୬ ବର୍ଷ ହେଲା ପ୍ରତିଶ୍ରୁତିରେ ବସ୍‌ ଟର୍ମିନାଲ

ଯାଜପୁର,୨୩ା୬ (ହର୍ଷବର୍ଦ୍ଧନ ବେହେରା): ପୌରାଣିକ ଓ ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ସହରର ନବକଳେବର ହୋଇଛି। ଇତିମଧ୍ୟରେ ପ୍ରଜାଙ୍କ ଜମି ଅଧିଗ୍ରହଣ କରାଯାଇ ମେଡିକାଲ କଲେଜ, ମିନି ସଚିବାଳୟ, ଜିଲା ସଦର ଡାକ୍ତରଖାନାର ଉନ୍ନତୀକରଣ, ରାସ୍ତା ପ୍ରଶସ୍ତୀକରଣ, ଜିଲା କୋର୍ଟ, କୁସୁମା ପୋଖରୀ ଇତ୍ୟାଦି ଉନ୍ନୟନ କାର୍ଯ୍ୟ ହୋଇଛି। ହେଲେ ଯାଜପୁର ସହରର କିଆନାଳି ନିକଟରେ ୨୦୧୮ ଜୁନରୁ ମଞ୍ଜୁର ହୋଇଥିବା ବସ୍‌ ଟର୍ମିନାଲ କାର୍ଯ୍ୟ କେବଳ ଜମି ଅଧିଗ୍ରହଣରେ ସୀମିତ ରହିଛି। ଅନ୍ୟପକ୍ଷେ ଭଲ ବସଷ୍ଟାଣ୍ଡ ନ ଥିବାରୁ ଯାଜପୁର ସହରରେ ଥିବା ମା’ ବିରଜା ମନ୍ଦିର, ବୈତରଣୀ ନଦୀ କୂଳ ସପ୍ତମାତୃକା ମନ୍ଦିର, ବରାହ ପୀଠ, କୁସୁମା ଆଦି ସ୍ଥାନକୁ ଆସୁଥିବା ପର୍ଯ୍ୟଟକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
କିଆନାଳି କୂଳରେ ପ୍ରସ୍ତାବିତ ବସ୍‌ ଟର୍ମିନାଲ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୧୮ ଜୁନ ୧୨ରେ ୩ଟି ପର୍ଯ୍ୟାୟରେ ଅନୁଦାନ ମଞ୍ଜୁର ହୋଇଥିଲା। ଏହି ଅନୁଦାନକୁ ଯାଜପୁର ପୌରପରିଷଦ ପକ୍ଷରୁ ଉଠାଣ କରାଯାଇ ପାଣିକୋଇଲି (ଆର ଆଣ୍ଡ ବି) ବା ପୂର୍ତ୍ତ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ଆକାଉଣ୍ଟରେ ଜମା କରିବାକୁ ନିର୍ଦ୍ଦେଶ ହୋଇଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ତତ୍କାଳୀନ ଅନୁସଚିବ ପି.କେ. ସାହୁ ତାଙ୍କ ପତ୍ରସଂଖ୍ୟା ୧୫୧୦୯/୧୨ା୬ା୨୦୧୮ରେ ୧ କୋଟି ୧୭ଲକ୍ଷ ୮୩ ହଜାର ୭୬୦ ଟଙ୍କା, ପତ୍ରସଂଖ୍ୟା ୧୫୧୦୩/୧୨ା୬ା୨୦୧୮ରେ ୪୫ ଲକ୍ଷ ୧୭ ହଜାର ୧୦୮ ଟଙ୍କା ଏବଂ ପତ୍ରସଂଖ୍ୟା ୧୫୦୯୭/୧୨ା୬ା୨୦୧୮ରେ ୩୩ ଲକ୍ଷ ୩୮ ହଜାର ୭୩୨ ଟଙ୍କା ମଞ୍ଜୁର କରିଥିଲେ। ହେଲେ ୬ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଉକ୍ତ ବସ୍‌ ଟିର୍ମିନାଲର ଦେଖାମିଳିନାହିଁ। ବହୁ ଟ୍ରାଫିକ ସମସ୍ୟା ଦେଇ ସହର ଭିତରେ ଏକ ଛୋଟ ଓ ପୁରୁଣା ବସ୍‌ଷ୍ଟାଣ୍ଡ ରହିଥିବାରୁ ଉପଯୁକ୍ତ ଭାବେ ଯାତ୍ରୀବାହୀ ବସ୍‌ ଚଳାଚଳ ସମ୍ଭବ ହୋଇପାରୁନାହିଁ। ଏଥିପାଇଁ ଏକ ଆଧୁନିକ ବସଷ୍ଟାଣ୍ଡ ଟର୍ମିନାଲ ନିର୍ମାଣ କରିବାକୁ ଯୋଜନା ହୋଇଛି। ସେହିପରି ସଦର ବ୍ଲକ ପଣସା ପଞ୍ଚାୟତ ବିନ୍ଧାଣ ମୌଜାରେ ଏକ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଛି। ୭ା୧୨ା୨୦୨୧ରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏହି ଟେଣ୍ଡର ପ୍ରକ୍ରିୟାରେ ସାଇ ଶିବ କନ୍‌ଷ୍ଟ୍ରକ୍ସନକୁ ୧୧ା୧ା୨୦୨୨ରେ ପୂର୍ତ୍ତ ବିଭାଗ ପକ୍ଷରୁ କାମ କରିବାକୁ ସ୍ବୀକୃତି ଦିଆଯାଇଥିଲା। ଏଥିପାଇଁ ସମ୍ପୃକ୍ତ ଠିକାସଂସ୍ଥା ୨ କୋଟି ୯୧ ଲକ୍ଷ ଟଙ୍କା ସିକ୍ୟୁରିଟି ଡିପୋଜିଟ ମଧ୍ୟ କରି ସାରିଛି। ତେବେ ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁ ଇତିମଧ୍ୟରେ ବିିଭିନ୍ନ ନିର୍ମାଣ ସାମଗ୍ରୀ ଦର ବୃଦ୍ଧି ପାଇଥିବାରୁ ସେହି ପୁରୁଣା ଦରରେ ଆଉ କାର୍ଯ୍ୟ କରି ହେବ ନାହିଁ ବୋଲି ସମ୍ପୃକ୍ତ ଠିକାସଂସ୍ଥା ଦର୍ଶାଇ ଓହରିଯିବାକୁ ଚେତାବନୀ ଦେଇଥିଲା। ଏହିକ୍ରମରେ ଲୋକହିତରେ ଜାରି ଏହି ନୂତନ ବସଷ୍ଟାଣ୍ଡ ଓ ବସ୍‌ ଟର୍ମିନାଲ ନିର୍ମାଣରେ ପ୍ରଶାସନିକ ଅବହେଳା ସାଧାରଣ ଲୋକଙ୍କ ପାଇଁ ବିପଦ ହୋଇଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହୋଇସାରିଛି। ଏହାର ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଲିକେଶ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

LPG ଏବଂ PNG ର ଏକ୍ସପାଏରୀ ଡେଟ୍‌ ଅଛି କି? ଜାଣନ୍ତୁ କେମିତି କରିବେ ଚେକ୍‌…

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇନ୍ଧନ ଯୋଗାଣ ନେଇ ଚିନ୍ତା ମଧ୍ୟରେ, ଭାରତର ଅନେକ ପରିବାର LPG ସିଲିଣ୍ଡର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏହା PNG…

ମୋଦିଙ୍କ ପାଇଁ ବଡ଼ କଥା କହିଦେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୮।୩: ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଶନିବାର ଦିନ କହିଛନ୍ତି ଯେ ସେ ‘ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ ଅଛନ୍ତି।’ ତାଙ୍କ…

ଥକି ପଡିଲେଣି ଇସ୍ରାଏଲୀ ସେନା? ଫସିଗଲେ କି ନେତାନ୍ୟାହୁ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଜେରୁଜେଲମ,୨୮।୩: ଇସ୍ରାଏଲୀ ସାମରିକ ବାହିନୀ ସମ୍ପର୍କରେ ଏକ ବଡ଼ ଚେତାବନୀ ସାମ୍ନାକୁ ଆସିଛି। ଦେଶର ମୁଖ୍ୟ କର୍ମଚାରୀ ଇୟାଲ ଜମିର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ଯେ…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri