Categories: ଜାତୀୟ

୪ ରାଷ୍ଟ୍ରର ଉପଗ୍ରହ ମହାକାଶକୁ ପଠାଇବ ଇସ୍ରୋ

ନୂଆଦିଲ୍ଲୀ,୧୭ା୧୨: ଭାରତର ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଚାରିଟି ରାଷ୍ଟ୍ରର ଉପଗ୍ରହ ମହାକାଶକୁ ପଠାଇବା ନିମନ୍ତେ ରାଜିନାମା ସ୍ବାକ୍ଷର କରିଛି। ୨୦୨୧-୨୩ରେ ଏହି ଉପଗ୍ରହଗୁଡିକୁ ଇସ୍ରୋ ନିଜ ରକେଟ ସାହାଯ୍ୟରେ ମହାକାଶକୁ ପଠାଇବ। ଇସ୍ରୋର ବ୍ୟବସାୟିକ ଶାଖା ନିୟୁ ସ୍ପେଶ ଇଣ୍ଡିଆ ଲିମିଟେଡ୍‌ ଭାରତର ମୁଖ୍ୟ ରକେଟ ପିଏସ୍‌ଏଲଭି ସହାୟତାରେ ବିଦେଶୀ ଉପଗ୍ରହଗୁଡିକୁ ମହାକାଶକୁ ନେଇ ସେଗୁଡିକର କକ୍ଷ ପଥରେ ଅବସ୍ଥାପିତ କରିବ ବୋଲି କେନ୍ଦ୍ର ମହାକାଶ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି।

ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂ ସୂଚନା ଦେଇଛନ୍ତି ଯେ, ବ୍ୟବସାୟିକ ଭିତ୍ତିରେ ଏହି ବିଦେଶୀ ଉପଗ୍ରହ ଉତ୍‌କ୍ଷେପଣ ଦ୍ୱାରା ପ୍ରାୟ ୧୩୨ ନିୟୁତ ୟୁରୋ ରୋଜଗାର ହେବ।

୧୯୯୯ରୁ ଇତିମଧ୍ୟରେ ପିଏସ୍‌ଏଲ୍‌ଭି ସହାୟତାରେ ୩୪ଟି ରାଷ୍ଟ୍ରର ମୋଟ ୩୪୨ଟି ବିଦେଶୀ ଉପଗ୍ରହକୁ ମହାକାଶକୁ ବ୍ୟବସାୟିକ ଭିତ୍ତିରେ ପଠାଯାଇଛି। ଏହି ପ୍ରକ୍ରିୟାରୁ ୨୦୧୯ରୁ ୨୦୨୧ ମଧ୍ୟରେ ଭାରତକୁ ପ୍ରାୟ ୩୫ ନିୟୁତ ଡଲାର ଏବଂ ୧୦ ନିୟୁତ ୟୁରୋ ମିଳିସାରିଛି। ଏହି ଉପଗ୍ରହଗୁଡିକ ମୁଖ୍ୟତଃ ଭୂପୃଷ୍ଠ ନିରୀକ୍ଷଣ, ବୈଜ୍ଞାନିକ ଏବଂ ପ୍ରଯୁକ୍ତି ପ୍ରଦର୍ଶନ ଉଦ୍ଦେଶ୍ୟରେ ପଠାଯାଉଥିବା ମନ୍ତ୍ରୀ କହିଛନ୍ତି।

Share