କେତେ ସଫେଇ ଦେବେ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରି କରିବାକୁ ଯୋଜନା କରାଯାଉଛି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ମାର୍ଚ୍ଚ ୧୬ରେ ବିଧାନସଭାରେ ଏକଥା କହିଛନ୍ତି। ଏ ନେଇ ମାର୍ଚ୍ଚ ୧୭ ତାରିଖରେ କେବଳ ‘ଧରିତ୍ରୀ’ରେ ଏ ସମ୍ପର୍କିତ ଖବର ପ୍ରକାଶ କରିଥିଲୁ। ଏହାକୁ ନେଇ ବିଭିନ୍ନ ମହଲରୁ କଡା ସମାଲୋଚନା ହେବା ପରେ ସରକାରଙ୍କର ଦୁଇଟି ଅଙ୍ଗ ଏବେ ଭିନ୍ନ ମତ ଦେଉଥିବା ସାମ୍ନାକୁ ଆସିଛି। ଆଇନ ବିଭାଗ ପକ୍ଷରୁ ତର୍ଜମା କରାଯାଇ ଦିଆଯାଇଥିବା ତଥ୍ୟକୁ ଆଇନ ମନ୍ତ୍ରୀ ବିଧାନସଭାରେ ରଖୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଫେଇ ଦେଇ ଏହି ଖବରକୁ ଖଣ୍ଡନ କରାଯାଇଛି। ଏହାକୁ ନେଇ ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଉଲ୍ଲେଖ ଯୋଗ୍ୟ ଯେ ମାର୍ଚ୍ଚ ୧୬ରେ ଭାଜପା ସଭ୍ୟ ମୋହନ ଚରଣ ମାଝି ଅଣତାରକା ପ୍ରଶ୍ନ ନଂ.୨୦୭୪ରେ ପଚାରିଥିଲେ ଯେ, ପୁରୀ ଶ୍ରୀମନ୍ଦିରର ସୁପରିଚାଳନା କରିବା ସକାଶେ ଗଠିତ କମିଶନ ଓ କମିଟି ମଧ୍ୟରୁ କେଉଁ କମିଶନ ଓ କମିଟି ଦ୍ୱାର କେଉଁ ଗୁରତ୍ୱପୂର୍ଣ୍ଣ ପ୍ରସ୍ତାବ ତଥା ମୂଲ୍ୟାୟନ ସୁପାରିସ ମଧ୍ୟରୁ କେଉଁ ପ୍ରସ୍ତାବ ବା ସୁପାରିସଗୁଡିକ କେବେ ଠାରୁ କାର୍ଯ୍ୟକାରୀ କରିଛନ୍ତି। କେଉଁଗୁଡିକ କାର୍ଯ୍ୟକାରୀ କରି ନାହାନ୍ତି ତା’ର ଏକ ତଥ୍ୟଭିତ୍ତିକ ବିବରଣୀ ପ୍ରଦାନ କରିବେ କି। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଶ୍ରୀମନ୍ଦିର ସମ୍ପର୍କିତ ସମୁଦାୟ ଗଠିତ କେତୋଟି ତଦନ୍ତ କମିଶନ ମଧ୍ୟରୁ କେଉଁ କେଉଁ ତଦନ୍ତ କମିଶନ ରିପୋର୍ଟକୁ ଆନୁଷ୍ଠାନିକ ଭାବେ ସରକାର ଗ୍ରହଣ କରିଛନ୍ତି, ତାହା ପ୍ରକାଶ କରିବେ କି ବୋଲି ପଚାରିଥିଲେ।
ଆଇନ ମନ୍ତ୍ରୀ ଏହାର ଜବାବରେ କହିଛନ୍ତି ଯେ ଶ୍ରୀ ମନ୍ଦିର ପରିଚାଳନାରେ ଉନ୍ନୀତକରଣ ଓ ସଂସ୍କାର ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ସମୟରେ ୪ଟି ତଦନ୍ତ କମିଶନ ନିଯୁକ୍ତି କରିଛନ୍ତି। ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ସୁପାରିସଗୁଡିକୁ କାର୍ଯ୍ୟକାରୀ କରାଯାଇଛି। ରାଜ୍ୟର ୨୪ଟି ଜିଲାରେ ଥିବା ୬୦,୪୨୬ ଏକର ଶ୍ରୀଜଗନ୍ନାଥ ଜମିକୁ ସରକାର ଚିହ୍ନଟ କରିଛନ୍ତି। ସେଥିରୁ ୩୪,୮୭୬.୯୮୩ଏକର ଜମି ସଂଶୋଧିତ ସତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାପ୍ତ ହୋଇଛି। କମିଶନଙ୍କ ସୁପାରିସ ଅନୁଯାୟୀ ଏହି ଜମିକୁ ବିକ୍ରୟ କରାଯିବା ନିମନ୍ତେ ରାଜ୍ୟ ସରକାରଙ୍କ ଅନୁମୋଦିତ ‘ସମାନ ନୀତି’ରେ ବର୍ଣ୍ଣିତ ବ୍ୟବସ୍ଥା ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଉଛି। ଇତିମଧ୍ୟରେ କଟକ ସହରସ୍ଥିତ ଭାରତୀମଠ କୋଠା ବ୍ୟତୀତ ଅନ୍ୟ ଜିଲାରରେ ଥିବା ଜମି ମଧ୍ୟରୁ ୩୧୫.୩୩୭ ଏକର ଜମିକୁ ୧୧,୨୦,୭୭,୯୯୧ ଟଙ୍କାରେ ବିକ୍ରି କରାଯାଇ ଉକ୍ତ ଅର୍ଥକୁ ଶ୍ରୀମନ୍ଦିର ସ୍ଥାୟୀ ପାଣ୍ଠିରେ ବିନିଯୋଗ କରାଯାଇଛି। ଏହାଛଡା ଓଡିଶା ବାହାରେ ଅନ୍ୟ ୬ ଗୋଟି ରାଜ୍ୟରେ ଥିବା ଶ୍ରୀଜୀଉଙ୍କ ଏ ୩୯୫.୨୫୨ ଡିସମିଲ ଜମିକୁ ଚିହ୍ନଟ କରାଯାଇ ସେଗୁଡିକୁ ବିକ୍ରୟ କରାଯିବା ନିମନ୍ତେ ସମ୍ପୃକ୍ତ ଜିଲାର ଜିଲାମାନଙ୍କୁ ଚିଠି ଲେଖାଯାଇଛି ବୋଲି ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ କହିଛନ୍ତି।
ଜମି ବିକ୍ରି ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରୁ କଡା ସମାଲୋଚନାର ଶିକାର ହେବା ପରେ ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟାଳୟ ପକ୍ଷରୁ ମାର୍ଚ୍ଚ ୧୬ ରେ ଆଇନ ମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତରକୁ ବିରୋଧ କରି ଏକ ପ୍ରତିବାଦ ଦେଇଛନ୍ତି। ଏହା ଉଦ୍ଦେଶ୍ୟ ପ୍ରଣୋଦିତ ଓ ଅସତ୍ୟ ବୋଲି କୁହାଯାଇଛି। ଦୀର୍ଘ ବର୍ଷ ଧରି ବିଭିନ୍ନ ବ୍ୟକ୍ତି ମହାପ୍ରଭୁୂଙ୍କ ଜମିକୁ ନିଜ ଅକ୍ତିଆରରେ ରଖିଛନ୍ତି। ସେଗୁଡିକ ୟୁନିଫାଏଡ୍‌ ପଲିସ ଅନୁଯାୟୀ ମନ୍ଦିର କମିଟି ଦ୍ୱାରା ୨୦୦୩ରେ ସ୍ଥିର କରାଯାଇଥିଲା। ତେବେ ୨୦୦୧ରୁ ୨୦୧୦ ମଧ୍ୟରେ ୨୯୧ ଏକର ଏବଂ ୨୦୧୧ରୁ ୨୦୨୧ ମଧ୍ୟରେ ୯୬ ଏକର ଜମି ସର୍ବସାଧାରଣଙ୍କ ଉପକାର ପାଇଁ ସ୍କୁଲ , ମେଡିକାଲ କଲେଜ, ରାସ୍ତା ଇତ୍ୟାଦି ନିର୍ମାଣ ସକାଶେ ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ତେବେ ଏ ନେଇ ଆଇନ ବିଭାଗ ନା ଶ୍ରୀମନ୍ଦିର ପ୍ରଶାସନ କିଏ ଅସତ୍ୟ କହୁଛନ୍ତି, ତାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି।
ଅନ୍ୟ ପକ୍ଷରେ ମହାପ୍ରଭୁଙ୍କ ଜମି ବିକ୍ରି ଯୋଜନାକୁ ବିିଭିନ୍ନ ମହଲରୁ କଡା ବିରୋଧ କରାଯାଇଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ରାଜ୍ୟ ସରକାରଙ୍କର ଏଭଳି ଯୋଜନାକୁ କଡା ବିରୋଧ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ ଏହା ଅତ୍ୟନ୍ତ ଆପତ୍ତିଜନକ, ବେଆଇନ ଏବଂ କୋଟି କୋଟି ହିନ୍ଦୁମାନଙ୍କ ଭାବାବେଗକୁ ବିରୁଦ୍ଧାଚରଣ କରୁଛି। ସେହି ଜମି ଶ୍ରୀ ଜଗନ୍ନାଥଙ୍କର, ତାହା ରାଜ୍ୟ ସରକାରଙ୍କର ନୁହେଁ। ରାଜ୍ୟ ସରକାର କଟକରେ ଥିବା ୩୧୫ ଏକର ମନ୍ଦିର ୧୧.୨୦ ଜମିକୁ ମାତ୍ର ୧୧.୨୦ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଏହାର ଅର୍ଥ ହେଉଛି ଏକର ପିଛା ମାତ୍ର ୪ ଲକ୍ଷ ୫୫ ହାଜର ଟଙ୍କାରେ ବିକ୍ରି କରାଯାଇଛି। ଏହି ମୂଲ୍ୟ ବଜାର ମୂଲ୍ୟ ଠାରୁ ବହୁ କମ। ଏଥିରେ ଦୁର୍ନୀତିର ଗନ୍ଧ ଆସୁଛି । ଜଗନ୍ନାଥଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର ବୋଲି ପ୍ରଦୀପ୍ତ କହିଛନ୍ତିି। ସେହିପରି ଜଗନ୍ନାଥ ସଂସ୍କୃତି ସୁରକ୍ଷା ମଞ୍ଚ ଆବାହକ ଲକ୍ଷ୍ମୀକାନ୍ତ ଦାଶ କହିଛନ୍ତି ଯେ ଜଗନ୍ନାଥଙ୍କର ସମ୍ପତ୍ତି ସରକାର କିମ୍ବା ମନ୍ଦିର ପ୍ରଶାସନର ନୁହେଁ। ବହୁ ଆଗରୁ ମହାପ୍ରଭୁଙ୍କର ଜମିକୁ ସେମାନେ ଘରୋଇ ସଂସ୍ଥାକୁ ଦେଇଛନ୍ତି। ଏହା ବଦଳରେ ମନ୍ଦିରକୁ କ’ଣ ମିଳିଛି। ଜମି ବିକିବା ବଦଳରେ ୫ କିମ୍ବା ୧୦ ବର୍ଷ ପାଇଁ ଲିଜ୍‌ ଦେବା ଉଚିତ। ଟଙ୍କାର ମୂଲ୍ୟ କମି ଯାଇ ପାରେ, ମାତ୍ର ଜମିର ମୂଲ୍ୟ ପ୍ରତ୍ୟେକ ବର୍ଷ ବଢିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…

ଓ୍ବାଶିଂଟନ୍‌,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri