Posted inଜାତୀୟ

ମହାକୁମ୍ଭ ମେଳାର ସାଟେଲାଇଟ ଫଟୋ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ, ୨୨ା୧: ପ୍ରତି ୧୨ ବର୍ଷରେ ଥରେ ଆୟୋଜନ ହେଉଥିବା ବିଶ୍ୱର ସବୁଠୁ ବଡ଼ ଧାର୍ମିକ ସମାରୋହ ମହାକୁମ୍ଭ ମେଳା ଗତ ୧୩ ତାରିଖରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି। ତେବେ ଉନ୍ନତ ଜ୍ଞାନ କୌଶଳର ବ୍ୟବହାର କରି ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ର ଏକ ରାଡାର ଇମେଜିଂ ସାଟେଲାଇଟ୍‌ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାର ଫଟୋ ପଠାଇଛି।

ହାଇଦ୍ରାବାଦରେ ଥିବା ଇସ୍ରୋର ଜାତୀୟ ରିମୋର୍ଟ ସେନ୍ସିଂ ସେଣ୍ଟର (ଏନ୍‌ଆର୍‌ଏସ୍‌ସି) ପକ୍ଷରୁ ‘ରାଡାରସେଟ-ରିସାଟ ୧ଏ’ ଦ୍ୱାରା ମହାକାଶରୁ ନିଆଯାଇଥିବା ୨ଟି ସାଟେଲାଇଟ୍‌ ଫଟୋକୁ ବୁଧବାର ଜାରି କରାଯାଇଛି। ଉନ୍ନତ ଜ୍ଞାନ କୌଶଳରେ ନିର୍ମିତ ରାଡାରସେଟ୍‌ ଦ୍ୱାରା ବାଦଲ ମଧ୍ୟରେ ମଧ୍ୟ ବିଭିନ୍ନ ସ୍ଥାନର ସାଟେଲାଇଟ୍‌ ଫଟୋ ନିଆଯାଇପାରୁଥିବା ଏନ୍‌ଆର୍‌ଏସ୍‌ସିର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚୌହାନ କହିଛନ୍ତି।

ଏନ୍‌ଆର୍‌ଏସ୍‌ସି ପକ୍ଷରୁ ଜାରି ସାଟେଲାଇଟ୍‌ ଚିତ୍ରରେ ମହାକୁମ୍ଭରେ ନିର୍ମିତ ଅସ୍ଥାୟୀ ଟେଣ୍ଟ ସିଟି, ନଦୀ ଉପରେ ନିର୍ମିତ ପାଣ୍ଟୁନ ବ୍ରିଜ୍‌ ଓ ସଙ୍ଗମ ଆଦି ଦୃଶ୍ୟମାନ ହେଉଛି। ସେହିପରି ମେଳାରେ ନିର୍ମିତ ବିଶାଳ ଢାଞ୍ଚାକୁ ମଧ୍ୟ ଏହି ଫଟୋରେ ଦେଖିବାକୁ ମିଳିଛି। ସାଟେଲାଇଟ୍‌ ଚିତ୍ରରେ ପ୍ରୟାଗରାଜର ପରେଡ ଗ୍ରାଉଣ୍ଡ ସହ ନୂତନ ଶିବାଳୟ ପାର୍କର ନିର୍ମାଣ କାର୍ଯ୍ୟ ମଧ୍ୟ ସ୍ଥାନ ପାଇଛି।

ଏନ୍‌ଆର୍‌ଏସ୍‌ସି ପକ୍ଷରୁ ଶେୟାର କରାଯାଇଥିବା ଗୋଟିଏ ଫଟୋ ୨୦୨୩ ସେପ୍ଟେମ୍ବର ୧୫ (ମହାକୁମ୍ଭମେଳା ଆୟୋଜନ ପୂର୍ବର) ହୋଇଥିବା ବେଳେ ଅନ୍ୟ ଫଟୋଟି ୨୦୨୪ ଡିସେମ୍ବର ୨୯ର (ମହାକୁମ୍ଭର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ସମୟରେ) ରହିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ବିଭିନ୍ନ ନୂତନ ଜ୍ଞାନ କୌଶଳ ଦ୍ୱାରା ଇସ୍ରୋ ପକ୍ଷରୁ ଜାରି ହେଉଥିବା

ସାଟେଲାଇଟ୍‌ ଫଟୋଗୁଡ଼ିକର ସହାୟତାରେ ମହାକୁମ୍ଭ ମେଳାର ପରିଚାଳନା ସମେତ ବିପର୍ଯ୍ୟୟ ଓ ଦଳାଚକଟାକୁ ରୋକିବା ଦିଗରେ ସ୍ଥାନୀୟ ପ୍ରଶାସନକୁ ସହାୟତା ମିଳୁଛି। ପ୍ରକାଶ ଯେ, ୪୫ ଦିନ ଧରି ଜାରି ରହିବାକୁ ଥିବା ମହାକୁମ୍ଭ ମେଳା ଆସନ୍ତା ଫେବୃଆରୀ ୨୬ରେ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତର ହୁଙ୍କାର: ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା

ନଭି ମୁମ୍ବାଇ,୪ା୨: ଟି୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ନିଜର ଶେଷ ପ୍ରସ୍ତୁତି ଶେଷ କରିଛି। ନଭି ମୁମ୍ବାଇର ଡି.ୱାଇ ପାଟିଲ ସ୍ପୋର୍ଟସ…

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୧୯ ବର୍ଷରୁ କମ ବିଶ୍ବକପ୍‌: ଦଶମ ଥର ଫାଇନାଲରେ ଭାରତ, ଜାଣନ୍ତୁ କେଉଁଠି ଦେଖିବେ

ନୂଆଦିଲ୍ଲୀ,୪ା୨: ଆଇସିସି ୧୯ ବର୍ଷରୁ କମ ବିଶ୍ବକପ୍‌ରେ ଭାରତର ଦବଦବା ଜାରି ରହିଛି। ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ଦଳ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ…

ଲୋକସଭାରେ ପ୍ରବଳ ହଟ୍ଟଗୋଳ: ପ୍ରଧାନମନ୍ତ୍ରୀଙ୍କ ଆସନ ଘେରିଗଲେ ମହିଳା ଏମପି

ନୂଆଦିଲ୍ଲୀ,୪ା୨: ବୁଧବାର ଲୋକସଭାରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବିରୋଧ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିପାରିନାହାନ୍ତି ପ୍ରଧାନମନ୍ତ୍ରୀ…

ମଝି ଆକାଶରେ ବିମାନର ଇଞ୍ଜିନର ଲାଗିଲା ନିଆଁ, କୋଲକାତାରେ….

କୋଲକାତା,୪ା୨: ପଶ୍ଚିମବଙ୍ଗର କୋଲକାତା ବିମାନବନ୍ଦରରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି । ବିମାନଟି କାଠମାଣ୍ଡୁରୁ ଇସ୍ତାନବୁଲ ଅଭିମୁଖେ ଯାତ୍ରା କରୁଥିଲା। ତୁର୍କୀସ୍ ଏୟାରଲାଇନ୍ସର…

ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ଅନଲାଇନ କୋଚିଂ: SC, OBC ଆଦି ବର୍ଗଙ୍କୁ ମିଳିବ ସୁବିଧା

ନୂଆଦିଲ୍ଲୀ,୪ା୨: ଦେଶର ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କୁ ମାଗଣା ଅନଲାଇନ କୋଚିଂ ଦେବେ ସରକାର। ଅନୁସୂଚିତ ଜାତି, ପଛୁଆ ବର୍ଗ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ମେଧାବୀଙ୍କୁ ଶିକ୍ଷା…

ବଦଳିବ ସାତକୋଶିଆର କାୟାକଳ୍ପ: ୧୦୦ କୋଟି ବ୍ୟୟରେ ସଜେଇ ହେବ ଅଭୟାରଣ୍ୟ

ଭୁବନେଶ୍ୱର,୪ା୨: ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ୱସ୍ତରୀୟ ଇକୋ-ଟୁରିଜିମ୍ ହବ୍‌। ଏଥିପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri