ନିରପେକ୍ଷ ରହିବା ସମ୍ଭବ ନୁହେଁ

ଡାଭୋସ୍‌, ୨୪ା୫: ଅନ୍ତର୍ଜାତୀୟ ଆଇନ କଥା ଉଠିଲେ କୌଣସି ପ୍ରସଙ୍ଗରେ ନିରପେକ୍ଷ ରହିବା ସମ୍ଭବ ନୁହେଁ ବୋଲି ଡବ୍ଲ୍ୟୁଇଏଫ୍‌ ବାର୍ଷିକ ସମ୍ମିଳନୀରେ କହିଛନ୍ତି ସୁଇଜରଲାଣ୍ଡ ରାଷ୍ଟ୍ରପତି ଇଗ୍‌ନାଜିଓ କେସିସ୍‌। ଏହା ବଦଳରେ ଆମକୁ କ୍ରୂରତା ଆଗରେ ଗଣତନ୍ତ୍ର ଅଧିକ ଶକ୍ତିଶାଳୀ ହେବା ଜରୁରୀ। ଆଇନ ଉଲ୍ଲଂଘନକାରୀଙ୍କୁ ସହ୍ୟ କରିବା ପରିବର୍ତ୍ତେ ଅନ୍ତର୍ଜାତୀୟ ଆଇନ ଆହୁରି କଠୋର ହେବା ଉଚିତ। ଗଣତନ୍ତ୍ର ଉପରେ ବିପଦ ସୃଷ୍ଟି ହେଲେ ବଡ଼ସ୍ତରରେ ଚିନ୍ତା କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ଅବସରରେ ଇଗ୍‌ନାଜିଓ ୟୁକ୍ରେନ୍‌-ରୁଷିଆ ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଏବଂ ସମାଧାନର ରାସ୍ତା ବାହାର କରିବା ନିମନ୍ତେ ମଞ୍ଚ ପ୍ରସ୍ତୁତ ପାଇଁ ରାଜି ଥିବା କହିଥିଲେ। ଏଥିସହ ଏକ ସ୍ବାଧୀନ ଗଣତନ୍ତ୍ର ରାଷ୍ଟ୍ର ଉପରେ ଆକ୍ରମଣ ଏବଂ ଏହାର ସହରଗୁଡ଼ିକୁ ଶ୍ମଶାନରେ ପରିଣତ କରିବାକୁ ସେ ନିନ୍ଦା କରିଥିଲେ।

Share