କୋଭାକ୍ସିନ୍‌କୁ ସ୍ବୀକୃତି ପ୍ରସଙ୍ଗ, ଅଧିକ ତଥ୍ୟ ଲୋଡ଼ିଲା ଡବ୍ଲ୍ୟୁଏଚ୍‌ଓ…

ଜେନେଭା,୨୮।୯: ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକା କୋଭାକ୍ସିନ୍‌କୁ ସ୍ବୀକୃତି ଦେବା ଲାଗି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଅଧିକ ତଥ୍ୟ ଲୋଡ଼ା ଯାଇଛି। କୋଭାକ୍ସିନ୍‌କୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର କରିବା ଲାଗି ଅଧିକ ତଥ୍ୟ ଆବଶ୍ୟକ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି। ସ୍ବୀକୃତି ପାଇଁ କିଛି ଦିନ ଅଧିକ ଲାଗିବ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି।

ଭାରତୀୟ ନୀତି ଅୟୋଗ ସଦସ୍ୟ ଡ.ଭି.କେ. ପଲ୍‌ କହିଛନ୍ତି ଯେ,ସେପ୍ଟେମ୍ବର ଶେଷ ସୁଦ୍ଧା ଡବ୍ଲ୍ୟୁଏଚ୍‌ଓ କୋଭାକ୍ସିନ୍‌କୁ ସ୍ବୀକୃତି ଦେବାର ଆଶା ଥିଲା। ତେବେ ଡବ୍ଲ୍ୟୁଏଚ୍‌ଓର ମନ୍ତବ୍ୟରୁ ଏହା କେତେ ସମୟ ଲାଗିବ ତାହା ଜଣା ପଡୁନାହିଁ।

Share