Categories: ଜାତୀୟ

ଶିକ୍ଷା ସମାପ୍ତ ପରେ ଦେଶର ବିକାଶରେ ସହଯୋଗ କରିବା ଗୁରୁତ୍ୱପୂର୍ଣ୍ଣ: ମୋଦି

ନୂଆଦିଲ୍ଲୀ,୨୧।୧୧: ଦେଶର ବିକାଶରେ ଯୁବବର୍ଗଙ୍କର ସହଯୋଗ ଅପରିହାର୍ଯ୍ୟ। ଏପରିସ୍ଥଳେ ଶିକ୍ଷାର୍ଥୀମାନେ ଶିକ୍ଷା ସମାପ୍ତ ପରେ ଦେଶର ବିକାଶ କାର୍ଯ୍ୟରେ ସହଯୋଗ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୁଜରାଟ ଗାନ୍ଧିନଗରଠାରେ ଥିବା ପଣ୍ଡିତ ଦିନଦୟାଲ ପେଟ୍ରୋଲିୟମ୍‌ ୟୁନିଭରସିଟିର ୮ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉତ୍ସବରେ ଯୋଗଦେଇ ମୋଦି କହିଛନ୍ତି ଯେ, ଦେଶର ଶକ୍ତି ହେଉଛନ୍ତି ଯୁବବର୍ଗଙ୍କ ସେମାନଙ୍କ କାର୍ଯ୍ୟ ପ୍ରଣାଳୀ ପରବର୍ତ୍ତୀ ସମୟରେ ଦେଶକୁ ଶିଖରରେ ପହଞ୍ଚାଇବ। ତେଣୁ ପ୍ରତି ଶିକ୍ଷାର୍ଥୀ ଏନେଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି।

Share