Posted inଫୁରସତ

ସବୁଜ ପୃଥିବୀକୁ ଜୀବନ୍ତ ରଖିବା ଅପରିହାର୍ଯ୍ୟ

ଆମର ସବୁଜ ପୃଥିବୀ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପୃଥିବୀ ସାମ୍ନା କରୁଥିବା ସମସ୍ତ ସଙ୍କଟ ମଧ୍ୟରୁ ଅଧିକାଂଶ ମନୁଷ୍ୟ କୃତ। ଜନସଂଖ୍ୟା ବୃଦ୍ଧି, ଦ୍ରୁତ ଶିଳ୍ପାୟନ, ବିଶ୍ୱ ତାପନ ଆଦି ଜୀବନ୍ତ ପୃଥିବୀ ପାଇଁ ଆହ୍ବାନ ସୃଷ୍ଟି କରିଛି। ଆଧୁନିକତାର ବଶବର୍ତ୍ତୀ ହୋଇ କେତେକ ଦେଶ ନିଜନିଜ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଆଣବିକ ଅସ୍ତ୍ରଶସ୍ତ୍ର ବିକଶିତ କରିବା ଜାରି ରଖିଛନ୍ତି। ଅସ୍ତ୍ରଶସ୍ତ୍ର ବିକଶିତ କରିବା ତୁଳନାରେ ଏସବୁର ପରୀକ୍ଷଣ ପୃଥିବୀ ଲାଗି ବିପଦ ସୃଷ୍ଟି କରୁଛି। ୧୯୪୫ ରୁ ୧୯୯୬ ମଧ୍ୟରେ ସମଗ୍ର ପୃଥିବୀରେ ୨ ହଜାରରୁ ଅଧିକ ଆଣବିକ ପରୀକ୍ଷଣ କରାଯାଇଛି। ଆଣବିକ ପରୀକ୍ଷଣ ବିରୋଧରେ ଅନ୍ତର୍ଜାତୀୟ ଦିବସ ପାଳନ ନେଇ ସ୍ବୀକୃତି ପରେ ଏଥିରେ ସୁଧାର ଆସିଛି।
ସୃଷ୍ଟି ପାଇଁ ୧୯୯୧ ଅଗଷ୍ଟ ୨୯ରେ କାଜାଖସ୍ତାନର ସେମିପାଲାଟିନ୍ସ ଆଣବିକ ପରୀକ୍ଷଣ ସ୍ଥାନକୁ ବନ୍ଦ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୦୯ ଡିସେମ୍ବର ୨ରେ ଜାତିସଂଘ ସାଧାରଣ ସଭାର ୬୪ ତମ ଅଧିବେଶନରେ ଆଣବିକ ନିରସ୍ତ୍ରୀକରଣ ନିମନ୍ତେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ସର୍ବସମ୍ମତି କ୍ରମେ ଏହା ଗ୍ରହଣ ହୋଇଥିଲା। ତେଣୁ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅଗଷ୍ଟ ୨୯କୁ ପରମାଣୁ ପରୀକ୍ଷଣ ନିରୋଧୀ ଦିବସ ଭାବେ ପାଳନ କରାଯାଉଛି। ୨୦୧୦ ରେ ଆଣବିକ ଅସ୍ତ୍ର ବିକଶିତ ନ କରିବା ଲାଗି ଉଦ୍ଦିଷ୍ଟ ଥିବା ଚୁକ୍ତିରେ ସମସ୍ତ ଦେଶ ଆଣବିକ ଅସ୍ତ୍ର ବିନା ବିଶ୍ୱର ଶାନ୍ତି ଏବଂ ନିରାପତ୍ତା ହାସଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିବର୍ଷ ଏହି ଦିବସ ପାଳନ ଅବସରରେ ଭବିଷ୍ୟତ ବଂଶଧରଙ୍କ ପାଇଁ କିଭଳି ପୃଥିବୀକୁ ଜୀବିତ ରଖିବା ଅପରିହାର୍ଯ୍ୟ ସେ ନେଇ ସଚେତନତା ସୃଷ୍ଟି କରାଯାଇଥାଏ। ଏହା ସହିତ ଅଦୂରଦର୍ଶୀ ମନୋଭାବକୁ ଦୂର କରାଯିବା ଲାଗି ଉଦ୍ୟମ ମଧ୍ୟ ହୋଇଥାଏ।
ପରୀକ୍ଷଣ କରି ଏବେ ସବୁ ଦେଶ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଏହା ପୃଥିବୀ ପ୍ରତି କେତେ ଯେ ବିପଦପୂର୍ଣ୍ଣ ତାହା କେହି ବି ଚିନ୍ତା କରୁନାହାନ୍ତି। ପ୍ରଥମେ ୧୬ ଜୁଲାଇ ୧୯୪୫ରେ ଆଣବିକ ପରୀକ୍ଷଣ କରାଯାଇଥିଲା। ଆମେରିକା ଦ୍ୱାରା ନ୍ୟୁ ମେକ୍ସିକୋର ଆଲାମୋଗୋର୍ଡୋର ମରୁଭୂମିରେ ପରମାଣୁ ବୋମା ପରୀକ୍ଷା କରାଯାଇଥିଲା। ଆଣବିକ ପରୀକ୍ଷଣକୁ ରୋକିବା ପାଇଁ ୧୯୬୬ରେ ନ୍ୟୁକ୍ଲିୟର ଟେଷ୍ଟ ବ୍ୟାନ ଟ୍ରିଟି (ସିଟିବିଟି)ରେ ବିଶ୍ୱର ବହୁ ଦେଶ ସ୍ବାକ୍ଷର କରିଥିଲେ। ଏହି ଦିବସ ପାଳନ ଅବସରରେ ବିଶ୍ୱ ବ୍ୟାପୀ ସବୁଜ ଜୀବନ୍ତ ପୃଥିବୀକୁ ବଞ୍ଚାଇ ରଖିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri