ମିଳିତ ଅମଲା ମଞ୍ଚ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ଛତ୍ରପୁର,୨୨।୪: (ଡିଏନଏ ) ଗଞ୍ଜାମ ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଶ୍ୟେରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ପ୍ରାରମ୍ଭରେ ଛତ୍ରପୁରସ୍ଥିତ ସର୍କିଟ ହାଉସ ଫାଟକ ନିକଟରୁ ୧ହଜାର ଅମଲା ଏକ ଶାର୍ନ୍ତିପୂର୍ଣ୍ଣ ରାଲିରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ସେମାନଙ୍କ ଦାବି ନେଇ ବୟାନବାଜି କରାଯାଇଥିଲା । ଦାବିରେ ୨୦୧୭ ମସିହାରୁ ସ୍ନାତକ ଶିକ୍ଷାଗତ ହାରରେ ଦରମା ଦେବାକୁ ନିଷ୍ପତି ହୋଇଥିଲେ ମଧ୍ୟ ଏବେ ମଧ୍ୟ ମାଟ୍ରିକ ଶିକ୍ଷାଗତ ହାରରେ ଦରମା ପ୍ରଦାନ କରାଯାଉଛ ବୋଲି ପ୍ରସଙ୍ଗ ଉଠାଯାଇଥିଲା । ବହୁବାର ଏସମ୍ପର୍କରେ ସରକାରଙ୍କୁ ଜଣାଇଥିଲେ ହେଁ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି । ଏପ୍ରିଲ ୩୦ ସୁଦ୍ଧା ରାଜ୍ୟ ସରକାର ଜିଲାସ୍ତରୀୟ ଅମଲା ମାନଙ୍କର ଦାବି ଏଣ୍ଟ୍ରି ଲେଭଲରେ ୯ହଜାର ୩୦୦ ଗ୍ରେଡ ପେ ଏବଂ ୪ହଜାର ୨୦୦ ଲେଭଲ ୯ ପୂରଣ କରିବାକୁ ଦାବି କରାଯାଇଛି । ଏହିସବୁ ଦାବି ପୂରଣ ନହେଲେ ବ୍ଲକ ଠାରୁ ଆରମ୍ଭ କରି ସମସ୍ତ ଅଫିସକୁ ଆମେ ବନ୍ଦ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦିଆଯାଇଛି । ଓଡିଶା ଅମଲା ସଂଘର ରାଜ୍ୟ ସାଧାରଣ ସମ୍ପାଦକ ତଥା ମିଳିତ ମଞ୍ଚର ରାଜ୍ୟ ସଦସ୍ୟ ପ୍ରସନ୍ନ କୁମାର ତ୍ରିପାଠୀ, ମିଳିତ ଅମଲା ମଞ୍ଚର ଗଞ୍ଜାମ ଜିଲା ଅଧ୍ୟକ୍ଷ ଉଦୟ କୁମାର ଦାଶ, ଗଞ୍ଜାମ ଜିଲା ମିଳିତ ଅମଲା ମଞ୍ଚର ଆବାହକ ଡ. ଦିଲେଶ୍ୱର ରେଡ୍ଡୀ, ଓଡିଶା ରାଜସ୍ବ ଅମଲା ସଂଘ ଜିଲା ସମ୍ପାଦକ କୃପାସିନ୍ଧୁ୍‌ ସ୍ବାଇଁ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ ।