ଗୁଜୁରାଣ ମେଣ୍ଟାଉଛି ଚାରକୋଳି

ନରେଶ ଚନ୍ଦ୍ର ପଟ୍ଟନାୟକ
କେନ୍ଦୁଝର,୧ା୪: ଗ୍ରୀଷ୍ମଋତୁରେ ଫଳୁଥିବା ଚାର (ଚାହାର) କୋଳି ଖାଇବାକୁ ଯେପରି ସ୍ବାଦିଷ୍ଟ, ସ୍ବାସ୍ଥ୍ୟପକ୍ଷେ ମଧ୍ୟ ସେପରି ହିତକର। ଏହାଛଡ଼ା ଏହା ମିଠା, କେକ୍‌ ଆଦିରେ ବ୍ୟବହାର ହେଉଥିବାରୁ ଚାରକୋଳିର ଚାହିଦା ବଜାରରେ ବଢ଼ିବାରେ ଲାଗିଛି। ମଞ୍ଜି କେଜିକୁ ୧ ହଜାରରୁ ଅଧିକ ଟଙ୍କାରେ ବିକ୍ରି ହେଉଥିବାରୁ ଏହା କେନ୍ଦୁଝର ଜିଲାର ଅନେକ ବନବାସୀଙ୍କ ଗୁଜୁରାଣ ମେଣ୍ଟାଇବାରେ ସହାୟକ ହୋଇପାରୁଛି।
କେନ୍ଦୁଝର ଜିଲାର ତେଲକୋଇ, ବାଂଶପାଳ, ହରିଚନ୍ଦନପୁର, ଘଟଗଁା, ପାଟଣା, ଚମ୍ପୁଆ, ଯୋଡ଼ା ଆଦି ବ୍ଲକ୍‌ ଅଞ୍ଚଳର ଜଙ୍ଗଲରେ ଚାରଗଛ ବହୁ ପରିମାଣରେ ରହିଛି। ବନବାସୀମାନେ ବହୁ କଷ୍ଟରେ ଜଙ୍ଗଲରୁ ଏହାର କୋଳି ସଂଗ୍ରହକରି ପ୍ରାୟ ୬୦ କି.ମି. ଦୂର କେନ୍ଦୁଝର ସହରକୁ ଆଣି ରାସ୍ତାପାର୍ଶ୍ୱରେ ବସି ବିକ୍ରି କରିଥାଆନ୍ତି। କୋଳିର ଚାହିଦା ଜିଲା ଓ ରାଜ୍ୟ ବାହାରେ ଅଧିକ ଥିବାରୁ ବେପାରୀମାନେ କମ୍‌ ମୂଲ୍ୟରେ କିଣିନେଇ ବାହାରକୁ ପଠାଇ ଅଧିକ ଲାଭବାନ୍‌ ହେଉଛନ୍ତି। ବିଶେଷକରି ଏହାର ମଞ୍ଜିକୁ ଫଟାଇ ଭିତରେ ଥିବା ସସକୁ ମଧ୍ୟ ଖାଦ୍ୟରୂପେ ବ୍ୟବହାର କରାଯାଏ। ସେଥିରୁ ବିଭିନ୍ନ ପ୍ରକାର ସୁସ୍ବାଦୁ ମିଠା ପ୍ରସ୍ତୁତ ହେବା ସହ କେକ୍‌ରେ ବ୍ୟବହାର ହେଉଥିବାରୁ ମଞ୍ଜିର ମୂଲ୍ୟ କିଲୋ ପିଛା ୧ ହଜାରରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ଆଗରୁ ଚାରକୋଳି ବହୁ ପରିମାଣରେ ମିଳୁଥିଲା। ତେବେ ଖଣିଖାଦାନ, ପୋଡୁଚାଷ, ଜଙ୍ଗଲପୋଡ଼ି, ଜଙ୍ଗଲ ଜବରଦଖଲ ଆଦି କାରଣରୁ ଗଛ ପଦା ହୋଇଗଲାଣି। ଚାର କୋଳି ସହ ଅନ୍ୟାନ୍ୟ ଫଳମୂଳ ମଧ୍ୟ ମିଳୁନାହିଁ। ବନବାସୀଙ୍କ ଜୀବିକା ଉପରେ କୁପ୍ରଭାବ ପଡୁଛି ବୋଲି ବୈଦ୍ୟ ବିଶାରଦ ହରେକୃଷ୍ଣ ମହାନ୍ତ କହିଛନ୍ତି। ପ୍ରାକୃତିକ ପରିବେଶରେ ଏବଂ ଜଙ୍ଗଲରେ ଆପେ ଆପେ ଏହା ବଢୁଥିବାରୁ ଏହାର ସୁରକ୍ଷା କରିବା ଜରୁରୀ। ଜଙ୍ଗଲର ସୁରକ୍ଷା କରିବା ସହ ମହୁଲ, ଟୋଲ, ହରିଡ଼ା, ବାହାଡ଼ା, ଅଁଳା ଆଦି ଲଘୁ ବନଜାତ ଦ୍ରବ୍ୟ ଭଳି ଚାରକୋଳି ପାଇଁ ପ୍ରୋତ୍ସାହନ ମିଳିଲେ ବନବାସୀଙ୍କ ଅର୍ଥନୀତିରେ ସୁଧାର ଆସିପାରିବ ବୋଲି ଦାବି ହେଉଛି। ଏହାର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର ବିଭାଗ କ୍ଷୟକ୍ଷତିର ଭରଣା କରିପାରୁ ନ ଥିବାରୁ ଧୀରେ ଧୀରେ ଚାରକୋଳି ଲୋପପାଇବାକୁ ବସିଛି ବୋଲି ଅବସରପ୍ରାପ୍ତ କେନ୍ଦ୍ର ସରକାରଙ୍କ କ୍ଷେତ୍ର ପ୍ରଚାର ଅଧିକାରୀ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri