ପରିଶ୍ରମ ଅନୁସାରେ ମିଳୁନି ପ୍ରାପ୍ୟ

ଭେଡ଼େନ,୨୮।୪(ଡ଼ି.ଏନ.ଏ.): ସବୁଜ ହୀରା ଭାବେ ପରିଚିତ କେନ୍ଦୁପତ୍ରରୁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଲାଭ ପାଉଛନ୍ତି। ମାତ୍ର ବରଗଡ଼ ଜିଲା ଭେଡେନ ବ୍ଲକ ଅଞ୍ଚଳରେ ବଣ, ପାହାଡ଼ ବୁଲି କେନ୍ଦୁପତ୍ର ସଂଗ୍ରହ କରୁଥିବା ଶ୍ରମିକମାନେ ପରିଶ୍ରମ ଅନୁସାରେ ଉଚିତ୍‌ ପ୍ରାପ୍ୟ ପାଉ ନ ଥିବା ଅଭିଯୋଗ ହେଉଛି। ଶ୍ରମିକମାନେ ଭୋର୍‌ରୁ କେନ୍ଦୁପତ୍ର ସଂଗ୍ରହ ପାଇଁ ଘରୁ ବାହାରିଥାନ୍ତି। ପ୍ରଚଣ୍ଡ ଖରାକୁ ବେଖାତିର କରି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସେମାନେ କେନ୍ଦୁପତ୍ର ସଂଗ୍ରହ କରି ଘରକୁ ଫେରିଥାନ୍ତି। ସେମାନେ ଆଣିଥିବା ପତ୍ରକୁ ବାଛିବା ସହ ବିଡ଼ା ବା କେରି ବନ୍ଧିଥାନ୍ତି। ଏହାକୁ ପୁଣି ମୁଣ୍ଡରେ ବୋହି ନିକଟସ୍ଥ ଫଡ଼ି ଘରକୁ ନେଇ ନିଜେ ଗଣତି କରି ପତ୍ରବିଡ଼ାକୁ ଖରାରେ ଶୁଖାଇଥାନ୍ତି। ଏହାପରେ କେନ୍ଦୁପତ୍ର ବିଭାଗ କର୍ମଚାରୀ ତୋଳାଳି ଖାତାରେ ତାଙ୍କର ହିସାବ ଯୋଡ଼ିଥାନ୍ତି। ତେବେ ଏହି ପତ୍ର ସଂଗ୍ରହ ପ୍ରତିଦିନ ହୁଏନାହିଁ। ମେଘୁଆ ପାଗ କିମ୍ବା କଅଁଳି ପତ୍ର ଦେଖାଗଲେ ବିଭାଗୀୟ କର୍ମଚାରୀ ଦିନେ ଦୁଇଦିନ ପତ୍ର ତୋଳିବା ବନ୍ଦ କରିଥାନ୍ତି। ସରକାରୀ ହିସାବରେ ଗୋଟିଏ କେରି ବା ବିଡ଼ାରେ ଅନୂ୍ୟନ ୨୫ଟି ପତ୍ର ରହିଥିବା ବେଳେ ୧୦୦ କେରିକୁ ଗୋଟିଏ ଚଟା ହିସାବ କରାଯାଇଥାଏ। ଗୋଟିଏ ଚଟାକୁ ସରକାର ମାତ୍ର ୧୪୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଯାହାକି ତୋଳାଳିମାନେ ପରିଶ୍ରମ ଅନୁସାରେ ଉଚିତ୍‌ ପ୍ରାପ୍ୟ ନ ପାଇ ଶୋଷଣର ଶିକାର ହେଉଛନ୍ତି। ଅପରପକ୍ଷେ ଝିଅ ବାହାଘର ପାଇଁ ଦିଆଯାଉଥିବା ସହାୟତା ରାଶିକୁ ସରକାର ବନ୍ଦ କରି ହେଇଥିବାରୁ କେନ୍ଦୁପତ୍ର ତୋଳାଳିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଗୋଡ଼ଭଗା ରେଞ୍ଜ୍‌ ମେହେନା ସେକ୍ସନ ଟିହିକିପାଲି ଫଡ଼ି ରେଞ୍ଜ୍‌ ଫରେଷ୍ଟର ମୋନାଲିସା ବାବୁଙ୍କୁ ପଚାରିବାରୁ ସେ କହିଲେ, ସରକାର ଚଳିତବର୍ଷ ବୋନସ ବାବଦ ଆଗତୁରା ଶ୍ରମିକମାନଙ୍କ ଆକାଉଣ୍ଟରେ ୧ ହଜାର ଟଙ୍କା ପ୍ରଦାନ କରିଛନ୍ତି। ତେବେ ପତ୍ର ତୋଳାଳିଙ୍କ ଧାର୍ଯ୍ୟ ଦର ଅପରିବର୍ତ୍ତିତ ରହିଛି। ଆଗର କେନ୍ଦୁପତ୍ର ତୋଳାଳିଙ୍କ ଝିଅ ବାହାଘର ପାଇଁ ସ୍ଥିର ହୋଇଥିବା ସହାୟତା ରାଶିକୁ ସରକାର ବନ୍ଦ କରିଦେଇଥିବା ବାବୁ ପ୍ରକାଶ କରିଥିଲେ।

ବର୍ତ୍ତମାନ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢି ଚାଲିଥିବା ବେଳେ କେନ୍ଦୁପତ୍ର ତୋଳାଳିଙ୍କୁ ଅଣଦେଖା କରାଯାଉଛି। କେନ୍ଦୁପତ୍ର ତୋଳିବା ଟଙ୍କାରେ ଘର ଚଳାଇବା କଷ୍ଟକର ହୋଇପଡୁଛି।
-ମାଗିଖାଇ ସୁନା
କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ଭୋର୍‌ରୁ ଉଠି ୮/୧୦ କି.ମି. ଯିବାକୁ ପଡୁଛି। ଘରକୁ ଫେରିବା ବେଳକୁ ୧୨ଟା ସମୟ ହୋଇଯାଉଛି। ପୁଣି ପତ୍ର ସବୁକୁ ଛାଟି ବିଡ଼ା ବାନ୍ଧି ଫଡ଼ିକୁ ଆଣିଲେ ସନ୍ଧ୍ୟା ହେଉଛି। ପରିଶ୍ରମ ଅନୁସାରେ ସରକାର ପ୍ରାପ୍ୟ ବୃଦ୍ଧି କଲେ ଆମେ ଉପକୃତ ହେବୁ ।
-ବିନୋଦିନୀ ସେଟ
ଆଜକୁ ୫୦ ବର୍ଷ ହେବ ପ୍ରତିବର୍ଷ ମୁ କେନ୍ଦୁପତ୍ର ତୋଳିବା କାମ କରୁଛି। ଗାଁ ପାଖରେ ଆଉ ପତ୍ର ମିଳୁନାହିଁ । ସକାଳୁ ଉଠି ବହୁ ଦୂରକୁ ଯିବାକୁ ପଡ଼ୁଛି। ଦୁଇ ପଇସା ରୋଜଗାର ହେଉଛି ବୋଲି ପ୍ରଚଣ୍ଡ ଖରାକୁ ବି ମାନୁନାହୁଁ । କିନ୍ତୁ ସରକାର ଆମ ପରିଶ୍ରମର ମୂଲ ବୁଝୁନି।
-ଢୁଲକି ପେରା

 


Enter your email to get our daily news in your inbox.

All Right Reserved By Dharitri.Com

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ପୁରୁଣା ଗାଡ଼ି

କଟକ,୨।୪(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା…

ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

ଓଡ଼ିଆ ପକ୍ଷରେ ଐତିହାସିକ, ଧାର୍ମିକସ୍ଥଳକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପକ୍ଷରୁ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ତତ୍ୱାବଧାନରେ ଐତହ ଓ ଧାର୍ମିକସ୍ଥଳଗୁଡ଼ିକରେ ସଫେଇ…

ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ…

‘ପାଗଳ ସହ ବିପଜ୍ଜନକ ହୋଇଗଲେଣି ଟ୍ରମ୍ପ…’, ଇରାନ ଯୁଦ୍ଧ ମଧ୍ୟରେ ରାଗିଲେ ଆମେରିକୀୟ ନେତା

ଓ୍ବାଶିଂଟନ,।୬୪: ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ଆମେରିକା ଭିତରେ ସମାଲୋଚନାର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଆମେରିକୀୟ କଂଗ୍ରେସ ସଦସ୍ୟ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri