ରିଚାର୍ଡ ହାଡ୍ଲୀ: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍୍ରେ ଶନିବାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଟୁର୍ନାମେଣ୍ଟରେ ପୂର୍ବରୁ ର଼୍ୟାଙ୍କିଙ୍ଗ୍ ତାଲିକାରେ ଦୁଇ ଦଳ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିଲେ। ଅହମଦାବାଦରେ ଖେଳାଯିବାକୁ ଥିବା ଏହି ମ୍ୟାଚ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଆଶା କରାଯାଉଛି। ଏଥର ଟୁର୍ନାମେଣ୍ଟରେ ଭାରତ ଭଲ ଖେଳୁଛି। ପୂର୍ବତନ ବିଜେତା ପାକିସ୍ତାନ ମଧ୍ୟ ଭଲ ସ୍ଥିତିରେ ରହିଛି। ଦୁଇଟିଯାକ ଦଳ ସେମାନଙ୍କ ପୂର୍ବ ଦୁଇ ମ୍ୟାଚରେ ସହଜ ବିଜୟ ହାସଲ କରିଛନ୍ତି।
ଭାରତ କହିବାକୁଗଲେ ପ୍ରତିଯୋଗିତାର ଏକ ଶକ୍ତିଶାଳୀ ଅଲରାଉଣ୍ଡ ଟିମ୍। ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍ରା ବର୍ତ୍ତମାନ ଫିଟ୍ ଅଛନ୍ତି। ଲକ୍ଷ୍ୟଭେଦୀ ଇନ୍ସୁଇଙ୍ଗ ଓ ଆଉଟ ସୁଇଙ୍ଗ ବୋଲିଂ କରିପାରନ୍ତି। ଟୁର୍ନାମେଣ୍ଟରେ ସେ ସବୁଠାରୁ ବିପଜ୍ଜନକ ପେସ୍ ବୋଲର। ତାଙ୍କ ଅସାଧାରଣ ଟେକ୍ନିକ୍ ବ୍ୟାଟ୍ସମ୍ୟାନମାନଙ୍କୁ ଚିନ୍ତାରେ ପକାଇଥାଏ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ମାତ୍ର ୨ ରନ ସ୍କୋରରେ ୩ ଉଇକେଟ ହରାଇ ଭାରତ ଚାପରେ ରହିଥିଲା। ଏଭଳି ପରିସ୍ଥିତ ଥାଇ ମଧ୍ୟ ଦଳ ମ୍ୟାଚକୁ ସହଜେ ଜିତି ନେଇଥିଲା। ଆଫଗାନିସ୍ତାନ ବିପକ୍ଷରେ ରୋହିତ ଶର୍ମା ଆକର୍ଷଣୀୟ ୧୩୧ ରନ ସଂଗ୍ରହ କରିଛନ୍ତି। କେ.ଏଲ୍. ରାହୁଲ ଦୁଇଟି ଅର୍ଦ୍ଧଶତକ ହାସଲ କରି ତାଙ୍କ ଫର୍ମର ପରିଚୟ ଦେଇଛନ୍ତି। ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ଜଣାପଡ଼ୁଛିି। ଦଳର ସ୍ପିନରମାନେ ମଧ୍ୟ ସେମାନଙ୍କ ଦାୟିତ୍ୱ ସୁଚାରୁ ରୂପେ ତୁଲାଉଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ଏକ ସନ୍ତୁଳିତ ଦଳ ବୋଲି ଜଣାପଡୁଛି। ଏହାର ପେସ୍ ଆଟାକ୍ ବେଶ୍ ଶକ୍ତିଶାଳୀ। ମହମ୍ମଦ ରିଜଓ୍ବାନ ଏବେ ଫର୍ମରେ ଅଛନ୍ତି। ତେଣୁ କେଉଁ ଦଳ ଜିତିବ ତାହା ପୂର୍ବାନୁମାନ କରିବା କଠିନ ବ୍ୟାପାର। ଏହି ଦୁଇ ଦଳ ପରସ୍ପର ପ୍ରତି ଭାରି ପଡ଼ିବେ। ସେମାନେ ଆଉ ୨ ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ରହିବେ। ସମ୍ଭବତଃ ଭାରତ ଫେଭରାଇଟ୍ ରହିବ। କାରଣ ଭାରତ ପୂର୍ବରୁ ୫୦ ଓଭର ବିଶ୍ୱକପ୍ ମୁକାବିଲାରେ କେବେ ପାକିସ୍ତାନଠାରୁ ହାରିନାହିଁ। ପ୍ରତିଯୋଗିତାର ବର୍ତ୍ତମାନ ସ୍ଥିତିରେ ପ୍ରତିଟି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ। ଦଳଗୁଡ଼ିକ ପରୀକ୍ଷାନିରୀକ୍ଷା ନ ଚଳାଇ ସେମାନଙ୍କ ଶ୍ରେଷ୍ଠ ଏକାଦଶକୁ ନେଇ ପଡ଼ିଆକୁ ଓହ୍ଲାଇବେ। ବୃହତ୍ ବ୍ୟବଧାନରେ ବିଜୟ ସହ ନେଟ୍ ରନରେଟ୍ରେ ଉନ୍ନତି ଆଣିବାରେ ଚେଷ୍ଟା କରିବେ। ଅଣଭାରତ ଗେମ୍ଗୁଡ଼ିକରେ ଦର୍ଶକ ଉପସ୍ଥାନ କମ୍ ରହିବା ଆଶ୍ଚର୍ଯ୍ୟଜନକ ଏବଂ ଦୁଃଖର ବିଷୟ। ତେବେ ପ୍ରତିଯୋଗିତା ଆଗକୁ ବଢିବା ସହ ଦର୍ଶକଙ୍କ ଆଗମନ ବୃଦ୍ଧି ପାଇବ ବୋଲି ଆଶା।
(ଚିଭାକ୍ ସ୍ପୋଟର୍ସ)
ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ…
ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...
ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…
ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...
କଟକରେ ଐତିହାସିକ ରେକର୍ଡ କଲେ ବୁମ୍ରା: ପ୍ରଥମ ଭାରତୀୟ ବୋଲର୍ ଭାବେ…
କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...
ଭାରତୀୟ ଚାଉଳ ଉପରେ ଟାରିଫ୍ ଲଗାଇବାକୁ ଟ୍ରମ୍ପ୍ଙ୍କ ଧମକ
ଓ୍ବାଶିଂଟନ୍,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଧମକ ଦେଇଛନ୍ତି। ଭାରତ...
ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍: ଆଉ ତା’ପରେ ଘଟିଗଲା…
କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍ରେ ଭାରତ ୧୦୧ ରନ୍ରେ ଦମ୍ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...
ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା
କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍ରେ ଭାରତ ୧୦୧ ରନ୍ରେ ଦମ୍ଦାର ବିଜୟ ହାସଲ କରିଛି।...
ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ: ପୋଲିସ ପହଞ୍ଚି…
ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ...
ଭୟରେ ଗାଁ ଛାଡ଼ୁଥିଲେ ଲୋକେ: ଶେଷରେ ମିଳିଲା କଟାମୁଣ୍ଡ
ମାଲକାନଗିରି,୧୦।୧୨(ଦୁର୍ଯ୍ୟୋଧନ ପାତ୍ର): ଶେଷରେ ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...
Archives


