କୋଟିଆ ପରେ ଏବେ ରାଇପାହାଡ଼: ଆନ୍ଧ୍ରରେ ମିଶିବାକୁ ସୀମାନ୍ତବାସୀଙ୍କ ଇଚ୍ଛା

ନନ୍ଦପୁର,୨୬ା୪(ତୁଷାର କାନ୍ତ ମହାନ୍ତି):ଆନ୍ଧ୍ରର ଅନୁପ୍ରବେଶ ଓ ବିସ୍ତାରବାଦୀ ନୀତି ପାଇଁ ସମସ୍ତଙ୍କ ନଜର ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମଗୁଡ଼ିକ ଉପରେ ରହିଛି। ରାଜ୍ୟ ସରକାର କୋଟିଆ ପଞ୍ଚାୟତ ସମସ୍ୟାକୁ ଗୁରୁତ୍ୱ ଦେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଥିବା ବିବାଦକୁ ସମାଧାନ କରିବାକୁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। କିନ୍ତୁ ନନ୍ଦପୁର ବ୍ଲକ୍‌ ଅଧୀନ ସୀମାନ୍ତ ଗ୍ରାମଗୁଡ଼ିକ ଅଣଦେଖା ହେଉଛି। ଏଭଳି ଅଭିଯୋଗ କରି ନନ୍ଦପୁର ବ୍ଲକ୍‌ ଗୋଲୁର ପଞ୍ଚାୟତର ରାଇପାହାଡ଼ ଗ୍ରାମବାସୀ ଗତ ୧୮ ତାରିଖ ଦିନ ଆନ୍ଧ୍ର ଡୁମୁରିଗୁଡା ବ୍ଲକ ବିଡିଓ, ତହସିଲଦାର ଓ କଣ୍ଡ୍ରୁମ ପଞ୍ଚାୟତ ପ୍ରତିନିଧିଙ୍କୁ ଭେଟି ଆନ୍ଧ୍ରରେ ମିଶିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆନ୍ଧ୍ର ସେମାନଙ୍କୁ ସହାୟତା ପ୍ରଦାନ କରିବାକୁ ଅନୁରୋଧପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଏ ଘଟଣା ସମ୍ପର୍କରେ କୋରାପୁଟ ଜିଲାପାଳ ଭି.କୀର୍ତ୍ତିଭାସନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ନନ୍ଦପୁର ବିଡିଓ ଦୁର୍ଗା ପ୍ରସାଦ ଦୋରା ଏବଂ ତହସିଲଦାର ପ୍ରଭାତି ଝୋଡିଆଙ୍କୁ ରାଇପାହାଡ ଗ୍ରାମକୁ ଯାଇ ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଏହାପରେ ଶୁକ୍ରବାର ସେମାନେ ଏହି ଗ୍ରାମକୁ ପରିଦର୍ଶନ କରି ସ୍ଥାନୀୟ ଲୋକେ ଓ ଆନ୍ଧ୍ର ଦ୍ୱାରା ନିଯୁକ୍ତ ଆଶା, ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସହ ଆଲୋଚନା କରିଥିବା ଜିଲାପାଳ କହିଛନ୍ତି।
ସୂଚନା ଅନୁଯାୟୀ, ୨୦୨୩ରେ ନନ୍ଦପୁର ବ୍ଲକ୍‌ ସୀମାନ୍ତ ପାନ୍ଥଲୁଙ୍ଗ, ଗୋଲୁର, ଚାଟୁଆ, ଖିନବର୍‌, ହାତୀବାରି, ପରଜା ବଡପଡ଼ା, ପାଡୁଆ, କୁଲାବିର, କୁଲାରସିଂ ଓ ବିଲାପୁଟ ଆଦି ପଞ୍ଚାୟତବାସୀଙ୍କୁ ଆଧାର, ରାଶନ ଓ ଭୋଟର କାର୍ଡ ଦେଇ ଆନ୍ଧ୍ର ପ୍ରଲୋଭନ ଦେଖାଉଥିବା ଘଟଣା ସାମ୍‌ନାକୁ ଆସିଥିଲା। ବିଶେଷ ଭାବେ ଗୋଲୁର ପଞ୍ଚାୟତର ରାଇପାହାଡ଼ ଗ୍ରାମକୁ ଆନ୍ଧ୍ର ନିଜର କହି ଏକାଧିକ ସରକାରୀ ଯୋଜନାରେ ସାମିଲ କରିଥିବା ନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ଘଟଣା ସାମ୍‌ନାକୁ ଆସିଥିଲା। ଜିଲା ଓ ବ୍ଲକ୍‌ ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବା ପରେ ଆନ୍ଧ୍ର ଓଡ଼ିଶା ସୀମାର ୨ କି.ମି. ଅତିକ୍ରମ କରି ରାଇପାହାଡ ଗ୍ରାମବାସୀଙ୍କୁ ପ୍ରଲୋଭିତ କରାଯାଇଥିବା ଜଣାପଡ଼ିଥିଲା। କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୩୯୭/୨୩(ରେସ) ଜେଡ୍‌ପି ୨୭ା୬ା୨୩ରେ ଆନ୍ଧ୍ରର ଆଲୁରି ସୀତାରମଣ ଜିଲାପାଳଙ୍କୁ ଚିଠି ଲେଖି ଆନ୍ଧ୍ରର ଅନୁପ୍ରବେଶ ଓ ସରକାରୀ ଯୋଜନା ପ୍ରଣୟନ ବନ୍ଦ କରି ୨ ରାଜ୍ୟର ଅଧିକାରୀଙ୍କ ଉପସ୍ଥିତିରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ। ୧୨ା୭ା୨୩ରେ ରାଇପାହାଡ ଓ ୨୮ା୭ା୨୩ରେ ଚାଟୁଆ ଫରେଷ୍ଟ ଗେଷ୍ଟ ହାଉସରେ ଦୁଇ ରାଜ୍ୟର ଅଧିକାରୀଙ୍କ ଉପସ୍ଥିତିରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଓଡ଼ିଶା ପକ୍ଷରୁ ତତ୍କାଳୀନ ଉପଜିଲାପାଳ ବେଣୁଧର ଶବର ଓ ଆନ୍ଧ୍ରର ଡୁମୁରିଗୁଡା ତହସିଲଦାର ସି.ଏଚ. ନାଗ୍‌ମା ନିଜ ନିଜ ଟିମ୍‌ ସହ ଉପସ୍ଥିତ ରହି କଥାବର୍ତ୍ତା କରିଥିଲେ। ଏଥିରେ ଆନ୍ଧ୍ର ପାଖରେ କେବଳ ରାଇପାହାଡ଼ ଗ୍ରାମବାସୀ ତାଙ୍କ ରାଜ୍ୟର ହିତାଧିକାରୀ ଥିବା ପ୍ରମାଣ ବ୍ୟତୀତ ଅନ୍ୟକୌଣସି କାଗଜପତ୍ର ନ ଥିଲା। ଏଥିପାଇଁ ଆନ୍ଧ୍ର ରାଇପାହାଡ ଗ୍ରାମରୁ ନିଜକୁ ଦୂରେଇ ରଖିବ ଓ ଗ୍ରାମବାସୀଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ସୁବିଧା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।
ଦ୍ୱିପାକ୍ଷିକ ଆଲୋଚନାର ନିଷ୍କର୍ଷ ସମ୍ପର୍କରେ କୋରାପୁଟ ଜିଲା ପ୍ରଶାସନ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ, ଗ୍ରାମ ଉନ୍ନୟନ ବିଭାଗ(ଆରଡି), ଶକ୍ତି ବିଭାଗ(ଟିପିଏସ୍‌ଓଡିଏଲ୍‌)କୁ ଅବଗତ କରିଥିଲେ। ରାଜ୍ୟ ସରକାରଙ୍କ ତରଫରୁ ଗ୍ରାମରେ ବସବାସ କରୁଥିବା ୧୬ରୁ ୩ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟ ୧୩ ପରିବାରକୁ ବିଜୁ ଗ୍ରାମୀଣ ଆବାସ ଯୋଜନା(ବିପିଜିୱାଇ)ରେ ସାମିଲ କରି ଏକକ ପରିଚୟ ଦେବାକୁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଉପସଚିବ କୁଳମଣି ମିଶ୍ର ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। କୋରାପୁଟ ଜିଲା ପରିଷଦ ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୫୪୫/ଏକ୍ସଭି-୮୭/୨୪ ତା. ୩ା୨ା୨୪ରେ ନନ୍ଦପୁର ବ୍ଲକ୍‌ ପ୍ରଶାସନକୁ ରାଇପାହାଡ଼ର ୧୩ ପରିବାରର କାଗଜପତ୍ର ଯାଞ୍ଚ କରି ନାମ ଆରଏଚ୍‌(ବିପିଜିୱାଇ) ପୋର୍ଟାଲରେ ପଞ୍ଜୀକରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କାଗଜପତ୍ର ଯାଞ୍ଚ ପରେ ସେମାନଙ୍କୁ ପଞ୍ଜୀକୃତ କରାଯାଇଥିଲା। ନିର୍ବାଚନ ପରେ ସରକାର ବିପିଜିୱାଇକୁ ପରିବର୍ତ୍ତନ କରିବା ପରେ ସେମାନଙ୍କ ମଧ୍ୟରୁ ୧୦ଜଣଙ୍କୁ ଏଜିୱାଇ ପୋର୍ଟାଲରେ ନାମ ପଞ୍ଜୀକୃତ କରାଯାଇଥିଲା। କିନ୍ତୁ ପାଣ୍ଠି ନ ଥିବା ଦର୍ଶାଇ ଉକ୍ତ ୧୦ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ(ସୁନାବେଡା)ର କାର୍ଯ୍ୟ ତଦାରଖ, ଟିପିଏସ୍‌ଓଡିଏଲ ପକ୍ଷରୁ ଗଁାରେ ବିଦ୍ୟୁତ୍‌ ଖୁଣ୍ଟ ପୋତା, ଟ୍ରାନ୍ସଫର୍ମର ସ୍ଥାପନ, ଘରକୁ ଗୋଟିଏ ବିଦ୍ୟୁତ୍‌ ମିଟର ସ୍ଥାପନ କରିବା ସୀମିତ ହୋଇ ରହିଛି। ଓଡ଼ିଶା ବିଦ୍ୟୁତ୍‌ ବିଭାଗ କର୍ତ୍ତୃପକ୍ଷ ଆନ୍ଧ୍ରର ବିଦ୍ୟୁତ୍‌ ସଂଯୋଗ କାଟିଲେ ବିଦ୍ୟୁତ୍‌ ସଂଯୋଗୀକରଣ କରାଯିବ ବୋଲି କହୁଛନ୍ତି।
ଏ ସମ୍ପର୍କରେ କୋରାପୁଟ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବରଙ୍କୁ ପଚାରିବାରୁ ଅଗଷ୍ଟ ୨୦୨୪ଠାରୁ କୌଣସି ହିତାଧିକାରୀଙ୍କୁ ଆବାସ ଯୋଜନା ପାଣ୍ଠି ପ୍ରଦାନ କରାଯାଇ ନାହିଁ। ଶୀଘ୍ର ପଞ୍ଜୀକୃତ ୧୦ ହିତାଧିକାରୀଙ୍କୁ ଅନୁଦାନ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?