ସଂଖ୍ୟା ବଢ଼ିଲେ ସମ୍ଭବ

ଅନୁଗୋଳ ଅଫିସ, ୪।୧: ୯ ମାସ ପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମିଳିଛି ଅନୁମତି। ମାତ୍ର ୨ଶହ ଲୋକଙ୍କ ଉପସ୍ଥିତିରେ ମଞ୍ଚରେ କଳା ପ୍ରଦର୍ଶନ କରାଯାଇପାରିବ ବୋଲି ଜାନୁୟାରୀ ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ପ୍ରେକ୍ଷାଳୟ ହେଲେ ସିଟ୍‌ର ୫୦ ପ୍ରତିଶତ ଓ ଯାତ୍ରା ପାଇଁ ଜିଲାପାଳଙ୍କ ଅନୁମତି ଲୋଡ଼ା ବୋଲି ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ସରକାର ନିର୍ଦ୍ଧାରଣ କରିଥିବା ଦର୍ଶକଙ୍କ ସଂଖ୍ୟାକୁ ନେଇ ସନ୍ତୁଷ୍ଟ ନୁହନ୍ତି ଅନୁଗୋଳ ଜିଲାର ବହୁ ସାଂସ୍କୃତିକ ସଙ୍ଗଠନ। ଏତେ କମ୍‌ ଦର୍ଶକରେ ବ୍ୟବସାୟିକ ଦୃଷ୍ଟିରୁ ସାଂସ୍କୃତିକ କାଯର୍ର୍‌ୟକ୍ରମ ଆୟୋଜନ ଅସମ୍ଭବ ହୋଇଥିବାରୁ ଅତିକମ୍‌ରେ ୫ଶହ ଲୋକଙ୍କୁ ଅନୁମତି ଦେବାକୁ ସଙ୍ଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି।
କରୋନା କାରଣରୁ ଗତ ମାର୍ଚ୍ଚରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଛି। ଫଳରେ ଜିଲାର ୩୨ ହଜାର କଳାକାରଙ୍କ ରୋଜଗାର ବନ୍ଦ ହୋଇଯାଇଛି। କେବେ ସଂକ୍ରମଣ ହ୍ରାସ ପାଇବ ଓ କଳା ପରିବେଷଣ ପାଇଁ ଅନୁମତି ମିଳିବ ତାହାକୁ ସମସ୍ତେ ଅପେକ୍ଷା କରିଥିବା ବେଳେ ସରକାର ଚଳିତମାସର ଗାଇଡଲାଇନ୍‌ରେ ଏହାକୁ ସବୁଜ ସଂକେତ ଦେଇଛନ୍ତି। ହେଲେ ସେଥିରେ ଯେଉଁ କଟକଣା ରହିଛି ତାହାକୁ ନେଇ ଖୁସି ହୋଇପାରୁନାହାନ୍ତି ଅନେକ କଳାକାର। ସେମାନଙ୍କ କହିବା ଅନୁଯାୟୀ, ଖୋଲାସ୍ଥାନ ହେଉ ଅବା ପ୍ରେକ୍ଷାଳୟ, ନାଟକଟିଏ ପରିବେଷଣ କଲେ କଳାକାର ଓ ସହଯୋଗୀଙ୍କୁ ନେଇ ସଂଖ୍ୟା ୫୦ ଟପିଯିବ। ତେଣୁ ମାତ୍ର ୨ଶହ ଦର୍ଶକଙ୍କୁ ନେଇ କୌଣସି ସାଂସ୍କୃତିକ ଅନୁଷ୍ଠାନ ବ୍ୟବସାୟିକ ଭିତ୍ତିରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଚାହିଁବେ ନାହିଁ। ଏହାଛଡ଼ା ଅନୁଷ୍ଠାନକୁ କୌଣସି ପ୍ରାୟୋଜକ ମଧ୍ୟ ମିଳିବେ ନାହିଁ। ତେଣୁ ଅନୁମତି ମିଳିଥିଲେ ମଧ୍ୟ ନାଟକ, ଯାତ୍ରା ପରିବେଷଣ ପାଇଁ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଆଗ୍ରହ ପ୍ରକାଶ କରାଯିବ ନାହିଁ। ତେବେ ପାଲା, ଦଣ୍ଡନୃତ୍ୟ ଓ ସଂକୀର୍ତ୍ତନ କଳାକାରମାନେ ଉପକୃତ ହୋଇପାରିବେ। ଜିଲାର ସଭାଘର, କଳାକେନ୍ଦ୍ର ଓ ଟାଉନହଲ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଗଲେ ମଧ୍ୟ ଏହା କଳାକାରଙ୍କ ପେଟ ପୋଷିପାରିବ ନାହିଁ। ଜିଲାରେ ୫୦ରୁ ଊର୍ଦ୍ଧ୍ୱ ସାଂସ୍କୃତିକ ଅନୁଷ୍ଠାନ ପଞ୍ଜୀକୃତ ହୋଇଛନ୍ତି। ୧୫ରୁ ଊର୍ଦ୍ଧ୍ୱ ଅନୁଷ୍ଠାନ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି। ଯଦି ସରକାର ଅଧିକ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ଦେବେ ତା’ହେଲେ ଜିଲାର ୩୨ ହଜାର କଳାକାରଙ୍କ ହାତକୁ ଅର୍ଥ ଆସିପାରିବ ବୋଲି କଳାକାରମାନେ ପ୍ରକାଶ କରିଛନ୍ତି।

ଆଶଙ୍କାରେ ଜିଲା ମହୋତ୍ସବ
କରୋନା ଯୋଗୁ ଅନୁଗୋଳ ଜିଲା ମହୋତ୍ସବକୁ ନେଇ ଆଶଙ୍କା ଦେଖାଦେଇଛି। ପୂର୍ବରୁ ଏହି ମହୋତ୍ସବ ଜିଲା ପ୍ରତିଷ୍ଠା ଦିବସ ଏପ୍ରିଲ୍‌ ୧ରେ ପାଳନ କରାଯାଉଥିଲା। କିନ୍ତୁ ୨୦୧୯ରେ ସାଧାରଣ ନିର୍ବାଚନ ପାଇଁ ଏହାକୁ ଆଗୁଆ କରାଯାଇଥିଲା। ୨୦୨୦ରେ ମଧ୍ୟ ବର୍ଷ ଆରମ୍ଭରୁ ଜିଲା ମହୋତ୍ସବ ଆୟୋଜନ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପଲ୍ଲିଶ୍ରୀ ମେଳାରେ ହଜାର ହଜାର ଲୋକଙ୍କ ଗହଳି ଜମେ। କିନ୍ତୁ ଚଳିତବର୍ଷ ଏତେ ସଂଖ୍ୟକ ଲୋକଙ୍କୁ ଅନୁମତି ନ ଥିବାରୁ ଜିଲା ମହୋତ୍ସବ କିପରି ଓ କେବେ କରାଯିବ ତାହାକୁ ନେଇ ଜିଲାବାସୀ ଚିନ୍ତାରେ ପଡ଼ିଛନ୍ତି। ତେବେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଭବିଷ୍ୟତରେ ନିୟମାବଳୀରେ ପରିବର୍ତ୍ତନ ଆସକିଲେ ଜିଲା ମହୋତ୍ସବ ନେଇ ବିଚାର କରାଯିବ।

ମଞ୍ଚକୁ ଫେରିବେ କଳାକାର
କରୋନା ଯୋଗୁ କଳାକାର ହାତବାନ୍ଧି ବସିଥିଲେ। ସୌଭାଗ୍ୟକୁ ସରକାର ଏଥିପାଇଁ ଅନୁମତି ଦେଇଥିବାରୁ ଆଗାମୀ ଦିନରେ ମଞ୍ଚକୁ କଳାକାର ଫେରିପାରିବେ। ତେଣୁ ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଏହାକୁ ସମସ୍ତ କଳାକାର ମାନି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ଆବଶ୍ୟକ।
-ସ୍ବପ୍ନାରାଣୀ ସିହ୍ନା, ଓଡ଼ିଶୀ ନୃତ୍ୟଶିଳ୍ପୀ, ଅନୁଗୋଳ

ବ୍ୟବସାୟିକ ଦୃଷ୍ଟିକୋଣରୁ ଅସମ୍ଭବ
ଏତେ କମ୍‌ ଦର୍ଶକଙ୍କୁ ନେଇ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସାୟିକ ଦୃଷ୍ଟିକୋଣରୁ ସଫଳ ହେବନାହିଁ। ଟିକେଟ୍‌ ମୂଲ୍ୟ ବୃଦ୍ଧି ମଧ୍ୟ ସମ୍ଭବ ନୁହେଁ। ଏହାଛଡ଼ା ସାମାଜିକ ଦୂରତ୍ୱ ଓ ମାସ୍କ ନିୟମ ତଦାରଖ କରିବା ଆୟୋଜକଙ୍କ ପକ୍ଷେ ସହଜ ନୁହେଁ। ଏବେ ଏସବୁ କାର୍ଯ୍ୟକ୍ରମ ପାଇଁ ପ୍ରାୟୋଜକ ମିଳିବା ମଧ୍ୟ କଷ୍ଟକର। ତେଣୁ ସରକାର ଦର୍ଶକଙ୍କ ସଂଖ୍ୟା ବଢ଼ାଇବା ଦରକାର।
-ଭୂପେଶ ଚନ୍ଦ୍ର ପ୍ରଧାନ, ସଭାପତି କଳାକାର ଅନୁଷ୍ଠାନ

ସ୍ଥିତି ସୁଧୁରିବା ଯାଏ ଅପେକ୍ଷା କରିବୁ
ଦୀର୍ଘ ୨୮ ବର୍ଷ ହେବ ନାଟକ ଆୟୋଜନ କରୁଛୁ। ଅତି କମ୍‌ରେ ୫ଶହ ଲୋକ ନ ହେଲେ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ବାହାରୁ କଳାକାର ଆସିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ରହିଛି। ପରିସ୍ଥିତି ନ ସୁଧୁରିଲେ କିମ୍ବା ସରକାର ଅଧିକ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ନ ଦେଲେ ନାଟକ ଆୟୋଜନ କରିବା ସମ୍ଭବ ନୁହେଁ।
-ସୁଧାଂଶୁ ମୋହନ ଦ୍ୱିବେଦୀ, ସଭାପତି ନାଟ୍ୟମ୍‌

ସରକାର ବିଚାର କରିବା ଆବଶ୍ୟକ
ସରକାର ଏବେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦେଇଥିଲେ ମଧ୍ୟ ଏହା ଅନୁଗୋଳ ଜିଲାର ବହୁ କଳାକାରଙ୍କ ସମସ୍ୟାର ସମାଧାନ କରିପାରିବ ନାହିଁ। କାରଣ ଏତେ କମ୍‌ ସଂଖ୍ୟାକ ଦର୍ଶକଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ସମ୍ଭବ ହେବ ନାହିଁ। ଏ ଦିଗରେ ସରକାର ଅଧିକ ବିଚାର କରିବା ଆବଶ୍ୟକ।
-ଅକ୍ଷୟ କୁମାର ନାଥ, ସଭାପତି ସୁର୍‌ ତାଲ୍‌


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri