Categories: ଜାତୀୟ

ଚନ୍ଦ୍ରୟାନ-୩ର ଫଟୋ ଜାରି କଲା ଇସ୍ରୋ

ବେଙ୍ଗାଲୁରୁ,୨୫।୪: ପ୍ରଥମ ଥର ଇଣ୍ଡିଆନ ସ୍ପେସ୍‌ ରିସର୍ଚ ଅର୍ଗାନାଇଜେସନ୍‌ (ଇସ୍ରୋ) ଚନ୍ଦ୍ରୟାନ-୩ ମିଶନର ପ୍ରଥମ ଫୋଟ ସୋସିଆଲ ମିଡିଆରେ ଶେୟାର କରିଛି। ଚନ୍ଦ୍ରୟାନ-୩ ମିଶନ ଚଳିତ ବର୍ଷ ଅଗଷ୍ଟରେ ଲଞ୍ଚ ହେବାକୁଥିବା ବେଳେ ଏହାର ସଂଚାଳକ ଶକ୍ତି ପରୀକ୍ଷଣ ଜାରିଥିବା ଇସ୍ରୋ ମୁଖ୍ୟ ଏସ୍‌. ସୋମନାଥ କହିଛନ୍ତି। ଏହି ମୁନ୍‌ ମିଶନର ଡକ୍ୟୁମେଣ୍ଟାରି ଟାଇଟଲ ‘ସ୍ପେସ୍‌ ଅନ୍‌ ହ୍ବିିଲ୍ସ’ରଖାଯାଇଛି। ୨୦୨୦ରେ ଚନ୍ଦ୍ରୟାନ-୩ ଲଞ୍ଚ ହେବା ନେଇ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ କରୋନା ମାହାମାରୀ କାରଣରୁ ଏଥିରେ ବିଳମ୍ବ ହୋଇଥିଲା। ୨୦୧୯ ଜୁଲାଇ ୨୨ରେ ଚନ୍ଦ୍ରୟାନ-୨ ଲଞ୍ଚ କରାଯାଇଥିଲା।

Share