ଖାଲି ବାହୁସ୍ଫୋଟ

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ କରାଯାଇଥିବା ‘ଅପରେଶନ ସିନ୍ଦୂର’କୁ ୫ ମାସ ପୂରିଛି। ତଥାପି ଭାରତୀୟ ନେତା ଓ ସେନା ଅଧିକାରୀ ଏ ସଂକ୍ରାନ୍ତରେ ଯେଉଁଠି ପାରୁଛନ୍ତି ସେଠି ମତ ଓ ମନ୍ତବ୍ୟ ଦେଉଛନ୍ତି। ଅକ୍ଟୋବର ୨ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁଜରାଟର ଭୁଜ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଗୁଜରାଟର ରଣନୈତିକ କ୍ଷେତ୍ର ସାର୍‌ କ୍ରିକ୍‌ରେ ପାକିସ୍ତାନ ସାମରିକ ଭିତ୍ତିଭୂମି ବିସ୍ତାର କରିଚାଲିଛି। ଯଦି ପାକିସ୍ତାନ ସେନା ଏହି ଅଞ୍ଚଳରେ ଅତିକ୍ରମଣ ଉଦ୍ୟମ କରେ ଭାରତ ତାହାର ଏଭଳି ଜବାବ ଦେବ ଯେ, ଏହା ସେଠାକାର ଇତିହାସ ଓ ଭୌଗୋଳିକ ପରିବର୍ତ୍ତନ କରିଦେଇପାରେ। ରାଜନାଥଙ୍କ କହିବାର ଦିନକ ପରେ ୩ ଅକ୍ଟୋବରରେ ରାଜସ୍ଥାନର ଅନୁପଗଡ଼ସ୍ଥିତ ଆର୍ମି ପୋଷ୍ଟରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଥିଲେ, ପାକିସ୍ତାନ ଯଦି ମାନଚିତ୍ରରେ ନିଜ ଭୌଗୋଳିକ ଅବସ୍ଥିତି ବଜାୟ ରଖିବାକୁ ଚାହେଁ, ତାହା ହେଲେ ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦକୁ ବନ୍ଦ କରୁ। ଅପରେଶନ ସିନ୍ଦୂର ବେଳେ ଭାରତ ଯେଭଳି ସଂଯମ ରକ୍ଷା କଲା, ପରବର୍ତ୍ତୀ ସମୟରେ କୌଣସି ସାମରିକ ଦ୍ୱନ୍ଦ୍ୱ ଦେଖାଦେଲେ ତାହାର ପୁନରାବୃତ୍ତି ହେବାକୁ ଦେବ ନାହିଁ । ଏହା କହିଲା ବେଳେ ଦ୍ୱିବେଦୀ ମଧ୍ୟ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ଯବାନଙ୍କୁ ପରାମର୍ଶ ଦେଇଥିଲେ। ଭାରତୀୟ ସେନାମୁଖ୍ୟଙ୍କ କହିବା ପରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଅସିଫ୍‌ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଧମକ ଦେଇ କହିଛନ୍ତି ଯେ ଭାରତ ତା’ର ଯୁଦ୍ଧବିମାନର ଭଗ୍ନାବଶେଷ ତଳେ ଚାପି ହୋଇଯିବ। ସେ ଆହୁରି କହିଛନ୍ତି, ଭାରତୀୟ ରାଜନେତା ଓ ସେନାଙ୍କ ବୟାନ ଦର୍ଶାଉଛି ଯେ ସେମାନେ ହରାଇଥିବା ବିଶ୍ୱସନୀୟତାକୁ ପୁନସ୍ଥାପନ କରିବାର ଏହା ଏକ ବିଫଳ ପ୍ରୟାସ ଏବଂ ମେ’ରେ ଅପରେଶନ ସିନ୍ଦୂର ପରେ ସେମାନେ ଚାପରେ ଅଛନ୍ତି। ୦-୬ରେ ଏଭଳି ନିର୍ଣ୍ଣାୟକ ପରାଜୟ ପରେ ଭାରତର ସ୍କୋର ପୂର୍ବାପେକ୍ଷା ଆହୁରି ଖରାପ ହେବ ବୋଲି ସେ କହିଛନ୍ତି। ଅସିଫ୍‌ଙ୍କ କଟାକ୍ଷରେ ୦-୬ ସ୍କୋର ସମ୍ପର୍କରେ କିଛି ସ୍ପଷ୍ଟ କହି ନ ଥିଲେ ମଧ୍ୟ ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନ ଭାରତର ୬ଟି ଯୁଦ୍ଧ ବିମାନ ଖସାଇ ଦେଇଥିବା କଥାକୁ ଇଙ୍ଗିତ କରୁଛି। ଏଠାରେ ସୂଚନା ଦିଆଯାଇପାରେ ଯେ ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୫ ଭାରତୀୟ ଓ ଜଣେ ନେପାଳୀ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ତା’ ପରେ ୭ ମେ’ରେ ଭାରତ ଅପରେଶନ ସିନ୍ଦୂର କରିଥିଲା। ସ୍ମରଣ କରାଇ ଦିଆଯାଇପାରେ ଯେ ଅପରେଶନ ସିନ୍ଦୂର ଅଭିଯାନ ପରେ ମେ’ ଶେଷ ଆଡ଼କୁ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଭାରତର ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଅନିଲ ଚୌହାନ ସିଙ୍ଗାପୁରରେ ଆୟୋଜିତ ଶାଙ୍ଗ୍‌ରି-ଲା ଡାଏଲଗ୍‌ରେ କହିଥିଲେ, ଭାରତ ଓ ପାକିସ୍ତାନ ମଧ୍ୟରେ ମେ ୭ରୁ ୧୦ ଯାଏ ହୋଇଥିବା ସଂଘର୍ଷରେ ଭାରତୀୟ ଯୁଦ୍ଧ ବିମାନ ଖସିଥିଲା। କେତେ ଲଢ଼ୁଆ ବିମାନ ଖସିଛି ସେହି ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ କାହିଁକି ଖସିଥିଲା ତାହା ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ସେ କହିବା ବେଳେ ଭାରତର ୬ ଯୁଦ୍ଧ ବିମାନକୁ ଖସାଇଥିବା ନେଇ ପାକିସ୍ତାନ ଦାବିକୁ ଖଣ୍ଡନ କରିଥିଲେ।
ପାକିସ୍ତାନ ପ୍ରତି ଏବେ ଭାରତୀୟ ସେନା ମୁଖ୍ୟ ଜେନେରାଲ ଦ୍ୱିବେଦୀ ଦେଇଥିବା ମନ୍ତବ୍ୟକୁ ଯଦି ଦେଖାଯାଏ ତାହା ଏକ ଲୁଜ୍‌ ଟକ୍‌ ବା ହାଲୁକା କଥା ଭାବରେ କୁହାଯାଇପାରେ। ଯଦି ସେ କହୁଛନ୍ତି ପରବର୍ତ୍ତୀ ସମୟରେ ସାମରିକ କାର୍ଯ୍ୟାନୁଷ୍ଠାନ ହେଲେ ଭାରତ ସଂଯମ ରକ୍ଷା ନ କରି ମୁହଁତୋଡ଼ ଜବାବ ଦେବ, ତେବେ ପ୍ରଶ୍ନ ଉଠିବା ସ୍ବାଭାବିକ ୭ ମେ’ରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ନ ହୋଇ ଭାରତ କାହିଁକି ଅପରେଶନ ସିନ୍ଦୂର କରିଥିଲା। ଏହା ଆରମ୍ଭ କଲା ଓ ୪ ଦିନ ପରେ ଶେଷ କରିଦେବାକୁ କିଏ କହିଥିଲା ବୋଲି ମଧ୍ୟ ସାଧାରଣରେ ପ୍ରଶ୍ନ ଉଠୁଛି। ଓଡ଼ିଆରେ ଢଗ ଅଛି-‘ଅସରପା ଗୋଟେ ଚଢ଼େଇ’। ସେମିତି ପାକିସ୍ତାନ ଗୋଟେ କିଭଳି ଦେଶ ଯେ ତା’ ପଛରେ ଭାରତ ପଡ଼ିବା ଆଦୌ ଶୋଭା ପାଉ ନାହିଁ। ଭାରତ ଯଦି ଇସ୍ରାଏଲ ଭଳି ପରାକ୍ରମ ଦେଖାଇପାରନ୍ତା, ତାହା ହେଲେ ତା’ର ସର୍ବୋଚ୍ଚ ସେନା କର୍ତ୍ତୃପକ୍ଷଙ୍କ କଥା ଗୁରୁତ୍ୱ ଲାଭ କରନ୍ତା। ଉଲ୍ଲେଖଯୋଗ୍ୟ, ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ସଙ୍ଗଠନ ଆକ୍ରମଣ କରିଥିଲା। ସେବେଠୁ ଏବେ ଯାଏ ଦୀର୍ଘ ଦୁଇ ବର୍ଷ ହେବ ଇସ୍ରାଏଲ ସ୍ବତନ୍ତ୍ର ରଣକୌଶଳ କରି ଗାଜା ଉପରେ ପ୍ରତିଆକ୍ରମଣ ଜାରି ରଖିଛି। ତେଣୁ ଅପରେଶନ ସିନ୍ଦୂର କରିବା ପୂର୍ବରୁ ଭାରତ ସେଭଳି ପ୍ରସ୍ତୁତ ହୋଇ ଯାଇଥିଲେ ତାହା ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥାଆନ୍ତା। ତାହା ନ କରି ଏବେ ପାକିସ୍ତାନ ବିରୋଧୀ ମନ୍ତବ୍ୟ ଦିଆଯାଉଥିବାରୁ ଭାରତର ଭାବମୂର୍ତ୍ତି ବିଶ୍ୱସ୍ତରରେ କ୍ଷୁଣ୍ଣ ହେଉଛି। ଏହାର ଊର୍ଦ୍ଧ୍ୱକୁ ଯାଇ ଚିନ୍ତା କଲେ ହୁଏତ ସମ୍ମାନ ପାଇପାରନ୍ତା।

Dharitri – Odisha’s No.1 Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

ଇରାନ୍‌ ଗୋଇନ୍ଦା ମନ୍ତ୍ରୀଙ୍କୁ ହତ୍ୟା

ତେଲ୍‌ ଆଭିଭ୍‌ ,୧୯ା୩: ଇରାନ୍‌କୁ ବୁଧବାର ପୁଣି ଶକ୍ତ ଧକ୍କା ଲାଗିଛି। ଇସ୍ରାଏଲ ଆକ୍ରମଣରେ ଇରାନ୍‌ର ଗୋଇନ୍ଦା ବିଭାଗ ମନ୍ତ୍ରୀ ଇସ୍‌ମାଇଲ ଖାତିବ୍‌ ନିହତ ହୋଇଛନ୍ତି। ମଙ୍ଗଳବାର…

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri