କୋରାପୁଟରେ ୧୪୪ ଧାରା ଜାରିକଲେ ଜିଲାପାଳ

କୋରାପୁଟ,୧୧ା୫(ଅମିତାଭ ବେହେରା): ଆସନ୍ତା ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ନିମନ୍ତେ ଶନିବାର ସନ୍ଧ୍ୟା ୬ଟାରୁ କୋରାପୁଟ ଜିଲା ବ୍ୟାପି ୧୪୪ ଧାରା ଜାରି କରିଛନ୍ତି କୋରାପୁଟ ଜିଲାପାଳ। ଶନିବାର କୋରାପୁଟ ଜିଲାପାଳ ପତ୍ରସଂଖ୍ୟା ୨୪୦୨/୧୧.୫.୨୪ ଜରିଆରେ ଏହି ୧୪୪ ଧାରା ଜାରି କରାଯାଇଛି।
ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ, ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ଏହା ଲାଗୁ କରାଯାଇଛି। ବର୍ତ୍ତମାନ ଜିଲାର କୌଣସି ସ୍ଥାନରେ ଲୋକଙ୍କ ଜମା ନ ହେବା, ମାଇକ୍‌ ପ୍ରଚାର, ବୈଠକ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। କୌଣସି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ପୂର୍ବରୁ ଆସିଥିବା ବାହାର ଜିଲାର ସମର୍ଥକ ଓ ଅନ୍ୟ କୌଣସି ବ୍ୟକ୍ତିମାନେ ତୁରନ୍ତ କୋରାପୁଟ ଜିଲା ଛାଡ଼ିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମତଦାନ କେନ୍ଦ୍ରର ୧୦୦ ମିଟର ପରିସରରେ ମୋବାଇଲ ବାରଣ କରାଯାଇଛି। କୋରାପୁଟ ଜିଲାର ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗି ବିଧାନସଭା ମଣ୍ଡଳୀ ପାଇଁ ଶନିବାର ଅପରାହ୍ନ ୪ଟାରୁ ଏହି ନିର୍ଦ୍ଦେଶନାମା ଲାଗୁ କରାଯାଇଥିବା ବେଳେ କୋରାପୁଟ ଓ କୋଟପାଡ଼ ନିର୍ବାଚନ ମଣ୍ଡଳୀ ପାଇଁ ସନ୍ଧ୍ୟା ୫ଟା ଓ ଜୟପୁର ନିର୍ବାଚନ ମଣ୍ଡଳୀ ପାଇଁ ସନ୍ଧ୍ୟା ୫ଟାରୁ ଏହି ୧୪୪ ଧାରା ଲାଗୁ କରାଯାଇଥିବା ଜିଲାପାଳ ଭି. କୀର୍ତ୍ତି ଭାସନ ପ୍ରକାଶ କରିଛନ୍ତି। ଏହି ନିର୍ଦ୍ଦେଶନାମା ୧୪ ତାରିଖ ଯାଏ ଲାଗୁ ରହିବ ବୋଲି କୁହାଯାଇଛି। ଏହି ନିର୍ଦ୍ଦେଶନାମା କଡ଼ାକଡ଼ି ଲାଗୁ କରିବା ପାଇଁ ଜିଲାର ଉପଜିଲାପାଳ, ତହସିଲଦାର, ବିଡିଓ, ସହରାଞ୍ଚଳ ସମସ୍ତ ନିର୍ବାହୀ ଅଧିକାରୀ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ: ନବଙ୍କୁ ନେଇ ବିଜେଡି-ଭାଜପା ବିଧାୟକ ଗୋଡ଼ାଗୋଡ଼ି

ଭୁବନେଶ୍ୱର,୧୭।୩(ରବିନାରାୟଣ ଜେନା): ରାଜ୍ୟ ସଭା ନିର୍ବାଚନର ଭୋଟ ଗ୍ରହଣ ବେଳେ ସୋମବାର ଅପରାହ୍ନରେ ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ ପରିଲକ୍ଷିତ ହୋଇଛି। କେହି କିଛି ବୁଝିବା ପୂର୍ବରୁ…

ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୭।୩(ବନ୍ଦନା ସେଠୀ): ପୂର୍ବଭାରତ ଉପରେ ରହିଥିବା ଉପ-ଉଷ୍ମକଟୀବନ୍ଧୀୟ (ସବ୍‌ଟ୍ରପିକାଲ୍‌) ପଶ୍ଚିମୀ ଜେଟ୍‌ ଷ୍ଟ୍ରିମ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେଉଛି।…

ରାଜ୍ୟ ସଭା ଫଳାଫଳ ପରେ ନବୀନଙ୍କୁ ଏମିତି କହିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ଚହଳ

ଭୁବନେଶ୍ୱର, ୧୭।୩ (ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନରେ ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର ଏବଂ ଶାସକ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ…

ଟ୍ରମ୍ପ କଲେ ବଡ଼ ଦାବି, କହିଲେ ଏହିଦିନ ଶେଷ ହେବ ଇରାନ ସହ ଯୁଦ୍ଧ!

ଓ୍ବାଶିଂଟନ,୧୭।୩: ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଇରାନ ସହିତ ଚାଲିଥିବା ସଂଘର୍ଷ ଖୁବ ଶୀଘ୍ର ଶେଷ ହେବ, କିନ୍ତୁ ସେ ସ୍ପଷ୍ଟ କରିଛନ୍ତି…

ଭୋଟର୍ସ ଲିଷ୍ଟ ସଂଶୋଧନ ପାଇଁ କଡ଼ା ନିର୍ଦ୍ଦେଶ, ଭୋଟର୍ସଙ୍କ ନାଁ ତାଳମେଳ ନଥିଲେ ଏହି ତାରିଖ ସୁଦ୍ଧା କରନ୍ତୁ ଆବେଦନ, ନଚେତ୍‌…

କେସିଙ୍ଗା,୧୭।୩(ତୁମେଶ୍ୱର ସାହୁ) : କଳାହାଣ୍ଡି ଜିଲା କେସିଙ୍ଗା ଏନଏସିରେ ସ୍ବତନ୍ତ୍ର ସଂଘନ ସଂଶୋଧନ ( ଏସଆଇଆର) ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀଙ୍କ ନେତୃତ୍ୱରେ ଭୋଟର୍ସ ଲିଷ୍ଟ…

ଟ୍ରମ୍ପ୍‌ ବାଟବଣା, ମୁହଁ ମୋଡ଼ୁଛନ୍ତି ନାଟୋ ସହଯୋଗୀ

ନୂଆଦିଲ୍ଲୀ,୧୭।୩: ଇରାନ୍‌ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ବାଟବଣା ହୋଇପଡ଼ିଛନ୍ତି। ସ୍ଥିତି ଏଭଳି ହୋଇଛି , ଟ୍ରମ୍ପ୍‌ ଯୁଦ୍ଧ ବନ୍ଦ…

ଆଫଗାନିସ୍ତାନ କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ

ନୂଆଦିଲ୍ଲୀ,୧୭।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ସଂଘର୍ଷ ଯୋଗୁଁ ସମଗ୍ର ବିଶ୍ୱ ଗଭୀର ଚିନ୍ତିତ । ଏହି ବ୍ୟାପକ ସଂଘର୍ଷ ମଧ୍ୟରେ, ପାକିସ୍ତାନ ଏବଂ…

୧୧ କ୍ରସ୍‌ ଭୋଟିଂରେ ଦିଲୀପ ଜିତିଲେ

ଭୁବନେଶ୍ୱର, ୧୭।୪(ସୁନିତ୍‌ ମିଶ୍ର): ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ସୋମବାର ଅନୁଷ୍ଠିତ ହୋଇଥିବା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଛି। କଂଗ୍ରେସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri