Categories: ଜାତୀୟ

୨୦୨୪ରେ ମୋଦିଙ୍କୁ ହରାଇବା କଷ୍ଟକର

ମୁମ୍ବାଇ,୧୪।୭: ଆଜିକାଲି ମହାରାଷ୍ଟ୍ରର ରାଜନୀତିର ରଙ୍ଗ ବଦଳୁଥିବା ଜଣାପଡିଛି। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିରୋଧୀଙ୍କୁ ଏକତ୍ର କରୁଥିବା ଖବର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ବୁଧବାର ଶିବସେନା ଏମ୍‌ପି ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି। ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସଞ୍ଜୟ ମୋଦିଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ କୌଣସି ବିରୋଧୀ ଚେହେରା ନାହିଁ। ମୋର ବିଶ୍ୱାସ ଯେ ନରେନ୍ଦ୍ର ମୋଦି ଦେଶ ଏବଂ ଭାରତୀୟ ଜନତା ପାର୍ଟିର ସର୍ବୋଚ୍ଚ ନେତା ତଥା । ଭାରତୀୟ ଜନତା ପାର୍ଟି ଗତ ସାତ ବର୍ଷ ମଧ୍ୟରେ ଯେଉଁ ସଫଳତା ହାସଲ କରିଛି ତାହା କେବଳ ମୋଦିଙ୍କ କାରଣରୁ ହୋଇଛି। ତାଙ୍କୁ ସାମ୍ନା କରିବାକୁ ବିରୋଧୀଙ୍କ କୌଣସି ବଡ଼ ଚେହେରା ନାହିଁ। ଯେପର୍ଯ୍ୟନ୍ତ ବିରୋଧୀଙ୍କ ପକ୍ଷରୁ ବଡ ଚେହେରା ନ ଆସିଛି ସେ ପର୍ଯ୍ୟନ୍ତ କୌଣସି ସୁଯୋଗ ନାହିଁ ବୋଲି ସେ କହିଛନ୍ତି।

Share