ପୂର୍ବରୁ ଗଛ ପରିମାଣ ଅଧିକ ଥିଲା। ଲୋକମାନେ ପ୍ରକୃତିକୁ ନେଇ ମଧ୍ୟ ସଚେତନ ଥିଲେ। ବର୍ତ୍ତମାନ ଭଳି କଳକାରଖାନା ନ ଥିଲା କି ଗାଡି ମୋଟର ଚାଲୁ ନ ଥିଲା। ବର୍ତ୍ତମାନ ଇଣ୍ଡଷ୍ଟ୍ରି ସେକ୍ଟର ହୋଇଗଲାଣି। ତେବେ ପରିବେଶକୁ ନେଇ କେବଳ ଫଟୋ ଓ ରିଲ୍ସ କରାଯାଉଛି, କିନ୍ତୁ ସେତିକି ପରିମାଣରେ କାମ ହେଉନାହିଁ। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସଚେତନାତାର ଆବଶ୍ୟକତା ରହିଛି। ଯୁବପିଢ଼ିମାନେ ପ୍ରତି ସପ୍ତାହରେ ପରିବେଶ ପାଇଁ ଘଣ୍ଟେରୁ ଦୁଇ ଘଣ୍ଟା ସମୟ ଦେବା ଦରକାର। ଭବିଷ୍ୟତରେ କ୍ୟାରିୟର ସହିତ ଆମକୁ ପରିବେଶ ଦିଗରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ।
ନନ୍ଦିତା ଦାଶ, ଛାତ୍ରୀ, ଏକାମ୍ର କଲେଜ, ଭୁବନେଶ୍ୱର
ଗଛ ଲଗାଇ ବଡ଼ ହେବା ପର୍ଯ୍ୟନ୍ତ ଦାୟିତ୍ୱ ନିଅ
ଗଁା ଗହଳିର ସବୁ ଲୋକମାନେ ପରିବେଶ ପାଇଁ ସଚେତନ ହୋଇନାହାନ୍ତି। ଦଳଗତ ଭାବେ ଯାଇ ସମସ୍ତଙ୍କୁ ଗଛଲତା ସମ୍ପର୍କରେ ବୁଝେଇବାକୁ ପଡ଼ିବ। ଏହାର ଉପକାରିତା ଓ ଅପକାରିତା ଦିଗରେ କହିବାକୁ ପଡ଼ିବ। ସମସ୍ତେ ଗୋଟିଏ ଲେଖାଏ ଗଛ ଲଗାଇଲେ ପରିବେଶ ସୁରକ୍ଷିତ ହୋଇପାରିବ। ଆଜିକାଲି ସମସ୍ତେ କର୍ମମୟ ଜୀବନରେ ବ୍ୟସ୍ତ ରହୁଛନ୍ତି, ହେଲେ ପରିବେଶ ପାଇଁ ସେତିକି ଧ୍ୟାନ ଦିଆଯାଉନାହିଁ। ଗଛ ଲଗାଇବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିବା ସହିତ ଗଛ ଯେମିତି ବଞ୍ଚତ୍ ରହି ବଡ଼ ହେବ, ସେଥିପ୍ରତି ଦାୟିତ୍ୱ ନେବା ଆବଶ୍ୟକ।
ସନ୍ତୋଷୀ ବରାଳ, ଛାତ୍ରୀ, ଫକୀର ମୋହନ ସ୍ବଂୟଶାସିତ କଲେଜ, ବାଲେଶ୍ୱର