ଇସ୍ରୋର ଭବିଷ୍ୟତ ମହାକାଶ କାର୍ଯ୍ୟକ୍ରମ

ପୂର୍ବତନ ସୋଭିଏଟ୍‌ ରୁଷ୍‌ ୧୯୫୭ ମସିହାରେ ପୃଥିବୀ କକ୍ଷକୁ ପ୍ରଥମ ଉପଗ୍ରହ ‘ସ୍ଫୁଟନିକ୍‌-୨’ ପଠାଇବା ପରେ ମହାକାଶ ଯୁଗ ଆରମ୍ଭ ହେଲା ଏବଂ ଏହା ପରେ ମହାକାଶ ଅଭିଯାନ କ୍ଷେତ୍ରରେ ରୁଷିଆ ଓ ଆମେରିକା ମଧ୍ୟରେ ପ୍ରତିଯୋଗିତା ଚାଲିଲା। ଭାରତ ଏଥିରେ ପଛରେ ପଡ଼ି ନ ଯାଇ ମହାକାଶ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କଲା। ବିକ୍ରମ ସରାଭାଇଙ୍କ ନେତୃତ୍ୱରେ ୧୯୬୨ ମସିହାରେ ମହାକାଶ ଗବେଷଣା ପାଇଁ ‘ଭାରତୀୟ ଜାତୀୟ କମିଟି’ ଗଠିତ ହୋଇ ମହାକାଶ ଗବେଷଣା ଆରମ୍ଭ ହେଲା ଏବଂ ଏହା ୧୯୬୯ ମସିହାରେ ‘ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର’(Indian Space Research Organistaion,।SRO) (ଇସ୍ରୋ)ରେ ପରିଣତ ହେଲା।
ଇସ୍ରୋ ୧୯୭୫ ମସିହାରେ ଦେଶର ପ୍ରଥମ କୃତ୍ରିମ ଉପଗ୍ରହ ‘ଆର୍ଯ୍ୟଭଟ୍ଟ’କୁ ଉତ୍‌କ୍ଷେପଣ କରିବା ପରେ ଏପର୍ଯ୍ୟନ୍ତ ୧୨୦ରୁ ଅଧିକ ନିଜର ଉପଗ୍ରହକୁ ଅନ୍ତରୀକ୍ଷକୁ ପଠାଇଛି। ଏହା ୨୦୦୮ ମସିହାରେ ‘ଚନ୍ଦ୍ରୟାନ-୧’ ଅଭିଯାନରେ ଚନ୍ଦ୍ରରେ ଜଳର ସନ୍ଧାନ ପାଇଥିଲା। ଏହା ୨୦୧୪ ମସିହାରେ ସଫଳ ଭାବରେ ମଙ୍ଗଳ ଗ୍ରହକୁ ମଙ୍ଗଳଯାନ ପଠାଇଥିଲା ଏବଂ ପ୍ରଥମ ଚେଷ୍ଟାରେ ଏଥିରେ ସଫଳ ହେବାରେ ପ୍ରଥମ ଦେଶର ଗୌରବ ନେଇଥିଲା। ଚଳିତ ବର୍ଷ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ‘ଚନ୍ଦ୍ରୟାନ-୩’ର ଲ୍ୟାଣ୍ଡରକୁ ସୁରକ୍ଷିତ ଭାବରେ ଅବତରଣ କରି ଅନ୍ୟ ଏକ କୀର୍ତ୍ତି ଅର୍ଜନ କରିଛି। ଏହାପରେ ଚଳିତ ବର୍ଷ ସେପ୍ଟେମ୍ବର ୨ ତାରିଖରେ ସୂର୍ଯ୍ୟ ଅଭିମୁଖେ ‘ଆଦିତ୍ୟ ଏଲ୍‌-୧’ ଯାନକୁ ଉତ୍‌କ୍ଷେପଣ କରିଛି। ଏହିସବୁ ସଫଳତା ପରେ ଇସ୍ରୋ ଭବିଷ୍ୟତ ପାଇଁ କେତୋଟି ଆକର୍ଷଣୀୟ ମହାକାଶ ଅଭିଯାନର ଯୋଜନା କରିଛି।
ମହାକାଶକୁ ଭାରତୀୟ ମହାକାଶଚାରୀଙ୍କୁ ପ୍ରେରଣ
ଆଜି ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ ଓ ଚାଇନା ନିଜ ଯାନରେ ମହାକାଶଚାରୀଙ୍କୁ ମହାକାଶକୁ ପଠାଇଛନ୍ତି। ଇସ୍ରୋ ୨୦୨୫ ମସିହାରେ ତିନି ଜଣ ମହାକାଶଚାରୀଙ୍କୁ ନିଜସ୍ବ ‘ଗଗନଯାନ’ରେ ମହାକାଶକୁ ପଠାଇବ। ସେମାନେ ପୃ୍‌ଥିବୀଠାରୁ ୪୦୦ କିମି ଉଚ୍ଚରେ ପୃଥିବୀକୁ ପରିକ୍ରମଣ କରି ତିନି ଦିନ ପରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ। ଏହି ଗଗନଯାନର ଓଜନ ୩.୭ ଟନ୍‌ ହେବ। ଏଥିରେ ଦୁଇଟି କୋଠରି ଅଛି। ଗୋଟିଏ ହେଉଛି ମହାକାଶଚାରୀ କୋଠରି ଏବଂ ଅନ୍ୟଟି ସେବା କୋଠରି, ଯେଉଁଠି ଯାନର ଯନ୍ତ୍ରପାତି ଏବଂ ନିୟନ୍ତ୍ରଣ ବ୍ୟବସ୍ଥା ରହିବ। କୌଣସି ପ୍ରକାର ଅଘଟଣ ହେଲେ ମହାକାଶରୁ ମହାକାଶଚାରୀମାନଙ୍କୁ ନିରାପଦରେ ଭୂପୃଷ୍ଠକୁ ଫେରାଇ ଆଣିବା ପାଇଁ ଜରୁରିକାଳୀନ ବ୍ୟବସ୍ଥା ଅଛି।
ମହାକାଶଚାରୀମାନେ ମହାକାଶକୁ ଯିବା ପୂର୍ବରୁ ଇସ୍ରୋ କେତୋଟି ମାନବବିହୀନ ଯାନ ପଠାଇ ପରୀକ୍ଷା କରିବ। ଏହା ଏହି ବର୍ଷ ଅକ୍ଟୋବର ୨୧ ତାରିଖରେ ଏହାର ପ୍ରଥମ ପରୀକ୍ଷଣ ଉଡ଼ାଣ କରିଛି। ଏକ ପର୍ଯ୍ୟାୟବିଶିଷ୍ଟ ତରଳ ଇନ୍ଧନ ରକେଟରେ ମହାକାଶଚାରୀ ମଡ୍ୟୁଲ ଓ ମହକାଶଚାରୀଙ୍କ ଜରୁରିକାଳୀନ ପ୍ରତ୍ୟାବର୍ତ୍ତନ ବ୍ୟବସ୍ଥାକୁ ଭୂପୃଷ୍ଠରୁ ୧୬ କିମି ଉଚ୍ଚକୁ ପଠାଯାଇ ଏହାକୁ ଫେରାଇ ଅଣାଯାଇ ବଙ୍ଗୋପସାଗରରେ ପକାଯାଇଛି ଏବଂ ସେଠାରୁ ନୌବାହିନୀ ଜାହାଜ ଏହାକୁ ଉଦ୍ଧାର କରିଛି। ଏହାପରେ ଆଉ କେତୋଟି ପରୀକ୍ଷଣ ପରେ ଦ୍ୱିତୀୟ ପର୍ଯ୍ୟାୟରେ ‘ବ୍ୟୋମମିତ୍ର’ ନାମକ ଗୋଟିଏ ରୋବୋଟ ପଠାଇ ପରୀକ୍ଷା କରାଯିବ।
ଶୁକ୍ର ଅଭିଯାନ
ଶୁକ୍ର ହେଉଛି ଆମର ଅନ୍ୟତମ ପଡ଼ୋଶୀ ଗ୍ରହ। ଏହାର ପୃଷ୍ଠ ଓ ବାୟୁମଣ୍ଡଳକୁ ଅଧ୍ୟୟନ କରିବା ପାଇଁ ଇସ୍ରୋ ସେଠାକୁ ‘ଶୁକ୍ରଯାନ-୧’ ପଠାଇବା ପାଇଁ ଯୋଜନା କରିଛି। ଏଥିରେ ଯୋଗଦେବା ପାଇଁ ଫ୍ରାନ୍‌ସ ଅନୁରୋଧ କରିଛି। ଫ୍ରାନ୍ସର ଗୋଟିଏ ଯନ୍ତ୍ର ଏଥିରେ ଖଞ୍ଜାଯିବ। ‘ଶୁକ୍ରଯାନ-୧’ ଶୁକ୍ର କକ୍ଷରେ ପରିକ୍ରମଣ କରି ଚିତ୍ର ଉତ୍ତୋଳନ କରିବ।
ମଙ୍ଗଳଯାନ-୨
୨୦୧୪ ମସିହାରେ ‘ମଙ୍ଗଳଯାନ-୧’ର ସଫଳତା ପରେ ଇସ୍ରୋ ୨୦୨୪ ମସିହାରେ ‘ମଙ୍ଗଳଯାନ-୨’ ଉତ୍‌କ୍ଷେପଣ ପାଇଁ ଯୋଜନା କରିଛି। ମଙ୍ଗଳପୃଷ୍ଠର ମୃତ୍ତିକାକୁ ପରୀକ୍ଷା କରିବା ପାଇଁ ଏଥିରେ ଉଚ୍ଚ-ବିଭେଦନର କ୍ୟାମେରା ଖଞ୍ଜାଯିବ।
ମହାକାଶ କେନ୍ଦ୍ର
ମହାକାଶରେ ଅବସ୍ଥାପିତ ହୋଇଥିବା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ମହାକାଶଚାରୀମାନେ ଅନବରତ ରହି ଗବେଷଣା କରୁଛନ୍ତି। ଆମେରିକା, ୟୁରୋପ, ରୁଷିଆ, ଜାପାନ ଓ କାନାଡାର ମହାକାଶ ସଂସ୍ଥାଗୁଡିକ ମିଳତ ଭାବେ ଏହାକୁ ନିର୍ମାଣ କରିଛନ୍ତି। ଚାଇନା ମଧ୍ୟ ମହାକାଶରେ ନିଜର ଗୋଟିଏ ମହାକାଶ କେନ୍ଦ୍ର ନିର୍ମାଣ କରି ନିଜର ମହାକାଶଚାରୀମାନଙ୍କୁ ସେଠାକୁ ପଠାଇଛି। ଇସ୍ରୋ ନିଜର ଗୋଟିଏ ମହାକାଶ କେନ୍ଦ୍ର ନିର୍ମାଣ ପାଇଁ ଯୋଜନା କରିଛି। ଏହି ବର୍ଷ ଅକ୍ଟୋବର ୨୫ ତାରିଖରେ ଇସ୍ରୋର ଅଭିଯାନ ସମ୍ବନ୍ଧରେ ସମୀକ୍ଷା କରୁଥିବା ବେଳେ ୨୦୩୫ ମସିହା ସୁଦ୍ଧା ନିଜର ମହାକାଶ କେନ୍ଦ୍ର ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଚନ୍ଦ୍ରପୃଷ୍ଠରେ ଭାରତୀୟ
ଭାରତ ସଫଳ ଭାବେ ଚନ୍ଦ୍ରପୃଷ୍ଠରେ ନିଜର ଯାନ ଅବତରଣ କରିଛି। ଏହା ପର ପଦକ୍ଷେପ ହେଉଛି ଚନ୍ଦ୍ରପୃଷ୍ଠକୁ ଭାରତୀୟ ମହାକାଶଚାରୀଙ୍କୁ ପଠାଇବା। ଏଥିଲାଗି ଆମ ଦେଶର ପ୍ରଧାନମନ୍ତ୍ରୀ ସମୟ ନିର୍ଘଣ୍ଟ ସ୍ଥିର କରି ସାରିଛନ୍ତି। ୨୦୪୦ ମସିହା ସୁଦ୍ଧା ଚନ୍ଦ୍ରକୁ ଭାରତୀୟ ମହାକାଶଚାରୀଙ୍କୁ ପଠାଇବା ପାଇଁ ସେ ଗତ ମାସରେ ଇସ୍ରୋକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଯୁକ୍ତରାଷ୍ଟ୍ର ଆମେରିକାର ଚନ୍ଦ୍ର ଅଭିଯାନ କଥା ମନେପଡ଼େ। ଚନ୍ଦ୍ର ଅଭିଯାନ ପାଇଁ ରୁଷିଆ ଓ ଆମେରିକା ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ ୧୯୬୧ ମସିହାରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜନ୍‌ ଏଫ୍‌. କେନେଡି ଆମେରିକା କଂଗ୍ରେସକୁ ନିଜ ଭାଷଣରେ ପ୍ରକାଶ କରିଥିଲେ ଯେ, ଏହି ଦଶନ୍ଧି ଶେଷ ପୂର୍ବରୁ ଆମେ ଜଣେ ମନୁଷ୍ୟକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବୁ ଏବଂ ତାକୁ ନିରାପଦରେ ପୃଥିବୀକୁ ଫେରାଇ ଆଣିବୁ। ଫଳସ୍ବରୂପ ‘ନାସା’ ଅଦମ୍ୟ ଚେଷ୍ଟାକରି ରାଷ୍ଟ୍ରପତିଙ୍କ ବାକ୍ୟକୁ ରକ୍ଷାକରି ୧୯୬୯ ମସିହା ଜୁଲାଇ ୨୦ ତାରିଖରେ ଦୁଇଜଣ ଆମେରିକୀୟଙ୍କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇ ନିରାପଦରେ ଫେରାଇ ଆଣିଥିଲା। ଆଶା କରାଯାଏ ‘ଇସ୍ରୋ’ ସେହିପରି ଆମ ପ୍ରଧାନମନ୍ତ୍ରୀଙ୍କ ବାକ୍ୟକୁ ରକ୍ଷା କରିବ।

ଇଂ. ମାୟାଧର ସ୍ବାଇଁ
-୭୦,ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri