ଏତେ ସହଜ ନୁହେଁ

ନିକଟରେ ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ଓ୍ବିଙ୍ଗ(ର’)ର ପୂର୍ବତନ ମୁଖ୍ୟ ଏ.ଏସ୍‌. ଦୁଲତ ତାଙ୍କ ପୁସ୍ତକରେ ଗୋଇନ୍ଦା ସଂସ୍ଥାଗୁଡ଼ିକର କାର୍ଯ୍ୟଶୈଳୀ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ, ର’ ଆଇଏସ୍‌ଆଇଠାରୁ ବହୁତ ଭଲ। କେଉଁ ବାଟରେ ଭଲ ତାହା ସେ ନ ବୁଝାଇ ସେତିକି ଲେଖି ଛାଡ଼ି ଦେଇଛନ୍ତି। କିନ୍ତୁ ସେ ଏହି ସିଦ୍ଧାନ୍ତରେ କେମିତି ପହଞ୍ଚିଲେ ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଦେଖିବାକୁ ଗଲେ ଆଇଏସ୍‌ଆଇ ସାମ୍ନାରେ ଦୁଇଟି ବିଷୟ ଅଛି। ପ୍ରଥମରେ ଏହା ତାହାର ଶକ୍ତିଶାଳୀ ପଡ଼ୋଶୀକୁ ଏମିତି ପରିସ୍ଥିତିରେ ଛନ୍ଦି ଦେବାକୁ ଚାହେଁ ଯେଉଁଥିରେ ସେହି ଦେଶର ସଶକ୍ତ ସେନା ଓ ଆର୍ଥିକ ସ୍ଥିତିି ନିଷ୍ପ୍ରଭାବୀ ହେବ। ଦ୍ୱିତୀୟରେ, ଏହା ବିକଳ୍ପ ପ୍ରତିନିଧି ମାଧ୍ୟମରେ ଏହାର ପଶ୍ଚିମୀ ପଡ଼ୋଶୀଗୁଡ଼ିକୁ ନିୟନ୍ତ୍ରଣ କରେ। ଏହିସବୁ କାରଣରୁ ଗୋଇନ୍ଦା ସଂସ୍ଥାଗୁଡ଼ିକୁ ଜାତୀୟ ସୁରକ୍ଷା ସମ୍ପର୍କିତ ଅତ୍ୟଧିକ ଦାୟିତ୍ୱ ଦିଆଯାଇଛି। ଏହି ବିଷୟରେ ଜଣେ ନିଷ୍ପକ୍ଷ ଭାବେ ପର୍ଯ୍ୟବେକ୍ଷଣ କଲେ ଜାଣିପାରିବେ ଯେ, ଆଇଏସ୍‌ଆଇର ଉଭୟ ପରିଣାମ ଏତେ ବ୍ୟାପକ ଭାବେ ହାସଲ ହୋଇଛି ଯେ ବିରୋଧୀର ମାନସିକତା ଯାଏ ପହଞ୍ଚିବାକୁ ସକ୍ଷମ ହେବା ସହ ତା’ବିଚାରକୁ ବନ୍ଦ କରିଦେଇଛି, ଯାହା ଦୁଲତଙ୍କ ପୁସ୍ତକରୁ ସ୍ପଷ୍ଟ ହୁଏ। ଆଇଏସ୍‌ଆଇ ସହ ତୁଳନା କରିବାକୁ ହେଲେ ପ୍ରଥମେ ର’ କେଉଁ ପରିଣାମ ହାସଲ କରିବାକୁ ଚାହଁୁଛି ତାହା ଜାଣିବା ଉଚିତ? କିନ୍ତୁ ଏହା ସ୍ପଷ୍ଟ ନୁହେଁ, କାରଣ ଆମର କୌଣସି ଜାତୀୟ ସୁରକ୍ଷା ନୀତି ବା ସିଦ୍ଧାନ୍ତ କିମ୍ବା ରଣନୀତି ନାହିଁ। ଏବକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧୀନରେ ଏକ ସୁରକ୍ଷା ଯୋଜନା କମିଟିକୁ ନୀତି ଓ ରଣନୀତି ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ଏହା ହୋଇ ନାହିଁ। ଫଳରେ ଶତ୍ରୁକୁ ଆମେ ଜାଣିଲେ ମଧ୍ୟ ତା’ପକ୍ଷରୁ କ’ଣ ବିପଦ ରହିଛି ତାହା ଆମେ ନିର୍ଣ୍ଣୟ କରିପାରିନାହଁୁ। ଅକ୍ଟୋବର ୨୦୧୪ରେ ପ୍ରଥମ ମିଳିତ କମାଣ୍ଡରଙ୍କ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ‘ବିପଦକୁ ଜାଣି ହୋଇପାରିବ, କିନ୍ତୁ ଶତ୍ରୁ(ସନ୍ତ୍ରାସବାଦ) ଅଦୃଶ୍ୟ ରହିଯାଇପାରେ।’ ଜାତୀୟ ପରାମର୍ଶଦାତା ଡୋଭାଲ ଏ ବାବଦରେ ଯାହା କହିଛନ୍ତି ତାହାକୁ ‘ଡେଭାଲ ସିଦ୍ଧାନ୍ତ ’ବୋଲି ସୂଚିତ କରାଯାଇଛି। ଏଥିତ୍ରେ ସୂଚିତ କରାଯାଇଛି ଯେ, ଜାତୀୟ ସୁରକ୍ଷା ପ୍ରତି ପାକିସ୍ତାନ ବିପଦ ଓ ସନ୍ତ୍ରାସବାଦ ମୁଖ୍ୟ ସମସ୍ୟା। ତାଙ୍କ ସିଦ୍ଧାନ୍ତ ଅନୁଯାୟୀ ସମାଧାନ ହେଉଛି, ଶତ୍ରୁ ତୁମକୁ ଯାହା କରୁଛି ତୁମେ ବି ତାକୁ ସେମିତି ଜବାବ ଦିଅ। କିନ୍ତୁ ଦୀର୍ଘମିଆଦୀ ସୂତ୍ରରେ ଏହାର ଯଥାର୍ଥତା କ’ଣ ରହିଛି ତାହା ସେ ପ୍ରକାଶ କରିନାହାନ୍ତି। ଏହା ସ୍ପଷ୍ଟ ଯେ, ସନ୍ତ୍ରାସବାଦ ଉପରେ କେବଳ ଏହି ସରକାର ଗୁରୁତ୍ୱ ହେଉନାହିଁ। ବରଂ୧୯୯୦ରେ କଶ୍ମୀରରେ ଜାତୀୟ ସୁରକ୍ଷା ରଣନୀତି କେନ୍ଦ୍ରିତ ହେବା ଦରକାର ବୋଲି ସେତେବେଳେ ବି ସରକାର ନିଶ୍ଚିତ ଥିଲେ। ଯୁଦ୍ଧ ବଦଳରେ ସନ୍ତ୍ରାସବାଦ ଅନୁପ୍ରବେଶ ରୋକିବା ଲାଗି ସେନା ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍‌ ଗଠନ କରିଥିଲା। ପ୍ରତିରକ୍ଷାମତ୍କ ଭାବେ ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମାର କେତେକାଂଶରେ ତା’ର ବାଡ଼ ନିର୍ମାଣ କରାଯାଇଥିଲା।
ଭାରତ ସରକାରଙ୍କ ପାଇଁ କଶ୍ମୀର ଓ ପାକିସ୍ତାନ ମୁଣ୍ଡ ବ୍ୟଥାର କାରଣ। ଏହି କାରଣରୁ ପୂର୍ବୋତ୍ତର ସୀମାରେ କ’ଣ ଘଟୁଛି ସେଥିରୁ ସମ୍ପୂର୍ଣ୍ଣ ଦୃଷ୍ଟି ହଟାଇ ଦେଲା। ଗଲ୍‌ଓ୍ବାନ ଘାଟିରେ ସଂଘର୍ଷ ହେବା ଯାଏ ଭାରତର ୩୮ଟି ଡିଭିଜନ ମଧ୍ୟରୁ ୧୨ଟି ଚାଇନା ସୀମାରେ ଥିବାବେଳେ ଅନ୍ୟସବୁ ପାକିସ୍ତାନ ବିରୋଧରେ ମୁତୟନ ହୋଇଥିଲେ। ଏବେ ୧୬ଟି ଚାଇନାର ସୀମାରେ ରହିଛନ୍ତି ଓ ଅଧିକ ମୁତୟନ ହେବାକୁ ଯାଉଛି। ଆମେ ପାରମ୍ପରିକ ଢଙ୍ଗରେ ପୁଣି ସେନା ପୋଜିସନକୁ ହଠାତ୍‌ ପଛକୁ ଟାଣୁଛୁ। ଏହା କରିବାକୁ ଇଚ୍ଛା ନ ଥିଲେ ବି ତ୍ରୁଟିପୂର୍ଣ୍ଣ ବିଷୟରେ ଅଧିକ ବିଚାର କରି ସମୟ ନଷ୍ଟ କରାଯାଉଛି ବୋଲି ମିଡିଆ ଜୋର୍‌ଦାର ଚର୍ଚ୍ଚା କହିବାରୁ ସରକାର ଏମିତି କରିବାକୁ ବାଧ୍ୟ ହୋଇଛନ୍ତି। ଅନୁପ୍ରବେଶ କିମ୍ବା ବିଚ୍ଛିନ୍ନତାବାଦ କାର୍ଯ୍ୟରେ ଲିପ୍ତ ବୋଲି ପାକିସ୍ତାନ ଅନେକ ବର୍ଷ ଧରି ଅସ୍ବୀକାର କରିଆସିଛି। ଏଥିରୁ ବୁଝାପଡ଼ୁଛି ଯେ, ଅନେକ ଦିନରୁ କଶ୍ମୀରରେ ଆମର ଗୁରୁତ୍ୱପୂର୍ଣ୍ଣ ଗୋଇନ୍ଦା କାର୍ଯ୍ୟକଳାପ ହିଁ ନାହିଁ ଓ ଅନୁପ୍ରବେଶ ରୋକିବା ଲାଗି ସେନାକୁ ଛାଡ଼ିଦେଲେ ଆମ ପାଖରେ କୌଣସି ସଂସ୍ଥା ନାହିଁ। ଦେଖିବାକୁ ଗଲେ ଭାରତ ଭଳି ଏକ ଆଧୁନିକ ତଥା ଗଣତାନ୍ତ୍ରିକ ଦେଶର କାର୍ଯ୍ୟଶୈଳୀ ପୂରା ନୈରାଶ୍ୟଜନକ। କୌଣସି ପ୍ରସଙ୍ଗ ଉପରେ ଅଧିକ ଚିନ୍ତା କରାଯାଉଥିବାବେଳେ ଏହା ଉପରେ କାର୍ଯ୍ୟ ଉପଯୁକ୍ତ କାର୍ଯ୍ୟ କରା ନ ଯିବା ଏକ ବିଡ଼ମ୍ବନା। ସଂଖ୍ୟାଲଘୁ ବିଶେଷକରି ମୁସଲମାନଙ୍କୁ କାଉଣ୍ଟର ଇଣ୍ଟେଲିଜେନ୍ସ (ବିଦେଶୀ ଗୁପ୍ତଚର ଖୋଜି ସେମାନଙ୍କୁ ଭାରତରେ କାର୍ଯ୍ୟରେ ଲଗାଇବା)ରେ ନିୟୋଜିତ କରିବାକୁ ମନା କରିବା ଦ୍ୱାରା ଗୁପ୍ତଚର ଓ କାର୍ଯ୍ୟଦକ୍ଷତା ପ୍ରଭାବିତ ହେଉଛି।
ଦୁଲତଙ୍କ ପୁସ୍ତକ ପ୍ରକାଶ କରିଛି ଯେ, ର’ ସମେତ ଗୋଇନ୍ଦା ସଂସ୍ଥାଗୁଡ଼ିକର ପଦକ୍ଷେପ ସେନା ଅନୁଯାୟୀ କାମ କରୁଛନ୍ତି। ନିର୍ଦ୍ଦିଷ୍ଟ ବିପଦସମ୍ପର୍କରେ ଜଣା ନ ଥିବାରୁ ଓ ବିନା ନୀତିରେ ବ୍ୟବସ୍ଥା ଏକ ପ୍ରକାର ମନ୍ଥର ହୋଇଗଲା। ରାଜନୈତିକ ସଂସ୍ଥା ଓ ମିଡିଆ ପୂରା ଘଟଣାକୁ ଭୁଲ୍‌ ଦିଗରେ ବିଚାର କଲେ। ଏବେ ଆମ ଅଗରେ ସବୁଠୁ ବଡ଼ ତଥା ମୁଖ୍ୟ ବିପଦ ହେଉଛି ଚାଇନା। ଏହାକୁ ପ୍ରତିରୋଧ କରିବା ଲାଗି ଆମର ଗୋଇନ୍ଦା ଦକ୍ଷତା ବଢ଼ାଇବା ଦରକାର। କିନ୍ତୁ ଏହା ଏବେ ଏତେ ସହଜ ନୁହେଁ। ଆମକୁ ଉପଯୁକ୍ତ ସିଦ୍ଧାନ୍ତ ଓ ରଣନୀତିରେ ପହଞ୍ଚିବା ଦରକାର। ଏହା ମଧ୍ୟ ଏକ ସନ୍ଦେହୀ ସରକାରଙ୍କ ପାଇଁ ସହଜ ହେବ ନାହିଁ। ସର୍ବୋପରି ସନ୍ତ୍ରାସବାଦ ସବୁଠୁ ବଡ଼ ସମସ୍ୟା, ପାକିସ୍ତାନ ମୁଖ୍ୟ ଶତ୍ରୁ ଏବଂ କଶ୍ମୀରର ଏବକାର ନୀତିକୁ ଗୁରୁତ୍ୱପୂର୍ଣ୍ଣ ଓ ସ୍ଥାୟୀ ବୋଲି ଯାହା ବିଚାର କରୁଛୁ ସେଥିରୁ ଧୀରେ ଧୀରେ ଦୂରେଇ ଯିବାକୁ ହେବ। କିନ୍ତୁ ଏଥିରୁ କେଉଁଟି ବି ହୋଇପାରୁନାହିଁ। ଏହି କାରଣରୁ ଆମେ କିଛି କରିବା ଲାଗି ବାଧ୍ୟ କିମ୍ବା ବିବଶ ହେଉଛୁ। ସେ ପର୍ଯ୍ୟନ୍ତ ଅବ୍ୟବସ୍ଥିତ ଭାବେ ଭୁଲ୍‌ କରିଚାଲିବୁ ଓ କିଛି ହାସଲ କରିପାରିବୁ ନାହିଁ। ତେବେ ଦୁଲତ ଦେଶର ସ୍ଥିତି ଉପରେ ଯାହା ଆଲୋକପାତ କରିଛନ୍ତି ତାହା ଯେତିକି ଚମକପ୍ରଦ ଓ ସୁସ୍ପଷ୍ଟ ସେତିକି ନୈରାଶ୍ୟଜନକ ଓ ଭୟାନକ ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri