Categories: ଜାତୀୟ

ଲଦାଖ ସୀମାରେ ଉତ୍ତେଜନା ପ୍ରସଙ୍ଗ,ଆଜି ୧୬ତମ କମାଣ୍ଡର ସ୍ତରୀୟ ବୈଠକ …

ଲଦାଖ,୧୭।୭ : ଲଦାଖ ସୀମାରେ ଉତ୍ତେଜନା ପ୍ରସଙ୍ଗରେ ରବିବାର ଦିନ ଭାରତ ଏବଂ ଚାଇନା ମଧ୍ୟରେ ୧୬ ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଆଶା କରାଯାଉଛି ଯେ ଡେପସାଙ୍ଗ ଏବଂ ଡେମୋକୋକରେ ସମସ୍ୟାର ସମାଧାନ ବ୍ୟତୀତ ଯଥାଶୀଘ୍ର ସୈନ୍ୟ ପ୍ରତ୍ୟାହାର କରିବାକୁ ଭାରତ ଅବଶିଷ୍ଟ ସମସ୍ତ ଘର୍ଷଣ ପଏଣ୍ଟ ଉପରେ ଚାପ ପକାଇବ। ପୂର୍ବ ଲଦାଖର ସମସ୍ତ ଘର୍ଷଣ ସ୍ଥାନରୁ ଶୀଘ୍ର ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଲଗାତାର ଚାପ ପ୍ରୟୋଗ କରି ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ପାଇଁ ସୀମାରେ ଶାନ୍ତି ଏକ ଆବଶ୍ୟକୀୟ ସର୍ତ୍ତ ବୋଲି କହିଛି।

ଏହାର ଗୋଟିଏ ଦିନ ପୂର୍ବରୁ ଚାଇନେ ରାଷ୍ଟ୍ରପତି ଶି ଜିନପିଙ୍ଗ ଶିନଜିଆଙ୍ଗ ଗସ୍ତରେ ଯାଇ ତାଙ୍କ ସୈନ୍ୟଙ୍କ ସହ ସାକ୍ଷାତ କରିଥିଲେ। ପିପୁଲ୍ସ ଲିବରେସନ ଆମି (ପିଏଲଏ)ର ଶିନଜିଆଙ୍ଗନ ମିଲିଟାରୀ କମାଣ୍ଡ ଲଦାଖ ଅଞ୍ଚଳରେ ଭାରତ-ଚାଇନା ସୀମାର ତଦାରଖ କରିଆସୁଛି।

ଗତ ସପ୍ତାହରେ ବାଲିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଚାଇନା ପ୍ରତିପକ୍ଷ ୱାଙ୍ଗ ୟିଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ପୂର୍ବ ଲଦାଖ ସହ ଜଡିତ ବିବାଦ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହୋଇଥିଲା। ଜି -୨୦ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ବାଲିରେ ଏକ ଘଣ୍ଟା ଧରି ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଜୟଶଙ୍କର ପୂର୍ବ ଲଦାଖରେ ବିଚାରାଧୀନ ସମସ୍ତ ସମସ୍ୟାର ଶୀଘ୍ର ସମାଧାନର ଆବଶ୍ୟକତା ଓ୍ବାଙ୍ଗ୍‌ଙ୍କୁ ଜଣାଇଥିଲେ।

ସେ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପାରସ୍ପରିକ ସମ୍ମାନ, ପାରସ୍ପରିକ ସମ୍ବେଦନଶୀଳତା ଏବଂ ପାରସ୍ପରିକ ସ୍ବାର୍ଥ ଉପରେ ଆଧାରିତ ହେବା ଉଚିତ। କେତେକ ବିବାଦୀୟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି ଯେ ସୀମା ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ଅବଶିଷ୍ଟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାର ଆବଶ୍ୟକତା ରହିଛି।

 

 

Share