Categories: ଜାତୀୟ

ତ୍ରିରଙ୍ଗା ରଙ୍ଗରେ ସଜେଇ ହେଲା ଦେଶର ଐତିହାସିକ ସ୍ମାରକ, ପ୍ରାସାଦ

ନୂଆଦିଲ୍ଲୀ,୧୪ ।୮: ଦେଶ ପାଳନ କରୁଛି ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ସମାରୋହ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରାଯାଇଛି । ଏହାକୁ ନେଇ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ପକ୍ଷରୁ ସ୍ୱାଧିନତା ଦିବସ ଅବସରରେ ଦେଶର ଐତିହାସିକ ସ୍ମାରକର କିଛି ସୁନ୍ଦର ଫଟୋ ଶେୟାର କରାଯାଇଛି । ତ୍ରିରଙ୍ଗା ରଙ୍ଗର ଲାଇଟରେ ଏହାକୁ ସଜା ଯାଇଛି । ଏହି ଅବସରରେ ଦିଲ୍ଲୀରେ ଥିବା ବିଶ୍ୱ ଐତିହ ସ୍ଥଳ କୁତୁବ ମିନାରକୁ ବି ତ୍ରିରଙ୍ଗା ରଙ୍ଗର ଆଲୋକରେ ସଜା ଯାଇଥିବା ଦେଖାଯାଇଥିଲା । ସେହିପରି ହୁମାୟୁଁଙ୍କ ମକବରା ପୁରୁଣା କିଲା, ସଫଦରଜଙ୍ଗ ମକବରା, ଜନ୍ତର ମନ୍ତର ଓ ଆଜମେର ଗେଟକୁ ବି ତ୍ରରଙ୍ଗା ରଙ୍ଗରେ ଆଲୋକିତ କରାଯାଇଛି । ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କୁତୁବ ମିନାରଠାରୁ ଆରମ୍ଭ କରି ହାଇଦ୍ରାବାଦର ଚାରମିନାର ପର୍ଯ୍ୟନ୍ତ ସବୁକୁ ତ୍ରିରଙ୍ଗା ରଙ୍ଗର ଆଲୋକରେ ସଜା ଯାଇଛି ।

Share