ଭିତରକନିକାରେ କୁମ୍ଭୀର ବଂଶ ବୃଦ୍ଧି ରୋକିବାକୁ ଗୁରୁତ୍ୱ

କେନ୍ଦ୍ରାପଡ଼ା, ୧୮ା୬(ଜଗନ୍ନାଥ ଧଳ) କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗ୍ରାମର ଅଶୋକ କୁମାର ଆଚାର୍ଯ୍ୟଙ୍କ ଏକମାତ୍ର ପୁଅ ଆଶୁତୋଷ(୧୦)ଙ୍କୁ ବ୍ରାହ୍ମଣୀ ନଦୀ ଘାଟରେ ଗତ ୧୪ ତାରିଖରେ କୁମ୍ଭୀର ଠାଣି ନେଲା। ଏହି ସ୍ଥାନ ଜାତୀୟ ଉଦ୍ୟାନ ଭିତରକନିକା ସଂରକ୍ଷିତ ଅଞ୍ଚଳ ନୁହେଁ ା କେବଳ ନିମପୁର ନୁହେଁ ସହର ନିକଟ ଇନ୍ଦୁପୁରଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କୁମ୍ଭୀର ଉପଦ୍ରବ ଦେଖିବାକୁ ମିଳୁଛି ା ଭିତରକନିକାର ସୀମିତ ଅଞ୍ଚଳରେ ଅତ୍ୟଧିକ କୁମ୍ଭୀର ପ୍ରଜନନ କେନ୍ଦ୍ରାପଡ଼ା ଜିଲା ସମେତ ନିକଟସ୍ଥ ଯାଜପୁର ଓ ଭଦ୍ରକ ଜିଲାରେ ଆତଙ୍କ ଖେଳାଇଛି ା ପ୍ରତିମାସରେ କୁମ୍ଭୀର ଓ ମଣିଷ ଲଢ଼େଇ ଦେଖିବାକୁ ମିଳୁଛି। ସାଇନବୋର୍ଡରେ ସଚେତନତା କାର୍ଯ୍ୟକ୍ରମ ସୀମିତ ରହିଥିବା ବେଳେ ନଦୀ ନାଳ ଅଞ୍ଚଳରେ ଥିବା କୁମ୍ଭୀରକୁ ବାର୍ଷିକ ଗଣନାରେ ସାମିଲ କରାଯାଉ ନାହିଁ। ୧୯୯୧ରେ ଜାତୀୟ ଉଦ୍ୟାନରେ ଏହାର ବଂଶବୃଦ୍ଧି ରୋକିବାକୁ କେନ୍ଦ୍ର ସରକାରଙ୍କ ବନ୍ୟ ଓ ପର୍ଯ୍ୟବରଣ ମନ୍ତ୍ରଣାଳୟରୁ ଚିଠି ହୋଇଥିଲା। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଓ ପରିବେଶବିତ୍‌ମାନେ ଏବେ ସ୍ବର ଉଠାଇଲେଣି।
ପରିବେଶବିତ୍‌ ତଥା କଇଁଛ ସୁରକ୍ଷା ସମିତିର ସମ୍ପାଦକ ହେମନ୍ତ କୁମାର ରାଉତ କହିଛନ୍ତି, ଲୁଣା କୁମ୍ଭୀର ପାଇଁ ଭିତରକନିକା ପ୍ରସିଦ୍ଧ ା ଗତ ଜାନୁୟାରୀ ଗଣନା ସମୟରେ ପ୍ରାୟ ୧୮୦୦ କୁମ୍ଭୀର ରହିଥିବା ଜଣାପଡିଛି ା ଏଠାରେ ଧଳା କୁମ୍ଭୀର ସହ ଅନ୍ୟ ଦୁଇ ପ୍ରଜାତି କୁମ୍ଭୀର ମଧ୍ୟ ଦେଖାଗଲାଣି ା ଜାତୀୟ ଉଦ୍ୟାନର ସୀମିତ ଅଞ୍ଚଳରେ ଏହି ସଂରକ୍ଷିତ ପ୍ରାଣୀଙ୍କ ବଂଶବୃଦ୍ଧି ଏବେ ଜିଲା ଓ ବାହାର ଜିଲାରେ ଆତଙ୍କ ଖେଳାଇଛି ା ଗତ ୧୦ ବର୍ଷର ହିସାବକୁ ନିଆଗଲେ ପ୍ରାୟ ଶତାଧିକ ଲୋକ କୁମ୍ଭୀର ଆକ୍ରମଣରେ ମୃତାହତ ହେଲେଣି। ସେହିପରି ଜାଲ ଓ ଅନ୍ୟ କାରଣରୁ ୨୫ରୁ ଊର୍ଦ୍ଧ୍ୱ କୁମ୍ଭୀରଙ୍କ ଜୀବନ ଗଲାଣି ା ସଂଖ୍ୟା ଗଣନାରେ ସାମିଲ ନ ଥିବା ନଦୀ ନାଳ ଅଞ୍ଚଳରେ କୁମ୍ଭୀର ବୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳବାସୀ ସହିତ ଯାଜପୁରର କୟଁାଗୋଲା, ଦଶରଥପୁର, ଭଦ୍ରକର ବିଭିନ୍ନ ନଦୀକୂଳବାସୀ ଆତଙ୍କିତ ହେଉଛନ୍ତି। ଜାତୀୟ ଉଦ୍ୟାନ ବାହାରେ ଥିବା ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ, ମହାକାଳପଡ଼ା ଓ ରାଜନଗରରେ କୁମ୍ଭୀର ପ୍ରତି ସାବଧାନ ସାଇନ୍‌କାର୍ଡରେ ସଚେତନତା କାର୍ଯ୍ୟକ୍ରମ ସୀମିତ ରହୁଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି ା ଡେରାଡୁନସ୍ଥିତ ୱାଇଲ୍‌ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର ପୂର୍ବତନ ବନ୍ୟପ୍ରାଣୀ ବିଶେଷଜ୍ଞ ବି.ସି.ଚୌଧୁରୀ କହିଛନ୍ତି, ସୀମିତ ଅଞ୍ଚଳରେ ଏହି ପ୍ରଜାତିର ଅତ୍ୟଧିକ ବଂଶବୃଦ୍ଧି ଚିନ୍ତାର କାରଣ ନିଶ୍ଚିତ ହେବ ା ଖାଦ୍ୟ, ପ୍ରଜନନ ପାଇଁ ପାର୍ଟନର, ବସା ସ୍ଥାପନ ସହିତ ଅନ୍ୟ ସମସ୍ୟା ରହିବ ା ଯାହା କଳହର ସୂତ୍ରପାତ କରିବା ସହିତ ବଂଶବୃଦ୍ଧି ପାଇଁ ନିକଟସ୍ଥ ଅଞ୍ଚଳକୁ ବ୍ୟବହାର କରିବ ା ଏଠାରେ ଅତ୍ୟଧିକ ବଂଶବୃଦ୍ଧିକୁ ରୋକିବା ପାଇଁ ୧୯୯୧ରେ କେନ୍ଦ୍ର ସରକାରଙ୍କ ବନ୍ୟ ଓ ପର୍ଯ୍ୟାବରଣ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କୁମ୍ଭୀରର ଅତ୍ୟଧିକ ବଂଶବୃଦ୍ଧି ଯୋଗୁ ବର୍ଷା ଓ ବନ୍ୟା ସମୟରେ ବାହାର ଅଞ୍ଚଳକୁ ପଳାଇବା ସାଧାରଣ କଥା ା ଫଳରେ ମଣିଷ ଓ କୁମ୍ଭୀର ଲଢ଼େଇ ଅତ୍ୟଧିକ ହେବ ା ଏହାକୁ ରୋକିବା ସହିତ ଲୁଣା ଅଞ୍ଚଳରେ ମାଛ ବଂଶ ବୃଦ୍ଧି ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ସେ ମତ ଦେଇଚନ୍ତି ା ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ୧୯୭୫ରେ ଭିତରକନିକାରେ କୁମ୍ଭୀର ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଥିଲା ା ତତ୍କାଳୀନ ସମୟରେ ଏହାର ସଂରକ୍ଷଣ ଜରୁରୀ ଥିଲା ା ୧୯୯୧ରେ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ୧୯୯୫ରେ ସଂରକ୍ଷଣ କାର୍ଯ୍ୟକ୍ରମକୁ ବନ୍ଦ ରଖାଗଲା ା ଆରମ୍ଭ ସମୟରେ ମାତ୍ର ୯୪ଟି କୁମ୍ଭୀର ଥିବାବେଳେ ୨୦ ବର୍ଷରେ ଏହା ୧୦୦୦କୁ ବୃଦ୍ଧି ପାଇ ସାରିଥିଲା ା ଏହାସତ୍ତ୍ୱେ ଏବେ ମଧ୍ୟ କୁମ୍ଭୀର ଅଣ୍ଡା ସଂଗ୍ରହ ଓ ହାଚେରୀରେ ସଂରକ୍ଷଣ କରାଯାଉଛି ା ସୀମିତ ଅଞ୍ଚଳରେ ଏହି ପ୍ରାଣୀର ଅତ୍ୟଧିକ ବଂଶ ବୃଦ୍ଧି ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଘାତକ ହେବ ବୋଲି ସାମଲ ମତ ରଖିଛନ୍ତି ା ଏସମ୍ପର୍କରେ କନିକା ରେଞ୍ଜର ମାନସ ଦାଶ କହିଛନ୍ତି, ଭିତରକନିକାରେ କୁମ୍ଭୀର ସଂରକ୍ଷଣ କାର୍ଯ୍ୟକ୍ରମ ଜାରି ରହିଛି। ବିଭାଗୀୟ ନିର୍ଦ୍ଦେଶକୁ ସର୍ବଦା କାର୍ଯ୍ୟକାରୀ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri