Posted inଫୁରସତ

ପାଣି ଛୁଇଁଦେଲେ ପଥର

ଡୋଡୋମା: ପୃଥିବୀର ଆଶ୍ଚର୍ଯ୍ୟଜନକ ହ୍ରଦ ସୂଚୀରେ ସର୍ବାଗ୍ରେ ରହିଛି ତାଞ୍ଜାନିଆର ‘ନାଟ୍ରୋନ୍‌’। ଏହି ଜଳାଶୟର ପାଣିକୁ ଛୁଇଁଲେ ପଥର ହୋଇଯିବ ବୋଲି ବିଶ୍ୱାସ ରହିଛି। ପାରିପାର୍ଶ୍ୱିକ ଅବସ୍ଥାକୁ ଦେଖିଲେ ମଧ୍ୟ ଏହାକୁ ଯେ କେହି ବିଶ୍ୱାସ ନ କରି ରହିପାରିବନି। କାରଣ ହ୍ରଦ ଭିତରେ ଶତାଧିକ ପକ୍ଷୀଙ୍କ ପଥର ପ୍ରତିକୃତି ଦେଖିବାକୁ ମିଳେ। ତେଣୁ ଏହି ହ୍ରଦ ସହିତ ଅତିଭୌତିକ ଶକ୍ତି ଜଡ଼ିତ ବୋଲି ଚର୍ଚ୍ଚା ହେଉଛି।

ତାଞ୍ଜାନିଆର ଅରୁଷା ଅଞ୍ଚଳରେ ଥିବା ଏହି ଚର୍ଚ୍ଚିତ ହ୍ରଦର ନିକଟବର୍ତ୍ତୀ ଅଞ୍ଚଳରେ ଜନବସତିର ଚିହ୍ନବର୍ଣ୍ଣ ନାହିଁି। ତେବେ ଆଖପାଖରେ ପଥର ପାଲଟିଯାଇଥିବା ଅସଂଖ୍ୟ ଜୀବଜନ୍ତୁଙ୍କୁ ସହଜରେ ଦେଖିବାକୁ ମିଳେ। ଏହା ହେଉଛି ଆଲ୍‌କାଲାଇନ ହ୍ରଦ, ଯେଉଁଠି ପାଣିରେ ସୋଡିୟମ କାର୍ବୋନେଟର ମାତ୍ରା ଅଧିକ। ଇଜିପ୍ଟରେ ମମ୍ମିକୁ ସୁରକ୍ଷିତ ରଖାଯାଉଥିବା ରାସାୟନିକ ତତ୍ତ୍ୱ ଭଳି ଏହି ପାଣିରେ ଆବଶ୍ୟକ ପଦାର୍ଥ ରହିଛି। ତେଣୁ ପକ୍ଷୀଙ୍କ ମୃତଦେହ ଶତାଧିକ ବର୍ଷ ଧରି ସୁରକ୍ଷିତ ହୋଇ ରହିଛି।
ପରିବେଶବିତ୍‌ ଏବଂ ଓ୍ବାଇଲ୍ଡଲାଇଫ୍‌ ଫଟୋଗ୍ରାଫର ନିକ୍‌ ବ୍ରାଣ୍ଡ୍‌ ହ୍ରଦ ଆଖପାଖ ଅଞ୍ଚଳ ପରିଦର୍ଶନ କରି ବହୁ ଫଟୋ ଉତ୍ତୋଳନ କରିଥିଲେ। ନିଜର ଅନୁଭୂତିକୁ ସେ ଏକ ପୁସ୍ତକରେ ସ୍ଥାନ ଦେଇଛନ୍ତି। ସେ ଏଥିରେ ହ୍ରଦର ପାରିପାର୍ଶ୍ୱିକ ଅବସ୍ଥିତି, ମୃତ ଜୀବଜନ୍ତୁଙ୍କ ବିଷୟରେ ବିସ୍ତୃତ ତଥ୍ୟ ଉଲ୍ଲେଖ କରିଛନ୍ତି। ତେବେ ଏତେ ପରିମାଣର ପକ୍ଷୀଙ୍କ ମୃତ୍ୟୁ କିଭଳି ହେଲା ସେ ସମ୍ପର୍କରେ କୌଣସି ସ୍ପଷ୍ଟ ତଥ୍ୟ ଦର୍ଶାଇନାହାନ୍ତି।

କେବଳ ‘ନାଟ୍ରୋନ୍‌’ ନୁହେଁ, ଆଫ୍ରିକାର ‘କିଭୁ’ ମଧ୍ୟ ଏଭଳି ରହସ୍ୟମୟ ହ୍ରଦ ତାଲିକାଭୁକ୍ତ ହୋଇଛି। ୯୦ କିମି ଦୈର୍ଘ୍ୟ ଏବଂ ୫୦ କିମି ପ୍ରସ୍ଥ ବିଶିଷ୍ଟ ଏହି ହ୍ରଦ ବିଷୟରେ ଅଧିକ ସୂଚନା ନାହିଁ। ଏହାର ପାଣିରେ ମାତ୍ରାଧିକ କାର୍ବନ ଡାଇଅକ୍ସାଇଡ୍‌ ଏବଂ ମିଥେନ ରହିଛି। ହାଲ୍‌କା ଭୂକମ୍ପ ଝଟ୍‌କାରେ ଏହି ହ୍ରଦରେ ପ୍ରଚଣ୍ଡ ବିସ୍ଫୋରଣ ହେବା ଆଶଙ୍କା ରହିଛି। ତେଣୁ ଏହା ବିପଜ୍ଜନକ ହ୍ରଦ ଭାବେ ପରିଚିତ। ସେହିପରି ଆମେରିକାର ସୁନ୍ଦରତମ ମିଚିଗାନ୍‌ ହ୍ରଦ ମଧ୍ୟ ବିପଜ୍ଜନକ। ୧୯୮୬ ଅଗଷ୍ଟରେ ଏହି ହ୍ରଦ ଅବବାହିକାରୁ ବିଷାକ୍ତ ଗ୍ୟାସ ନିର୍ଗମନ ହୋଇଥିଲା, ଯାହାର ପ୍ରଭାବରେ ଆଖପାଖରେ ବସବାସ କରୁଥିବା ସମସ୍ତ ଜୀବଜନ୍ତୁ ମୃତ୍ୟୁମୁଖରେ ପଡ଼ିଥିଲେ। ୧,୭୪୬ ଲୋକଙ୍କ ଜୀବନ ଅକାଳରେ ଝଡ଼ିଯାଇଥିଲା। ପ୍ରକୃତିର ଏପରି ତାଣ୍ଡବ ପଛର କାରଣ ଥିଲା ହ୍ରଦ ତଳେ ଅବସ୍ଥିତ ଜୀବନ୍ତ ଆଗ୍ନେୟଗିରି ଉଦ୍‌ଗିରଣ। ଆଗ୍ନେୟଗିରି ବିସ୍ଫୋରଣ ହେବା ପରେ ସେଥିରୁ ନିର୍ଗତ କାର୍ବନ ଡାଇଅକ୍ସାଇଡ୍‌ ପାଣି ସଂସ୍ପର୍ଶରେ ଆସିବା ପରେ ସୃଷ୍ଟି ହୋଇଥିବା କଳାଧୂଅଁାର ବାଦଲ ଚତୁର୍ଦ୍ଦିଗକୁ ବ୍ୟାପିଯାଇଥିଲା। ଫଳରେ ଶ୍ୱାସକ୍ରିୟା କରି ନ ପାରି ମଣିଷ, ଜୀବଜନ୍ତୁ ପୋକମାଛି ଭଳି ମରିଯାଇଥିଲେ।

ଆଶ୍ଚର୍ଯ୍ୟଜନକ ହ୍ରଦ ଭିତରେ ରୁଷିଆର ‘ବ୍ରୋସ୍‌ନୋ ଡ୍ରାଗନ’ ଅନ୍ୟତମ। ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ଏହି ଜଳାଶୟ ଭିତରେ ଡ୍ରାଗନ୍‌ ଭଳି ଏକ ବଡ଼ ଝିଟିପିଟି ବାସ କରୁଛି। ବେଳେବେଳେ ହ୍ରଦ ମଧ୍ୟରୁ କାର୍ବନ ଡାଇଅକ୍ସସାଇଡ୍‌ ନିର୍ଗମନ ହୋଇଥାଏ। ଏହାର ପ୍ରଭାବରେ ସୃଷ୍ଟି ହେଉଥିବା ଫୋଟକା ଛୋଟ ଛୋଟ ଡଙ୍ଗାକୁ ଓଲଟାଇଦେବାରେ ସକ୍ଷମ ହୋଇଥାଏ। ସ୍ଥାନୀୟ ବାସିନ୍ଦା ଜୀବନଜୀବିକା ପାଇଁ ଏହି ହ୍ରଦ ଉପରେ ନିର୍ଭର କରୁଥିଲେ ମଧ୍ୟ ବେଶ୍‌ ସତର୍କତା ଅବଲମ୍ବନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri