ଜମୁଛି ତାଳସଜ ବେପାର

ମୋରଡା,୨୧ା୫(ସ୍ମାରକ ମାଜୀ):ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଖରା ତାତିରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଥଣ୍ଡା ଜାତୀୟ ଖାଦ୍ୟ। ମୟୂରଭଞ୍ଜ ଜିଲା ମୋରଡ଼ା ଅଞ୍ଚଳର ରାସ୍ତା କଡ଼ରେ ତାଳସଜ ବେପାର ଜମୁଥିବା ଦେଖିବାକୁ ମିଳୁଛି। ତାଳସଜରେ ଜଳୀୟ ଅଂଶ ଥିବାରୁ ଖରାଦିନେ ଏହା ଶରୀର ପାଇଁ ବେଶ ଉପକାରୀ।  କଷି ତାଳରେ ସାଧାରଣତଃ ପାଣି ଥିବା ବେଳେ ଏହା ପାଟିକୁ ବେଶ ସୁଆଦିଆ ଲାଗିଥାଏ ଏବଂ ଏହା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ। ଏହି ଫଳରେ ଭିଟାମିନ ବି, ଆଇରନ, ପୋଟାସିୟମ, ଫସଫରସ , କ୍ୟାଲସିୟମ  ରହିଥିବାରୁ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥି ସହିତ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ ରଖିବା, ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଓ ସୁଗାରକୁ ନିୟନ୍ତ୍ରଣ କରିବାରେ ତାଳସଜ ସହାୟକ ହୋଇଥାଏ ବୋଲି ଫାର୍ମାସିଷ୍ଟ ପି.ଶ୍ରୀ ଦେଶମ ଏବଂ ଶିକ୍ଷକ ଅମୃତାନନ୍ଦ ମହାନ୍ତ କହିଛନ୍ତି।
ତାଳସଜ ଏବେ ଗଁା ଗହଳିର ରାସ୍ତା କଡ଼ରେ ପ୍ରବଳ ମାତ୍ରାରେ ବିକ୍ରି ହେଉଛି l ବିଭିନ୍ନ ଛକ, ରାସ୍ତା କଡ଼, ଜନଗହଳି ପୂର୍ଣ୍ଣ ଛକରେ ଗଁା ଗହଳିର ଲୋକେ ତାଳସଜ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ବାରିପଦା-ଚିତ୍ରଡା-ଅମର୍ଦା ରାଜ୍ୟ ରାଜପଥର ଅସ୍ତିଆ, ଆଣୁଆ, କଲଣିଛକ ପ୍ରଭୃତି ସ୍ଥାନରେ ତାଳସଜ ପସରା ମେଲୁଛି। ଗ୍ରାହକମାନେ ମଧ୍ୟ ତାଳସଜକୁ କିଣି ବେଶ୍‌ ଆନନ୍ଦ ସହକାରେ ଖାଉଛନ୍ତି। କଅଁଳ ସୁଆଦିଆ ତାଳସାଜ ଖାଇବାକୁ ସବୁ ବର୍ଗର ଲୋକଙ୍କ ଭିଡ଼ ଜମୁଛି l ଅତି ସୁନ୍ଦର ଭାବେ ବେପାରୀମାନେ ତାଳକୁ କାଟି ସେଥିରୁ ସଜ ବାହାର କରି ଗ୍ରାହକଙ୍କୁ ବିକ୍ରି କରୁଛନ୍ତି। ଗୋଟିଏ ତାଳରେ ତିନୋଟି ସଜ ଥିବା ବେଳେ ଯଦି କେହି ଗୋଟିଏ ତାଳ କିଣେ ତେବେ ପାଞ୍ଚ ଟଙ୍କା ଦେବାକୁ ପଡୁଛି। ବେପାରୀମାନେ ସଜ ବାହାର କରି ଦେଲେ ସଜ ପିଛା ମାତ୍ର ୨ ଟଙ୍କା ଦେବାକୁ ପଡୁଛି l ପାଖାପାଖି ଏକ ମାସ ଧରି ବିକ୍ରି ହେଉଥିବା ଉକ୍ତ ତାଳସଜକୁ ଗଛରୁ ତୋଳି ଆଣି ବିକ୍ରି କରି ଦୈନିକ ୫୦୦ରୁ ୧୦୦୦ ଟଙ୍କା ରୋଜଗାର କରୁଛନ୍ତି ବୋଲି ବ୍ୟବସାୟୀ କାରୁ ସୋରେନ ଓ ଶିବୁ ସୋରେନ  କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri