Categories: ଜାତୀୟ

ଗଗନୟାନ ରକେଟ ବୁଷ୍ଟରର ସଫଳ ପରୀକ୍ଷା

ଚେନ୍ନାଇ,୧୩।୫: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ପ୍ରଥମ ମାନବ ପ୍ରେରଣ ମିଶନ ଗଗନୟାନକୁ ଶୁକ୍ରବାର ଆଉ ଏକ ସଫଳତା ମିଳିଛି। ଏହାର କଠିନ ଇନ୍ଧନଚାଳିତ ରକେଟ ବୁଷ୍ଟର ଇଞ୍ଜିନ୍‌କୁ ସଫଳତାର ସହ ପରୀକ୍ଷା କରାଯାଇଛି। ବୁଷ୍ଟର ଇଞ୍ଜିନ୍‌ ଜିଓସିନ୍‌କ୍ରୋନସ୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେହିକିଲ୍‌ ଏମ୍‌କେ୩ ରକେଟର ଅଂଶବିଶେଷ। ଏହି ରକେଟ ଭାରତୀୟ ମହାକାଶଚାରୀଙ୍କୁ ମହାକାଶକୁ ନେଇଯିବ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଏହି ପରୀକ୍ଷା କରାଯାଇଥିଲା।

Share