ଜଳବନ୍ଦୀଙ୍କ ଅବସ୍ଥା ଦୁର୍ବିସହ

ଭୋଗରାଇ, ୨୫ା୮(ଡି. ଏନ. ଏ.): ସୁବର୍ଣ୍ଣରେଖା ବନ୍ୟାକୁ ୪ଦିନ ବିତିଛି। ବନ୍ୟା ବିପନ୍ନମାନେ ପିଲାଛୁଆ ଧରି ବିଭିନ୍ନ ଆଶ୍ରୟସ୍ଥଳୀ ଏବଂ ସୁରକ୍ଷିତ ବନ୍ଧବାଡ଼ରେ ପଲିଥିନ ପକାଇ ରହିଛନ୍ତି। ଏଭଳି ସ୍ଥିତିରେ ପୁଣି ଏକ ଘୁର୍ଣ୍ଣବଳୟ ଉପକୂଳମୁହାଁ ହୋଇ ବୁଧବାର ସକାଳଠୁ ବର୍ଷୁଥିବାରୁ ଜୀବନଜୀବିକା ବ୍ୟାହତ ହୋଇଛି। ବାହ୍ୟଜଗତରୁ ବିଚ୍ଛିନ୍ନ ଜଳବନ୍ଦୀଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଛି। ଚୁଲି ଜଳୁ ନ ଥିବାବେଳେ ଗ୍ୟାସ ଟାଙ୍କିରେ ଗରିବ ଗୁରୁବାଙ୍କ ରୋଷେଇ କରିବା ସମ୍ଭବ ହେଉନାହିଁ। ସମସ୍ତ ନଳକୂପ ବନ୍ୟା ପାଣିରେ ବୁଡ଼ିଯାଇଥିବା ବେଳେ ପିଇବା ପାଣି ସଙ୍କଟ ଦେଖାଦେଇଛି। କେବଳ ଗ୍ରାମ୍ୟ ପାଇପ ଜଳଯୋଗାଣ ବସୁଧା ପାଉଚ ଓ ବୋତଲ ସମୁଦ୍ରକୁ ଶଙ୍ଖେ ସଦୃଶ ପାଲଟିଛି। ଭୋଗରାଇ, ବାଲିଆପାଳ ଓ ଜଳେଶ୍ୱର ବ୍ଲକର ବହୁ ଗାଁ ଏବେ ବି ଜଳବନ୍ଦୀ ହୋଇଥିବାରୁ ଜୀବନଜୀବିକା ପ୍ରଭାବିତ ହୋଇଛି।

ବ୍ଲକର ୧୪ ପଞ୍ଚାୟତର ୮ହଜାର ୩୧୨ ବିପନ୍ନଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଇ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି। ସେହିପରି ଅନୁରୂପ ଭାବେ ଜଳେଶ୍ୱର, ବାଲିଆପାଳ ଓ ବସ୍ତା ବ୍ଲକରେ ଖାଦ୍ୟ ସାମଗ୍ରୀ ଦିଆଯାଉଥିବା ଖବର ମିଳିଛି। ବନ୍ୟା ଜଳ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ଆସନ୍ତା ଶୁକ୍ରବାର ଅମାବାସ୍ୟା ତିଥି ପଡୁଥିବାରୁ ସମୁଦ୍ରକୁ ବନ୍ୟା ପାଣି ନିଷ୍କାସନ ନ ହୋଇ ଜୁଆର ଜଳ ଠେଲି ରଖିବ। ବର୍ଷା ଲାଗି ରହିଲେ ବନ୍ୟା ଓ ବର୍ଷାଜଳ ମିଶି ଜଳ ଫୁଲିବା ସହିତ ବିପନ୍ନଙ୍କ ଅବସ୍ଥା ସାଙ୍ଘାତିକ ହେବ ବୋଲି କୁହାଯାଉଛି। ବର୍ଷା ଓ ବନ୍ୟା ଯୋଗୁ ପାଣିଘେରରେ ଥିବା ଲୋକେ ଦିନରାତି ସମାନ କରିଛନ୍ତି। ବିଭିନ୍ନ ଗ୍ରାମରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇପଡିବାରୁ ସା ହେଲେ ବିଷାକ୍ତ ସାପ କାମୁଡା ଭୟ ଘାରୁଛି। ବୁଧବାର ଅବିଶ୍ରାନ୍ତ ବର୍ଷାରେ ପ୍ରଶାସନ ବିପନ୍ନଙ୍କଠାରେ ପହଞ୍ଚି ନ ଥିବାରୁ ସ୍ଥିତି ଜଟିଳ ହୋଇଛି। ବହୁ ସାମାଜିକ ସଙ୍ଗଠନ ବନ୍ୟା ପ୍ରପୀଡ଼ିତ ଲୋକଙ୍କଠାରେ ପହଞ୍ଚି ଖାଦ୍ୟବସ୍ତ୍ର ସାହାଯ୍ୟ କରୁଛନ୍ତି। ଅଦ୍ୟାବଧି ରିଲିଫ ସାମଗ୍ରୀ ବିପନ୍ନଙ୍କଠାରେ ପହଞ୍ଚି ନ ଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri