Categories: ଜାତୀୟ

ତୃଣମୂଳସ୍ତରରେ ନ୍ୟାୟିକ ସୁବିଧା ଉପଲବ୍ଧ କରାଇବା ଅପରିହାର୍ଯ୍ୟ…

ଚେନ୍ନାଇ,୧୪ା୨: ସମାଜର ତୃଣମୂଳସ୍ତରରେ ନ୍ୟାୟିକ ବ୍ୟବସ୍ଥା ଉପଲବ୍ଧ କରାଇବା ଅପରିହାର୍ଯ୍ୟ। ଏହା ଦ୍ୱାରା ସାଧାରଣ ବ୍ୟକ୍ତି ଉପକୃତ ହେବା ସହିତ ନ୍ୟାୟପାଳିକାର ଲକ୍ଷ୍ୟ ପୂରଣ ହୋଇପାରିଥାଏ। ମାଡ୍ରାସ୍‌ ହାଇକୋର୍ଟର ୩୨ ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରି ବିଚାରପତି ମୁନୀଶ୍ୱର ନାଇ ଭଣ୍ଡାରୀ ଏହା କହିଛନ୍ତି। ମାମଲାର ସମାଧାନ ଶୀଘ୍ର କରାଯିବା ସହିତ ପ୍ରତିଟି କ୍ଷେତ୍ରରେ ସ୍ବଚ୍ଛତାକୁ ପ୍ରାଧାନ୍ୟ ଦେଲେ ନ୍ୟାୟିକ ବ୍ୟବସ୍ଥା ସଫଳ ହୋଇ ପାରିବ।

ଏକ୍ଷେତ୍ରରେ ସାମୁହିକ ପ୍ରୟାସ ଜରୁରୀ। ସେହିପରି ମାମଲା ସମାଧାନ କ୍ଷେତ୍ରରେ ପୋଲିସ ଏବଂ ପ୍ରଶାସନର କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନ୍ୟାୟପାଳିକା ସହିତ ପୋଲିସ ଏବଂ ପ୍ରଶାସନର ଉପଯୁକ୍ତ ସମନ୍ବୟ ଦ୍ୱାରା ନ୍ୟାୟିକ ବ୍ୟବସ୍ଥାର ଲକ୍ଷ୍ୟ ପୂରଣ ହୋଇପାରିଥାଏ ବୋଲି ସେ କହିଛନ୍ତି।

Share