Categories: ଫୁରସତ

ଏମିତି ସ୍ମାରକୀ, ଯାହାକୁ ନିର୍ମାଣ କରିଛନ୍ତି ମହିଳା

ଅତୀତ ଦିନରେ ମହିଳାମାନେ ଆଜିର ମହିଳାଙ୍କ ପରି ଶକ୍ତିଶାଳୀ ନ ଥିଲେ। ଏବେ ତ ମହିଳାମାନେ ବାହାରେ କାମ କରୁଛନ୍ତି ଏବଂ ପୁରୁଷମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ କାମ କରୁଛନ୍ତି। ପୂର୍ବରୁ ସେପରି ନ ଥିଲା। ଇତିହାସରେ ମଧ୍ୟ ଆମେ ଅନେକ ହିରୋଙ୍କ କାହାଣୀ ଶୁଣିଛେ କିମ୍ବା ପଢ଼ିଛେ ଯେଉଁଥିରେ ପୁରୁଷମାନେ ଯୁଦ୍ଧ ସ୍ଥାନକୁ ଗଲେ ମହିଳାମାନେ ଘରେ ରହୁଥିଲେ।

ମାତ୍ର ଭାରତରେ ଏପରି ଅନେକ ସ୍ମାରକୀ ଅଛି, ଯାହାକି ରାଜା ଏବଂ ରାଜକୁମାରଙ୍କ ଦ୍ୱାରା ମଧ୍ୟ ନିର୍ମାଣ କରାଯାଇଛି, କିନ୍ତୁ ଆପଣ ଜାଣନ୍ତି କି ସେହି ଯୁଗର ମହିଳାମାନେ ଆମ ଦେଶର କିଛି ପ୍ରସିଦ୍ଧ ସ୍ମାରକୀ ବି ନିର୍ମାଣ କରିଛନ୍ତି। ଜାଣନ୍ତୁ ଏପରି ସ୍ମାରକୀ ବିଷୟରେ…

ନିଶ୍ଚିତ ଦିଲ୍ଲୀର ହ୍ୟୁମାୟୁନଙ୍କ ସମାଧି ବିଷୟରେ ଶୁଣିଥିବେ ଏବଂ ପଢ଼ିଥିବେ। ଅନେକ ଲୋକ ସେଠାକୁ ଯାଇଥିବେ ମଧ୍ୟ। କିନ୍ତୁ ଆପଣ ଜାଣିଛନ୍ତି କି ଏହାକୁ କିଏ ନିର୍ମାଣ କରିଛନ୍ତି। ଏହା ୧୫୬୫-୭୨ ମସିହାରେ ହାଜି ବେଗମ ନାମକ ଜଣେ ମହିଳାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହି ସ୍ମାରକୀ ହେଉଛି ଭାରତରେ ଭାରତୀୟ ମୋଟିଫ ସହିତ ପାର୍ସୀ ସ୍ଥାପତ୍ୟର ମିଶ୍ରଣର ପ୍ରଥମ ଉଦାହରଣ। ମୋଗଲ ରାଜବଂଶର ଅନେକ ଶାସକଙ୍କୁ ଏଠାରେ ସମାଧି ଦିଆଯାଇଛି।

Share