ଫରକ୍‌ ପଡୁନି ଲକ୍‌ଡାଉନ

ବାଉଁଶୁଣୀ, ୧୦।୫: ବୌଦ୍ଧ ବ୍ଲକ ବାଉଁଶୁଣୀ ଅଞ୍ଚଳରେ ଲୋକେ କରୋନା କଟକଣା ମାନୁନାହାନ୍ତି। ସକାଳ ୬ରୁ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ବାଉଁଶୁଣୀ ଅଞ୍ଚଳରେ ସମସ୍ତ ଦୋକାନ ସବୁବେଳେ ଖୋଲୁଛି। ଫଳରେ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି। ବାଉଁଶୁଣୀ ଛକର ସମସ୍ତ ଚା’ ଦୋକାନ, ହୋଟେଲ, ଢ଼ାବା, କପଡା, ଫେନ୍ସି ଦୋକାନ ଖୋଲାଯାଉଛି। କଲେଜ ଛକ ନିକଟରେ ଥିବା ଏକ ଦୋକାନ ୨୪ ଘଣ୍ଟା ଖୋଲା ରହୁଥିବା ଦେଖିବାକୁ ମିଳୁଛି । ଗତ ଦୁଇ ଦିନ ତଳେ ବାଉଁଶୁଣୀ ଅଞ୍ଚଳରେ ଜିଲା ପ୍ରଶାସନ ତରଫରୁ ପ୍ରଚାର ଗାଡି ଯୋଗେ ଲୋକଙ୍କୁ ସଚେତନ କରାଯାଇଛି । ସେହିପରି ଅଁଳାପାଲି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲେ ମଧ୍ୟ ସେହି ଗ୍ରାମରୁ ଲୋକେ ବାଉଁଶୁଣୀ ଆସି ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି।