ସିଏଜି ମାଗିଲେ ବ୍ୟାଙ୍କ ଅଡିଟ ରିପୋର୍ଟ

ନୂଆଦିଲ୍ଲୀ,୪।୧: ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ପୁଞ୍ଜି ଯୋଗାଣ ଧାରା ଜାରି ରଖିଛନ୍ତି। ବ୍ୟାଙ୍କଗୁଡ଼ିକର ପରଫରମାନ୍ସ ଅଡିଟ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଦେବାକୁ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଅର୍ଥମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ୨୦୧୬-୧୭ଠାରୁ ବ୍ୟାଙ୍କଗୁଡିକରେ ହୋଇଥିବା ପୁଞ୍ଜି ଯୋଗାଣ ଧାରା ଉପରେ ସିଏଜି ବର୍ତ୍ତମାନ ପରଫରମାନ୍ସ ଅଡିଟ କରୁଛନ୍ତି। ବ୍ୟାଙ୍କଗୁଡିକୁ ଯୋଗାଣ ହୋଇଥିବା ଅର୍ଥ ସମେତ ଅନ୍ୟ ତଥ୍ୟ ଦେବାକୁ ଆର୍ଥତ୍କ ସେବା ବିଭାଗ ଏବଂ ଅର୍ଥ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି। ୨୦୧୭-୧୮ରେ ସରକାର ବ୍ୟାଙ୍କଗୁଡିକୁ ୯୦ ହଜାର କୋଟି ଟଙ୍କା ଯୋଗାଇ ଦେଇଥିଲେ। ଏହାକୁ ପରବର୍ଷ ୧.୦୬ ଲକ୍ଷ କୋଟି ଟଙ୍କାକୁ ବଢାଯାଇଥିଲା। ଗତ ଆର୍ଥତ୍କ ବର୍ଷରେ ବଣ୍ଡ୍‌ ଦ୍ୱାରା ବ୍ୟାଙ୍କଗୁଡିକୁ ୭୦ ହଜାର କୋଟି ଟଙ୍କାର ପୁଞ୍ଜି ଯୋଗାଇ ଦିଆଯାଇଥିଲା।
ପୁଞ୍ଜି ପ୍ରଦାନ ପରେ ବ୍ୟାଙ୍କଗୁଡିକର ସ୍ଥିତି କିଭଳି ରହିଛି ସେ ଉପରେ ସିଏଜି ତର୍ଜମା କରିପାରନ୍ତି। ଶେଷ ଥର ଲାଗି ସିଏଜି ୨୦୧୭ରେ ବ୍ୟାଙ୍କଗୁଡିକର ପରଫରମାନ୍ସ ରିପୋର୍ଟ ଜାରି କରିଥିଲେ। ବିଭିନ୍ନ ବ୍ୟାଙ୍କକୁ ପୁଞ୍ଜି ଯୋଗାଣ ଦିଗରେ ରହିଥିବା ସମସ୍ୟା ଉପରେ ଏହି ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଥିଲା। ୨୦୧୯ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବଜାରରୁ ୧ ଲକ୍ଷ କୋଟି ଟଙ୍କା ଉଠାଣ କରିଥିବାରୁ ଏହାକୁ ନେଇ ସିଏଜି ଆଶଙ୍କା ପ୍ରକଟ କରିଛନ୍ତି। କେତେକ ବ୍ୟାଙ୍କ ଆବଶ୍ୟକତାଠାରୁ ଅଧିକ ପୁଞ୍ଜି ଲାଭ କରିଥିବା ବେଳେ ଆଉ କିଛି ପୁଞ୍ଜି ପର୍ଯ୍ୟାପ୍ତତା ନିୟମ ପାଳନ କରିଥିବାରୁ ଆବଶ୍ୟକ ମୁତାବକ ପୁଞ୍ଜି ପାଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୋର ଆର୍ଥିକ ସଙ୍କଟରେ ତୈଳ କମ୍ପାନୀ, ଦୈନିକ ୧୭୦୦ କୋଟିର କ୍ଷତି; ଶୀଘ୍ର ବଢ଼ିବ ପେଟ୍ରୋଲ-ଡିଜେଲ ଦାମ୍‌

ନୂଆଦିଲ୍ଲୀ,୧୦।୫: ଇରାନ ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର…

ସ୍ତ୍ରୀଙ୍କ ସହ ଖୋଲନ୍ତୁ ଏହି ଖାତା, ୧୦ବର୍ଷରେ ମିଳିବ ୪୧ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ନିବେଶ…

ସଞ୍ଚୟ ଆରମ୍ଭ କରିବା ପାଇଁ କେବେବି “ଆସନ୍ତାକାଲି” ପାଇଁ ଅପେକ୍ଷା କରିବା ଉଚିତ ନୁହେଁ। ଲୋକମାନେ ପ୍ରାୟତଃ ଭାବନ୍ତି ଯେ ସେମାନେ କେବଳ ସେତେବେଳେ ନିବେଶ କରିବେ…

LPG ବୁକ୍‌ କରିବା ହେଲା ଆହୁରି ସହଜ, ଏହି ଆପ୍‌ ଜରିଆରେ କେଇ ସେକେଣ୍ଡରେ ହୋଇଯିବ ବୁକିଂଠାରୁ ନେଇ ପେମେଣ୍ଟ…

ନୂଆଦିଲ୍ଲୀ,୭।୫: ଆଜିର ଅତ୍ୟାଧୁନିକ ଯୁଗରେ ଟେକ୍ନୋଲୋଜି ଆମ ଜୀବନଶୈଳୀକୁ ଅନେକ ସହଜ କରିଦେଇଛି। ପୂର୍ବରୁ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଗ୍ରାହକଙ୍କୁ ଗ୍ୟାସ ଏଜେନ୍ସିକୁ ଦୌଡ଼ିବାକୁ ପଡ଼ୁଥିଲା…

ଏହି ଦିନ ସାରା ଦେଶରେ ବନ୍ଦ ରହିବ ଔଷଧ ଦୋକାନ! ଭାରତ ବନ୍ଦ ଡାକରା ଦେବେ…

ନୂଆଦିଲ୍ଲୀ,୭।୫: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ ନିୟମିତ ଭାବରେ କୌଣସି ରୋଗ ପାଇଁ ଔଷଧ ଖାଆନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

୮,୦୦୦ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍‌ ଯୋଗାଣରେ ଉନ୍ନତୀକରଣ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଟିପି ସେଣ୍ଟ୍ର୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ) ପକ୍ଷରୁ ବିସିଡିଡି-୨ ଡିଭିଜନ ଅନ୍ତର୍ଗତ ଭରତପୁର ପିଏସ୍‌ଏସ୍‌ଠାରେ ଏକ ୨୫ ଏମ୍‌ଭିଏ ପାୱାର ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ…

Trisha Krishnan ଙ୍କ ୧୦ କୋଟି ଟଙ୍କାର ଘର, ବିଳାସପୂର୍ଣ୍ଣ ମର୍ସିଡିଜ, ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୫।୫: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ Trisha Krishnan ପୁନର୍ୱାର ଚର୍ଚ୍ଚାରେ ଆସିଛନ୍ତି, ତାଙ୍କର ଲକ୍ସୁରିଅସ ଲାଇଫ୍‌ ଷ୍ଟାଇଲ ଓ କୋଟିକୋଟି ସମ୍ପତ୍ତିକୁ ନେଇ। ଏହି…

ବ୍ୟାଙ୍କରେ ୨୧୩ କୋଟି ୧୯ ଲକ୍ଷର ସେୟାର, ବିଜୟ ଥାଲାପଥିଙ୍କ ସମ୍ପତ୍ତି ଜାଣିଲେ କାବା ହୋଇଯିବେ…

ନୂଆଦିଲ୍‌ଲୀ,୫।୫: ୨୦୨୬ ତାମିଲନାଡୁ ବିଧାନସଭା ନିର୍ୱାଚନରେ ଟିଭିକେ ଏକକ ବୃହତ୍ତମ ଦଳ ଭାବରେ ଉଭା ହେବା ସହିତ, ସମସ୍ତଙ୍କ ନଜର ଏହାର ପ୍ରତିଷ୍ଠାତା ଏବଂ ମୁଖ୍ୟ ସି.…

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଝଟକା ଦେଲା Jio, ବନ୍ଦ କରିଦେଲା ଏହି ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ,୫।୫: ରିଲାଏନ୍ସ ଜିଓ ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। କମ୍ପାନୀ ଏହାର ଏକ ଲୋକପ୍ରିୟ ଏବଂ ସୁଲଭ ପ୍ରିପେଡ ଯୋଜନା ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri