Categories: ଜାତୀୟ

ଭାବନାକୁ ବୁଝିବା ଜରୁରୀ,ମହୁଆଙ୍କୁ ମମତାଙ୍କ ପରାମର୍ଶ…

କୋଲକାତା, ୭।୭ : କାଳୀ ଫିଲ୍ମ ପୋଷ୍ଟର ବିବାଦ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀ ସଦସ୍ୟା ମହୁଆ ମୋଇତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ଭାବନାକୁ ବୁଝି ମନ୍ତବ୍ୟ ଦେବା ଉପରେ ମମତା ଗୁରୁତ୍ୱାରୋପ କରିଛନ୍ତି। ମମତା କହିଛନ୍ତି ଭାବନାକୁ ବୁଝାଯାଉ ନାହିଁ। ଅମେ ଯାହାବି କରିଥାଉ ସେଥିରୁ ରାଜନୈତିକ ଦୃଷ୍ଟିକୋଣକୁ ଖୋଜି ବାହାର କରି କେବଳ ସେସବୁକୁ ହିଁ ପ୍ରାଧାନ୍ୟ ଦିଆଯାଇଥାଏ। ଭଲ କାମକୁ ପଛରେ ପକାଇ କେବଳ ଏଥିରୁ ନକାରାତ୍ମକ ତଥ୍ୟକୁ ଗୁରୁତ୍ୱପ୍ରଦାନ କରାଯାଉଥିବା ମମତା କହିଛନ୍ତି।

ଛୋଟ ପିଲାଙ୍କ ପାଇଁ କୌଣସି କାର୍ଯ୍ୟ କଲେ ସେଥିରେ ପିଲାଙ୍କ ସହିତ ପିଲା ହେବାକୁ ପଡ଼ିବ। ଛାତ୍ରୀଛାତ୍ର କ’ଣ ଚିନ୍ତା କରୁଛନ୍ତି ତାହାକୁ ଚିନ୍ତନ କରିବାକୁ ହେବ। ସମସ୍ତ ସ୍ଥିତିର ଭିନ୍ନ ଭିନ୍ନ ମହତ୍ୱ ରହିଛି। ତେବେ କେତେକ ଲୋକ କେବଳ ସମାଲୋଚନା ଏବଂ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବା ଜାଣିଥାନ୍ତି। ଏବେ ମମତାଙ୍କ ଏହି ପରାମର୍ଶ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, କାଳୀ ପୋଷ୍ଟର ନେଇ ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ର କହିଥିଲେ ଯେ କାଳୀ ମା ମାଂସକୁ ଭଲ ପାଆନ୍ତି ଏବଂ ସେ ମଦ୍ୟପାନ କରନ୍ତି।

Share