Posted inଖେଳ

କିଏ ଜିତିବ କହିବା କଷ୍ଟକର

ରିଚାର୍ଡ ହାଡ୍‌ଲୀ: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌୍‌ରେ ଶନିବାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଟୁର୍ନାମେଣ୍ଟରେ ପୂର୍ବରୁ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ଦୁଇ ଦଳ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିଲେ। ଅହମଦାବାଦରେ ଖେଳାଯିବାକୁ ଥିବା ଏହି ମ୍ୟାଚ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଆଶା କରାଯାଉଛି। ଏଥର ଟୁର୍ନାମେଣ୍ଟରେ ଭାରତ ଭଲ ଖେଳୁଛି। ପୂର୍ବତନ ବିଜେତା ପାକିସ୍ତାନ ମଧ୍ୟ ଭଲ ସ୍ଥିତିରେ ରହିଛି। ଦୁଇଟିଯାକ ଦଳ ସେମାନଙ୍କ ପୂର୍ବ ଦୁଇ ମ୍ୟାଚରେ ସହଜ ବିଜୟ ହାସଲ କରିଛନ୍ତି।
ଭାରତ କହିବାକୁଗଲେ ପ୍ରତିଯୋଗିତାର ଏକ ଶକ୍ତିଶାଳୀ ଅଲରାଉଣ୍ଡ ଟିମ୍‌। ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍‌ରା ବର୍ତ୍ତମାନ ଫିଟ୍‌ ଅଛନ୍ତି। ଲକ୍ଷ୍ୟଭେଦୀ ଇନ୍‌ସୁଇଙ୍ଗ ଓ ଆଉଟ ସୁଇଙ୍ଗ ବୋଲିଂ କରିପାରନ୍ତି। ଟୁର୍ନାମେଣ୍ଟରେ ସେ ସବୁଠାରୁ ବିପଜ୍ଜନକ ପେସ୍‌ ବୋଲର। ତାଙ୍କ ଅସାଧାରଣ ଟେକ୍‌ନିକ୍‌ ବ୍ୟାଟ୍ସମ୍ୟାନମାନଙ୍କୁ ଚିନ୍ତାରେ ପକାଇଥାଏ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ମାତ୍ର ୨ ରନ ସ୍କୋରରେ ୩ ଉଇକେଟ ହରାଇ ଭାରତ ଚାପରେ ରହିଥିଲା। ଏଭଳି ପରିସ୍ଥିତ ଥାଇ ମଧ୍ୟ ଦଳ ମ୍ୟାଚକୁ ସହଜେ ଜିତି ନେଇଥିଲା। ଆଫଗାନିସ୍ତାନ ବିପକ୍ଷରେ ରୋହିତ ଶର୍ମା ଆକର୍ଷଣୀୟ ୧୩୧ ରନ ସଂଗ୍ରହ କରିଛନ୍ତି। କେ.ଏଲ୍‌. ରାହୁଲ ଦୁଇଟି ଅର୍ଦ୍ଧଶତକ ହାସଲ କରି ତାଙ୍କ ଫର୍ମର ପରିଚୟ ଦେଇଛନ୍ତି। ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ଜଣାପଡ଼ୁଛିି। ଦଳର ସ୍ପିନରମାନେ ମଧ୍ୟ ସେମାନଙ୍କ ଦାୟିତ୍ୱ ସୁଚାରୁ ରୂପେ ତୁଲାଉଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ଏକ ସନ୍ତୁଳିତ ଦଳ ବୋଲି ଜଣାପଡୁଛି। ଏହାର ପେସ୍‌ ଆଟାକ୍‌ ବେଶ୍‌ ଶକ୍ତିଶାଳୀ। ମହମ୍ମଦ ରିଜଓ୍ବାନ ଏବେ ଫର୍ମରେ ଅଛନ୍ତି। ତେଣୁ କେଉଁ ଦଳ ଜିତିବ ତାହା ପୂର୍ବାନୁମାନ କରିବା କଠିନ ବ୍ୟାପାର। ଏହି ଦୁଇ ଦଳ ପରସ୍ପର ପ୍ରତି ଭାରି ପଡ଼ିବେ। ସେମାନେ ଆଉ ୨ ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ରହିବେ। ସମ୍ଭବତଃ ଭାରତ ଫେଭରାଇଟ୍‌ ରହିବ। କାରଣ ଭାରତ ପୂର୍ବରୁ ୫୦ ଓଭର ବିଶ୍ୱକପ୍‌ ମୁକାବିଲାରେ କେବେ ପାକିସ୍ତାନଠାରୁ ହାରିନାହିଁ। ପ୍ରତିଯୋଗିତାର ବର୍ତ୍ତମାନ ସ୍ଥିତିରେ ପ୍ରତିଟି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ। ଦଳଗୁଡ଼ିକ ପରୀକ୍ଷାନିରୀକ୍ଷା ନ ଚଳାଇ ସେମାନଙ୍କ ଶ୍ରେଷ୍ଠ ଏକାଦଶକୁ ନେଇ ପଡ଼ିଆକୁ ଓହ୍ଲାଇବେ। ବୃହତ୍‌ ବ୍ୟବଧାନରେ ବିଜୟ ସହ ନେଟ୍‌ ରନରେଟ୍‌ରେ ଉନ୍ନତି ଆଣିବାରେ ଚେଷ୍ଟା କରିବେ। ଅଣଭାରତ ଗେମ୍‌ଗୁଡ଼ିକରେ ଦର୍ଶକ ଉପସ୍ଥାନ କମ୍‌ ରହିବା ଆଶ୍ଚର୍ଯ୍ୟଜନକ ଏବଂ ଦୁଃଖର ବିଷୟ। ତେବେ ପ୍ରତିଯୋଗିତା ଆଗକୁ ବଢିବା ସହ ଦର୍ଶକଙ୍କ ଆଗମନ ବୃଦ୍ଧି ପାଇବ ବୋଲି ଆଶା।
(ଚିଭାକ୍‌ ସ୍ପୋଟର୍‌ସ)


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri