Posted inଜାତୀୟ

କେନ୍ଦ୍ର ସରକାରଙ୍କୁ ବିଚାରପତି ନିଯୁକ୍ତି ଦାୟିତ୍ୱ ଦେବା ବିପଜ୍ଜନକ: କପିଲ ସିବଲ…

ନୂଆଦିଲ୍ଲୀ,୨୦।୧୨ : ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲ କେନ୍ଦ୍ର ସରକାରଙ୍କୁ ସ୍ବାଧୀନତାର ଶେଷ ଭିତ୍ତିଭୂମି ନ୍ୟାୟପାଳିକାକୁ ନିଜ ହାତକୁ ନେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ଏହା ବିରୋଧରେ କୋର୍ଟ ଦୃଢ଼ ଭାବରେ ଠିଆ ହେବେ ବୋଲି ସେ କହିଛନ୍ତି। ବିଚାରପତିଙ୍କ ନିଯୁକ୍ତି ନେଇ କେନ୍ଦ୍ର ସହ ଚାଲିଥିବା ବିବାଦ ଉପରେ କପିଲ ସିବଲ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର କଲେଜିୟମ ବ୍ୟବସ୍ଥାରେ କେତେକ ଅସୁବିଧା ଅଛି। କିନ୍ତୁ ସରକାରଙ୍କୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେବା ଠିକ ରାସ୍ତା ନୁହେଁ। ଏହା ଅତ୍ୟନ୍ତ ବିପଜ୍ଜନକ । ନ୍ୟୁଜ ଚ୍ୟାନେଲକୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ପୂର୍ବତନ ଆଇନ ମନ୍ତ୍ରୀ କପିଲ ସିବଲ କହିଛନ୍ତି ଯେ ବିଚାରପତିଙ୍କ ନିଯୁକ୍ତିକୁ ନେଇ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି ଏବଂ ଯଦି ଏହା ଘଟେ ତେବେ ଏହା ଏକ ନ୍ୟାୟିକ ବ୍ୟବସ୍ଥାରେ ବିପର୍ଯ୍ୟୟ ହେବ।

ଉପରାଷ୍ଟ୍ରପତି ଜଗଦୀପ ଧନକର ଏବଂ ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ମନ୍ତବ୍ୟ ସମ୍ପର୍କରେ ପଚରାଯାଇଥିବା ବେଳେ ସିବଲ କହିଛନ୍ତି ଯେ ସେମାନେ ଅନ୍ୟ କୌଣସି ପ୍ରସଙ୍ଗରେ ନୀରବ ରହି ନାହାଁନ୍ତି, ସେମାନେ ଏବେ କାହିଁକି ଚୁପ ରହିବେ? ସେ କହିଛନ୍ତି ଯେ ନ୍ୟାୟପାଳିକା ହେଉଛି ସ୍ବାଧୀନତାର ଶେଷ ମୂଳଦୁଆ, ଯାହାକୁ ସରକାର ଏପର୍ଯ୍ୟନ୍ତ ନିଜ ହାତକୁ ନେଇ ନାହାନ୍ତି। ନିର୍ବାଚନ ଆୟୋଗ ଠାରୁ ଆରମ୍ଭ କରି ଗଭର୍ନର, ବିଶ୍ୱବିଦ୍ୟାଳୟ କୁଳପତି, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପର୍ଯ୍ୟନ୍ତ ଅନ୍ୟ ସମସ୍ତ ଅନୁଷ୍ଠାନକୁଚ ସରକାର ନିଜ ହାତକୁ ନେଇ ସାରିଛନ୍ତି। ଯାଞ୍ଚ୍‌ ବିଭାଗ, ଏନଆଇଏ ଏବଂ ଗଣମାଧ୍ୟମକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ସରକାର ନେଇସାରିଛନ୍ତି।

କୋର୍ଟ ଅତ୍ୟଧିକ ଛୁଟିଦିନ ହେଉଥିବା ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ସିବଲ ସମ୍ପୂର୍ଣ୍ଣ ଅନ୍ୟାୟ ବୋଲି କହିଛନ୍ତି। ସିବଲ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି, ଆଇନ ମନ୍ତ୍ରୀ ଜଣେ ଅଭ୍ୟାସକାରୀ ଆଇନଜୀବୀ ନୁହଁନ୍ତି। ଜଣେ ଜଜ ପ୍ରତିଦିନ ୧୦ ରୁ ୧୨ ଘଣ୍ଟା ଆବେଦନ ଶୁଣନ୍ତି, ପରଦିନର ଶୁଣାଣି ପାଇଁ ପୃଷ୍ଠଭୂମି ପଢ଼ନ୍ତି ଏବଂ ବିଚାର ଲେଖନ୍ତି। ତାଙ୍କର ଛୁଟିଦିନଗୁଡିକ ସ୍ପିଲ ଓଭର ପରିଚାଳନା କରିବାରେ ବିତିଥାଏ।

ଏମ୍‌ପିମାନଙ୍କ ଅପେକ୍ଷା କୋର୍ଟ ଅଧିକ ପରିଶ୍ରମ କରନ୍ତି ବୋଲି ସେ ଦାବି କରିଛନ୍ତି। ସିବଲ କହିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ସଂସଦ ୫୭ ଦିନ କାମ କରିଥିଲା। ଅପରପକ୍ଷରେ କୋର୍ଟ ଗୋଟିଏ ବର୍ଷରେ ୨୬୦ ଦିନ କାର୍ଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri