Categories: ଜାତୀୟ

ହିଜାବ୍‌ ପ୍ରସଙ୍ଗ, ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ କହିଲେ ହାଇକୋର୍ଟ…

ବେଙ୍ଗାଲୁରୁ, ୮।୨ : କର୍ନାଟକରେ ହିଜାବକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ମଙ୍ଗଳବାର କର୍ନାଟକ ହାଇକୋର୍ଟରେ ଏହାର ଶୁଣାଣି ହୋଇଛି। ହାଇକୋର୍ଟ କହିଛନ୍ତି ଯେ ଆମେ କାହାର ଆବେଗ କିମ୍ବା ଭାବନା ଦ୍ୱାରା ନୁହେଁ ବରଂ କାରଣ ଏବଂ ଆଇନ ଅନୁଯାୟୀ ଚାଲିବୁ। ସମ୍ବିଧାନ ଯାହା କହିବ ଆମେ ତାହା କରିବୁ। ଆମ ପାଇଁ ସମ୍ବିଧାନ ହେଉଛି ଭଗବଦ୍‌ଗୀତା ସଦୃଶ।

ଆଡଭୋକେଟ ଜେନେରାଲ କର୍ନାଟକ ହାଇକୋର୍ଟଙ୍କୁ କହିଛନ୍ତି ଯେ ୟୁନିଫର୍ମ ସ୍ଥିର କରିବା କଲେଜଗୁଡିକର କାମ। ଯେଉଁ ଶିକ୍ଷାର୍ଥୀମାନେ ଏଥିରେ କୋହଳ ଚାହୁଁଛନ୍ତି, ସେମାନେ କଲେଜ ବିକାଶ କମିଟି ନିକଟକୁ ଯାଇପାରିବେ।

କଲେଜ କ୍ୟାମ୍ପସରେ ହିଜାବ ଏବଂ ଶାଲ୍‌ ପିନ୍ଧିବା ମାମଲାର ଶୁଣାଣି ସମୟରେ କର୍ନାଟକ ହାଇକୋର୍ଟ ଏଭଳି ମତ ଦେଇଛନ୍ତି। କର୍ନାଟକର ଉଡ୍ଡୁପିର ଏମ୍‌ଜିଏମ୍‌ କଲେଜରେ ହିଜାବ ପିନ୍ଧିବାକୁ ନେଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଏକ ବିବାଦ ସୃଷ୍ଟି ହୋଇଥିଲା। ଯେତେବେଳେ ଛାତ୍ରୀମାନେ ହିଜାବ ପିନ୍ଧି କଲେଜରେ ପହଞ୍ଚିଲେ, ସେମାନଙ୍କୁ ଶ୍ରେଣୀରେ ପ୍ରବେଶ କରାଗଲା ନାହିଁ। ବିବାଦ ବଢ଼ିବା ଦେଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଲେଜକୁ ବନ୍ଦ କରାଯାଇଥିଲା।

ଶୁଣାଣି ସମୟରେ ଜଷ୍ଟିସ କୃଷ୍ଣ ଦୀକ୍ଷିତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି, ଆମେ କାରଣ ଅନୁଯାୟୀ ଚାଲିବୁ, ଆଇନ ପାଳନ କରିବୁ। କାହାର ଆବେଗ କିମ୍ବା ଭାବନା ଅନୁସାରେ ନୁହେଁ । ସମ୍ବିଧାନ ଯାହା କହୁଛି ତାହା ଆଧାରରେ କରାଯିବ। ସମ୍ବିଧାନ ହେଉଛି ଆମ ପାଇଁ ଭଗବଦ ଗୀତା । ସମ୍ବିଧାନ ଅନୁସରଣ କରିବାକୁ ମୁଁ ଶପଥ ନେଇଛି। ତୁମର ଭାବନାକୁ ଅଲଗା ରଖ। ଆମେ ପ୍ରତିଦିନ ଏଭଳି ସବୁ ଘଟୁଥିବାର ଆଉ ଦେଖିପାରିବୁ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

Share