ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବିପତ୍ର

ପୁରୁଷୋତ୍ତମପୁର,୧୮।୮(ସୀମାଞ୍ଚଳ ମିଶ୍ର): ବିଭିନ୍ନ ଦାବିନେଇ କଂଗ୍ରେସ ପକ୍ଷରୁ ଶୁକ୍ରବାର ପୁରଷୋତ୍ତମପୁର ବ୍ଲକ କାର୍ଯାଳୟକୁ ଘେରାଉ କରାଯାଇଥିଲା। ପୁରୁଷୋତ୍ତମପୁର କାଳୀ ମନ୍ଦିର ଛକରୁ ନଗର କଂଗ୍ରେସ ସଭାପତି ମନୋରଞ୍ଜନ ଦାଶଙ୍କ ନେତୃତ୍ୱରେ କର୍ମୀମାନେ ଶୋଭାଯାତ୍ରାରେ ବାହାରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରାଦେଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିଲେ।

ଏହି ଅବସରରେ ଏକ ପ୍ରତିବାଦ ସଭା ହୋଇଥିଲେ। ସଭାରେ ବ୍ଲକସ୍ତରରେ ହେଉଥିବା ପିସି କାରବାର ବନ୍ଦ କରିବାକୁ ଦାବି କରାଯାଇଥିଲା। ଏହାସହ ବିଭିନ୍ନ ବିଭାଗରେ ଖାଲିପଡିଥିବା ପଦବୀ ତୁରନ୍ତ ପୂରଣ କରିବା, ପେଟ୍ରୋଲ ଡିଜେଲ, ଗ୍ୟାସ ଆଦି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରଦାମ୍‌ ବୃଦ୍ଧି ରୋକିବା, ପ୍ରତି ବ୍ଲକରେ ଶିତଳ ଭଣ୍ଡାର ଖୋଲିବା, ନାରୀ ନିର୍ଯାତନା ବନ୍ଦ କରିବା, କୃଷିଯନ୍ତ୍ରର ଅଭାବି ବିକ୍ରି ବନ୍ଦ କରିବା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ରାଶନ କାର୍ଡ, ଭତା ପ୍ରଦାନରେ ପାତରଅନ୍ତର ନ କରି ଉପଯୁକ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଇ ଦେବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏବିଡିଓ ନିରାକାର ଜେନାଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ କଂଗ୍ରେସ ନେତା ଭୋକାଲି ସେଠୀ, ମାଧବାନନ୍ଦ ଦାଶ, ଶୁଶାନ୍ତ ଗୌଡ଼, ପ୍ରଦୀପ ମହାରଣାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।