Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆସନ୍ତା ୬ ମାସ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ମୁମ୍ବାଇ,୨୦।୧୨-ସାରା ଦେଶରେ କରୋନା ତାର କାୟା ବିସ୍ତାର କରିଚାଲିଥିବାବେଳେ ଏଥିରେ ସବୁଠୁ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ବର୍ତ୍ତମାନ ଶୀତ ଋତୁ ଆରମ୍ଭ ହୋଇଯାଇଥିବାରୁ ମହାମାରୀ କରୋନା ବୃଦ୍ଧି ପାଇବା ଆଶଙ୍କା କରି ଆଗାମୀ ୬ ମାସ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର ଘୋଷଣା କରିଛନ୍ତି। ସେ କହିଛନ୍ତି, ବିଶେଷଜ୍ଞମାନେ ପୁଣିଥରେ ନାଇଟ କର୍ଫ୍ୟୁ ବା ଆଉ ଲକଡାଉନ ସପକ୍ଷରେ କହିଛନ୍ତି। ହେଲେ ଆମ ସରକାର ଏହା ସପକ୍ଷରେ ନାହାନ୍ତି। କୋଭିଡ ପରିସ୍ଥିତି ରାଜ୍ୟରେ ନିୟନ୍ତ୍ରଣରେ ରହିଛି। ଅତିକମରେ ଆମକୁ ଆହୁରି ୬ମାସ ମାସ୍କ ପିନ୍ଧିବା ଦରକାର ବୋଲି ସେ କହିଛନ୍ତି।

Share