ବାଲିର ପବିତ୍ର ଭୂମିରେ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ଭାରତ ପାଇଁ ଗର୍ବର ବିଷୟ: ମୋଦି

ବାଲି,୧୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ତମ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଇଣ୍ଡୋନେସିଆର ବାଲିରେ ଅଛନ୍ତି। ବୁଧବାର ଜି-୨୦ ସମ୍ମିଳନୀର ସମାପନ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବାଲିର ପବିତ୍ର ଭୂମିରେ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ଭାରତ ପାଇଁ ଗର୍ବର ବିଷୟ। ଭାରତ ଏବଂ ବାଲିର ଏକ ପ୍ରାଚୀନ ସମ୍ପର୍କ ଅଛି। ଭାରତ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ସେତେବେଳେ ନେଉଛି, ଯେତେବେଳେ ସମଗ୍ର ବିଶ୍ୱ ଅର୍ଥନୈତିକ ଚ୍ୟାଲେଞ୍ଜ ଏବଂ କରୋନା ଭଳି ମହାମାରୀ ସହିତ ମୁକାବିଲା କରୁଛି। ଆସନ୍ତା ଜି-୨୦ ବୈଠକ ନୂତନ ଚିନ୍ତାଧାରା ଗଠନ ଏବଂ ସାମୂହିକ ଚିନ୍ତାଧାରାକୁ ତ୍ୱରାନ୍ବିତ କରିବ। ପ୍ରଧାନମନ୍ତ୍ରୀ ମୋଦି ଶିଖର ସମ୍ମିଳନୀର ଦକ୍ଷ ନେତୃତ୍ୱ ପାଇଁ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ତାଙ୍କ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ପରିବେଶ ଉପରେ ବଢୁଥିବା ଚାପକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ବନ୍ଧୁତ୍ୱପୂର୍ଣ୍ଣ ଦେଶମାନଙ୍କୁ ଏହାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି।

Share