ମାମୁଁଘରକୁ ବୁଲି ଆସିଥିଲେ, ନାବାଳିକାଙ୍କୁ ଅପହରଣ କରିନେଲେ; ଅଭିଯୁକ୍ତଙ୍କୁ ଖୋଜୁଛି ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୬।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ମାମୁ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଭାରପ୍ରାପ୍ତ ଥାନା ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୭୫/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ତଦନ୍ତକାରୀ ଅଧିକାରୀ ମନୋଜ ସିଂ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ଅପହୃତା ନାବାଳିକା କିମ୍ବା ଅଭିଯୁକ୍ତ ଙ୍କ ସନ୍ଧାନ ମିଳିପାରିନାହିଁ।
ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁ ର ନାବାଳିକା ଜଣକ ଗତ ପ୍ରାୟ ୧୦ ଦିନ ପୂର୍ବେ ଦିଗପହଣ୍ଡି ବ୍ଲକ ଅଧିନ ତାଙ୍କ ମାମୁ ଘର ଗାଁକୁ ବୁଲି ଆସିଥିଲେ। ଗତ ସୋମବାର ରାତି ପ୍ରାୟ ସାଢ଼େ ୧୧ ଟାରେ ନାବାଳିକାଙ୍କ ମାମୁଙ୍କ ଫୋନକୁ ଅନ୍ୟ ଏକ ଅଜଣା ନଂରୁ ଫୋନ ଆସିଥିଲା। ସେ ଫୋନ ଉଠାଇ ନ ଥିଲେ। ବୁଧବାର ମଧ୍ୟାହ୍ନରୁ ସେ ଘରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଖୁବ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରୁ ଉଠୁନି ଧାନ, ମାଡି ଆସିଲାଣି ବର୍ଷା

ବରଗଡ଼,୧୫।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିବାର ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତିଛି। ମାତ୍ର ଏପର୍ଯ୍ୟନ୍ତ ଧାନବିକ୍ରି ସମସ୍ୟା ଲାଗି ରହିଛି। ବିକ୍ରି ପାଇଁ...

ବ୍ରିଜ୍‌ ଭୁଶୁଡ଼ି ୨ ମୃତ, ଅନେକେ ନିଖୋଜ

ପୁଣେ,୧୫ା୬: ମହରାଷ୍ଟ୍ରର ପୁଣେରେ ପ୍ରବଳ ବର୍ଷା ଯୋଗୁ ରବିବାର ଏକ ବ୍ରିଜ୍‌ ଭୁଶୁଡ଼ିଥିଲା। ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୨ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ...

ସାଇପ୍ରସ୍‌ରେ ପ୍ରଧାନମନ୍ତ୍ରୀ ମୋଦି

ନିକୋସିଆ, ୧୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାଇପ୍ରସ୍‌ରେ ପହଞ୍ଚିଛନ୍ତି। ୨ ଦିନିଆ ଗସ୍ତର ପ୍ରଥମ ଭାଗରେ ସେ ସାଇପ୍ରସ୍‌ ଓ କ୍ରୋଏସିଆରେ ଦ୍ୱିପାକ୍ଷିକ ଆଲୋଚନାରେ...

ପ୍ରଶାସନର ବଡ଼ ପଦକ୍ଷେପ: ବନ୍ଦ ରହିବ ହୋଟେଲ, ଢାବା

ବରୀ,୧୫।୬: ଯାଜପୁର ଜିଲାରେ ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଯାଜପୁର ଜିଲା ବରୀ ଅଞ୍ଚଳରେ...

ଚଳନ୍ତା ବସ୍‌ରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ଶୋ’

ଝାରସୁଗୁଡ଼ା,୧୫ା୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ୪୯ ନମ୍ବର ଜାତୀୟ ରାଜପଥ ଏବଂ ବିଜୁ ଏକ୍ସପ୍ରେସ୍‌ ଓ୍ବେ ମରଣଯନ୍ତା ପାଲିଟିଛି। ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା...

ପଡ଼ିଆରେ ଚରୁଥିବା ବେଳେ ହେଲା ବଜ୍ରପାତ

ଛତ୍ରପୁର,୧୮।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଚିକଲଖଣ୍ଡି ଗାଁ ନିକଟ ରାସ୍ତାରେ ଛେଳି ଚାଷୀମାନେ ଛେଳି ଚରାଇବା ବେଳେ ବଜ୍ରପାତ ଘଟି ୪୩ ଛେଳିଙ୍କ...

ଛେଳି ଗୋଟରେ ବଜ୍ରପାତ: ଆଉ ତା’ପରେ…

ପଡ଼ିଆବାହାଲ,୧୫।୬(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଜୁଯୋମୁରା ବ୍ଲକ ନୂଆଁ ବରଙ୍ଗାମାଳ ପଞ୍ଚାୟତ ସାପଲହରା ନିକଟରେ ରବିବାର ସାରେ ବଜ୍ରପାତ ଘଟି ୧୦ ଛେଳିଙ୍କ ମୃତ୍ୟୁ ଘଟିଛି।...

ପୂର୍ବତନ ବିଧାୟକଙ୍କ କାର୍‌ ସହ ପିଟିହେଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର ଲୋକେ ଆସୁଥିବା କାର୍‌

ବଇଣ୍ଡା,୧୫ା୬(ପରୀକ୍ଷିତ ସାହୁ): କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ହଣ୍ଡପା ବଜାର ନିକଟରେ ରବିବାର ଏକ ଇନୋଭା କାର୍‌ ପଛରେ ଏକ କାର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri