ହଜିଯାଉଛି ରଜ ମଉଜ

ଡେରାବିଶ,୧୪ା୬(ବେବର୍ତ୍ତା ଅଜୟ ଦାସ): ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲା ଅଞ୍ଚଳରେ କୃଷିଭିତ୍ତିକ ଗଣପର୍ବ ରଜ ଏକ ମୁଖ୍ୟପର୍ବ ଭାବେ ପାଳିତ ହୋଇଆସୁଛି। ଅତୀତ ଓ ବର୍ତ୍ତମାନ ମଧ୍ୟରେ ଏହି ପର୍ବ କ୍ରମଶଃ ସାଧାରଣରେ ଯେପରି ଅନାଗ୍ରହ ସୃଷ୍ଟି କରୁଥିବା ଭଳି ଦେଖିବାକୁ ମିଳିଛି। ଗାଁ ଦାଣ୍ଡରେ ବାଗୁଡ଼ି ଖେଳ, ଯୁବତୀମାନଙ୍କ ପୁଚି ଖେଳ ସାଙ୍ଗକୁ ପିଠାପଣାର ଆସର ଯେପରି ଆଉ ଦେଖିବାକୁ ମିଳୁନାହିଁ। ମାତ୍ର ଡେରାବିଶ ବ୍ଲକ ଅଞ୍ଚଳରେ ଶୁକ୍ରବାରଠାରୁ ରବିବାରଯାଏ ଅନୁଷ୍ଠିତ ହେବାକୁ ଥିବା ରଜପର୍ବ ପାଇଁ ବିଭିନ୍ନ ଗାଁଗୁଡିକରେ ରହୁଥିବା ଯୁବତୀଙ୍କ ମଧ୍ୟରେ ରଜ ପାଇଁ ପ୍ରସ୍ତୁତି ଜୋରଦାର ଥିବା ଦେଖିବାକୁ ମିଳିଛି। ଗୁରୁବାର ସଜବାଜ ଥିବାରୁ ଯୁବତୀମାନେ ବିଳମ୍ବିତ ରାତିରେ ନିଜକୁ ସଜେଇ ହୋଇ ରଜ ମଉଜ ପାଳିବାକୁ ପ୍ରସ୍ତୁତି ଜୋରଦାର କରିଥିବା ବ୍ଲକ ଅଧୀନ ଡେରାଡିହ ଗ୍ରାମର ପ୍ରୀତିରେଖା ମହାନ୍ତି କହିଛନ୍ତି। ମାତ୍ର ପିଲା ଦିନେ ପାଳୁଥିବା ରଜ ବର୍ତ୍ତମାନ ମଧ୍ୟରେ ବହୁ ତାରତମ୍ୟ ଦେଖାଦେଇଛି। ପିଲାଦିନେ କଦଳୀ ପଟୁଆର ଚପଲ ପିନ୍ଧି ଦୋଳି ଓ ପୁଚି ଖେଳୁଥିଲୁ। ମାତ୍ର ବର୍ତ୍ତମାନ ସେ ଦୋଳି, ପୁଚି ଓ କଦଳି ପଟୁଆର ଚପଲ ନାହିଁ ବୋଲି ପ୍ରୀତିରେଖା କହିଛନ୍ତି। ସେହିପରି ଫକୀରାବାଦର ବୟୋଜ୍ୟେଷ୍ଠ ସାମାଜିକ କର୍ମୀ ହଳଧର ଦାଶ କହିଛନ୍ତି, ପିଲାଦିନେ ରଜରେ ବାଗୁଡ଼ି ଖେଳିବାକୁ ଓ ଦେଖିବାକୁ ଯେପରି ଖାଇବା ଭୁଲି ଯାଉଥିଲୁ। ମାତ୍ର ତାହା ଏବେ ଯେପରି ସ୍ବପ୍ନ ପାଲଟିଛି। ରଜରେ ତାସ୍‌ ଖେଳର ମଜା ଏବେବି ଆମ ଭିତରେ ଉଙ୍କି ମାରୁଛି। ମାତ୍ର ତାସ୍‌ ଖେଳ ବର୍ତ୍ତମାନ ଯେପରି ସ୍ବପ୍ନ ପାଲଟିଛି ବୋଲି କୁଅଁରପୁର ଗ୍ରାମର ସଚ୍ଚିଦାନନ୍ଦ ରଥ କହିଛନ୍ତି। ନୂତନ ଯୁବ ପିଢ଼ି ପାଇଁ ରଜ ମଉଜ ଯେପରି କ୍ରମଶଃ ଦୂରେଇ ଯିବାକୁ ବସିଛି। ତେବେ ଏହି ରଜ ପାଇଁ ବାହାରେ ରହୁଥିବା ବ୍ୟକ୍ତିମାନେ ପରିବାର ସହ ଘରମୁହାଁ ହୋଇଛନ୍ତି। ତିନି ଦିନ ଧରି ବିଭିନ୍ନ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ଲକ ଅଞ୍ଚଳକୁ ଉତ୍ସବମୁଖର କରିବ। ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଯେପରି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ମାତ୍ର ବର୍ତ୍ତମାନର ରଜପର୍ବ ଯୁବକମାନଙ୍କ ମଧ୍ୟରେ ଏକ ଭିନ୍ନ ଢଙ୍ଗରେ ପାଳନ ହେଉଥିବା ଦେଖିବାକୁ ମିଳୁଛି। ତିଲକପୁର ଗ୍ରାମର ଧରଣୀଧର ପ୍ରଧାନ କହିଛନ୍ତି, ରଜ ତିନି ଦିନ ପାଇଁ ଭୋଜି ଭାତରଆସର ସହ ଡିଜେ ବାଜାକୁ ଅଗ୍ରିମ ଦିଆସରିଛି। ତିନି ଦିନ ଗାଁରେ ଆମ ଭିତରେ ନୃତ୍ୟ ଗୀତର ଆସର ପାଇଁ ବିଭିନ୍ନ ପ୍ରସ୍ତୁତି ସରିଛି। ସେଦିନର ରଜଦୋଳି ବହୁ ପରିମାଣରେ ନ ଥିଲେ ମଧ୍ୟ ଚଳିତ ରଜ ପାଇଁ କେତେକ ସ୍ଥାନରେ ଯୁବତୀମାନଙ୍କ ଦ୍ୱାରା ରଜ ଦୋଳି ପ୍ରସ୍ତୁତି ସରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri