୫ ମାସ ହେଲା ଗୋଷ୍ଠୀ ଶୌଚାଳୟରେ ତାଲା

ରାଉରକେଲା ଅଫିସ,୨୯।୫: ୨୦୧୪ ମସିହାରେ ରାଉରକେଲା ମହାନଗର ନିଗମ ଘୋଷଣା ହେବା ପରେ ରାଉରକେଲା ସହରରେ ସ୍ବଚ୍ଛତା ଅଭିଯାନକୁ ବ୍ୟାପକ କରାଯାଇଥିଲା। ପ୍ରାୟ ୪୦ଟି ୱାର୍ଡ ବାସିନ୍ଦାଙ୍କ ପାଇଁ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ ବ୍ୟବସ୍ଥା କରାଗଲା। ଉକ୍ତ ଓ୍ବାର୍ଡରେ ୩,୨୦,୦୦୦ ଜନସଂଖ୍ୟା ପାଇଁ ଶୌଚାଳୟ ନିର୍ମାଣ ପ୍ରସ୍ତାବ ରଖାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ନିର୍ମିତ ଗୋଷ୍ଠୀ ଶୌଚାଳୟ ବା ସାମୂହିକ ପାଇଖାନା ଏବେ ନାନା ଅବ୍ୟବସ୍ଥା ଘେରରେ ରହିଛି। ୱାର୍ଡ ନଂ. ୨ ମସଜିଦ ଗଳିରେ ୧୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀ ଶୌଚାଳୟରେ ୫ ମାସ ହେଲା ତାଲା ଝୁଲୁଛି। ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନୁରୂପ ଭାବେ ଖଡିଆ ବସ୍ତିରେ ଆଦୌ ଶୌଚାଳୟ ନାହିଁ। ୱାର୍ଡ ନଂ. ୩ର ମୁଣ୍ଡା ବସ୍ତିରେ ଛୋଟ ଏକ ଗୋଷ୍ଠୀ ଶୌଚାଳୟକୁ ବଡ଼ ଆକାରରେ ନିର୍ମାଣ କରିବାକୁ ଆର୍‌ଏମ୍‌ସି କର୍ତ୍ତୃପକ୍ଷ ତାଲା ପକାଇ ବନ୍ଦ କରିଥିବା କଂଗ୍ରେସର ପୂର୍ବତନ ଜିଲା ସଭାପତି ବିରେନ ସେନାପତି ଅଭିଯୋଗ କରିଛନ୍ତି। ଫଳରେ ପାହାଡ଼ ତଳି ଓ କୋଏଲ ନଦୀ କୂଳରେ ଥିବା ପଠାଗୁଡ଼ିକରେ ବସ୍ତିବାସିନ୍ଦା ଶୌଚ କରୁଛନ୍ତି। ଫଳରେ ନଦୀ ପ୍ରଦୂଷିତ ହେଉଛି। ଆର୍‌ଏମ୍‌ସି କର୍ତ୍ତୃପକ୍ଷ ରାଉରକେଲା ସହରକୁ ବାହ୍ୟ ମଳମୁକ୍ତ ସହର ଘୋଷଣା କରିଥିବା ବେଳେ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଆର୍‌ଏମ୍‌ସି ସାନିଟେଶନ ଅଧିକାରୀ ସ୍ବରୂପ ମହାପାତ୍ରଙ୍କୁ ପଚରାଯିବାରୁ ସେ କହିଲେ, ଉକ୍ତ ଶୌଚାଳୟର ସେଫ୍ଟି ଟାଙ୍କି ସଫେଇ କରାଯିବ। ଏହାକୁ ସଫେଇ କରିବା ପାଇଁ ଶୌଚାଳୟ ନିକଟକୁ ସେସପୁଲ ଗାଡ଼ି ଯିବା ସମ୍ଭବ ହେଉନାହିଁ। ଫଳରେ ବାଧ୍ୟ ହୋଇ ଏହାକୁ ବନ୍ଦ କରାଯାଇଛି। ଏହାର ବିକଳ୍ପ ଭାବେ ନିକଟରେ ଏକ ଅଧିକ ସିଟ୍‌ ବିଶିଷ୍ଟ ଶୌଚାଳୟ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ଉଚ୍ଚ କର୍ତ୍ତୃପକ୍ଷ ଅନୁମୋଦନ କରିଛନ୍ତି। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେଲେ ଲୋକଙ୍କ ସମସ୍ୟାର ସମାଧାନ ହେବ। ତେବେ ଆଗାମୀ ଦିନରେ ଆରଏମସି ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଯାହାଦ୍ୱାରା ସହରର ପରିମଳ ବ୍ୟବସ୍ଥାକୁ ଅଧିକ ଉନ୍ନତ କରାଯାଇପାରିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri