ର ସମ୍ପାଦକ ନୀଳାମ୍ବର ରଥ ଯୋଗ ଦେଇଥିବାବେଳେ ଆଉଟ୍‌ଲୁକ୍‌ର ପୂର୍ବତନ ମୁଖ୍ୟ ସମ୍ପାଦକ ରୁବେନ ବାନାର୍ଜୀ ଭର୍ଚୁଆଲରେ ଯୋଡ଼ିହୋଇଥିଲେ। ଏହି ଅବସରରେ ତଥାଗତ ସାମ୍ବାଦିକତାର ବିକଶିତ ଦୃଶ୍ୟପଟ ଉପରେ ଅର୍ନ୍ତଦୃଷ୍ଟିପୂର୍ଣ୍ଣ ଆଲୋଚନା କରି ଡିଜିଟାଲ ଯୁଗରେ ସମ୍ପାଦକୀୟ ନେତୃତ୍ୱରେ ପରିବର୍ତ୍ତନଶୀଳ ଭୂମିକା, ଦାୟିତ୍ୱ ଓ ଆହ୍ବାନ ଉପରେ ଗୁରୁତ୍ୱାରୋପ କରିଥିଲେ। ପହଲଗାମ ଘଟଣାର ଉଦାହରଣ ଦେଇ ସେ କହିଲେ, ଆତଙ୍କବାଦୀ ଆକ୍ରମଣ ପରେ କ’ଣ ପଦକ୍ଷେପ ନିଆଯିବ ତାହା ଜାଣିବା ପାଇଁ ସମସ୍ତେ ଚାହାନ୍ତି। ମାତ୍ର ଏତେ ବଡ଼ ଅଘଟଣ ଘଟିବାର ମୂଳ କାରଣ ଉପରେ କେହି ତଥ୍ୟ ଉପସ୍ଥାପନ କରୁନାହାନ୍ତି। ତେଣୁ ଏଭଳି ଘଟଣାର କାରଣ ଜଣାପଡ଼ିଲେ ଭବିଷ୍ୟତ ପାଇଁ ଏହାର ନିରାକରଣ କରାଯାଇପାରିବ। ସତ୍ୟ ସର୍ବସମ୍ମୁଖକୁ ଆଣିବା ଜଣେ ସାମ୍ବାଦିକତାର ଦାୟିତ୍ୱ ହେବା ଉଚିତ। ନୀଳାମ୍ବର ରଥ ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତାର ଭବିଷ୍ୟତ ବିଷୟରେ ତାଙ୍କର ଅଭିଜ୍ଞତା ଓ ଅନୁଭୂତି ବାଣ୍ଟିଥିଲେ। ସମ୍ବାଦିକତାରେ ଭବିଷ୍ୟତ ଗଢ଼ିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି ସେ କହିଲେ, ଦିନକୁ ଦିନ ଦର୍ଶକ ବା ପାଠକଙ୍କ ରୁଚି ବଦଳୁଛି। ସାମ୍ବାଦିକତାରେ ସଫଳତା ପାଇଁ ନିଜ ଦକ୍ଷତା ଉପରେ ଗୁରୁତ୍ୱ ଦେବା ସହ ଅତ୍ୟାଧୁନିକ ଟେକ୍ନାଲୋଜିକୁ ଆପଣେଇ ସମୟାନୁସାରେ ପରିବର୍ତ୍ତନ ହେଉଥିବା ଧାରା ସହ ଖାପ ଖୁଆଇବା ପାଇଁ ନିଜକୁ ପ୍ରସ୍ତୁତ କରିବା ଦରକାର। ରୁବେନ ବାନାର୍ଜୀ କହିଛନ୍ତି, ବର୍ତ୍ତମାନ ସୋସିଆଲ ମିଡିଆ, ଏପରିକି ପ୍ରମୁଖ ଗଣମାଧ୍ୟମରେ ମଧ୍ୟ ଭୁଲ୍‌ ସୂଚନା ପ୍ରସାରିତ ହେଉଛି। ଭୁଲ୍‌ ସୂଚନା ଓ ପ୍ରାୟୋଜିତ ଭ୍ରମାତ୍ମକ ସୂଚନା ପ୍ରଦାନ ସାମ୍ବାଦିକତା କ୍ଷେତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ସେ କହିଥିଲେ। ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସର ଅନ୍ବେଷା ପାଢ଼ୀ ଏହି ଅଧିବେଶନର ସଞ୍ଚାଳନ କରିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି କୁଳଭୂଷଣ ବାଲୁନି ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଦ୍ୱିତୀୟ ଅଧିବେଶନରେ ବିବିସି ଡିଜିଟାଲ କଣ୍ଟେଣ୍ଟ ଏଡିଟର ସର୍ବପ୍ରିୟା ସଙ୍ଗଓ୍ବାନ୍‌ ଭର୍ଚୁଆଲରେ ଯୋଡ଼ି ହୋଇଥିବବେଳେ ନ୍ୟୁଜ୍‌ରୁମ୍‌ର ସମ୍ପାଦକ ମନୋରଞ୍ଜନ ମିଶ୍ର, ଏମବିସି ଟିଭିର ସମ୍ପାଦକ ଅଶୋକ କୁମାର ପଣ୍ଡା ଏବଂ ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟମିଶ୍ର ଯୋଗଦେଇ ସମ୍ପ୍ରତି ଗଣମାଧ୍ୟମର ସ୍ବାଧୀନତା ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିର୍ଲା ସ୍କୁଲ ଅଫ୍‌ କମ୍ୟୁନିକେଶନର ଆସିଷ୍ଟାଣ୍ଟ ପ୍ରଫେସର ଡ. ମେହୁଲ ଅଗ୍ରଓ୍ବାଲ ଏହି ଅଧିବେଶନର ପରିଚାଳନା କରିଥିଲେ। ବିଭିନ୍ନ ବିଭାଗର ଛାତ୍ରୀଛାତ୍ର, ଅଧ୍ୟାପିକାଅଧ୍ୟାପକ ଯୋଗଦେଇଥିବାବେଳେ ବିର୍ଲା ସ୍କୁଲ ଅଫ୍‌ କମ୍ୟୁନିକେଶନର ଆସିଷ୍ଟାଣ୍ଟ ପ୍ରଫେସର ଡ. ଜ୍ଞାନରଞ୍ଜନ ମିଶ୍ର ଉଦ୍‌ଯାପନୀ ମନ୍ତବ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏପ୍ରିଲ ୩ ଯାଏ ଝଡ଼ବର୍ଷା: ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ଏବେ ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri