Categories: ଜାତୀୟ

ଚନ୍ଦ୍ରୟାନ-୩ ଅଭିଯାନର ସଫଳତା ପାଇଁ ମନ୍ଦିରରେ ପହଞ୍ଚିଲେ ଇସ୍ରୋ

ଶ୍ରୀହରିକୋଟା,୧୪।୭: ଚନ୍ଦ୍ରୟାନ-୩ ଅଭିଯାନର ସଫଳତା ପାଇଁ ଚନ୍ଦ୍ରୟାନ-୩ର ରିସର୍ଚ୍ଚ ଟିମ୍‌, ନ୍ୟାଶନାଲ ଆଟ୍‌ମୋସ୍ପିଅରିକ୍‌ ରିସର୍ଚ୍ଚ ଲାବୋରେଟରି (ଏନ୍‌ଏଆର୍‌ଏଲ୍‌) ନିର୍ଦ୍ଦେଶକ ଅମିତ କୁମାର ପାତ୍ର, ଚନ୍ଦ୍ରୟାନ-୩ର ପ୍ରୋଜେକ୍ଟ ଡିରେକ୍ଟର ଭୀରମୁଥୁ ଭେଲ୍‌ ଏବଂ ଇସ୍ରୋର ସାଇଣ୍ଟିଫିକ୍‌ ସେକ୍ରେଟାରି ଆନ୍ଧ୍ରପ୍ରଦେଶର ତିରୁପତି ଭେଙ୍କଟଚାଲାପଥି ମନ୍ଦିର ଦର୍ଶନ କରିଛନ୍ତି। ଚନ୍ଦ୍ରପୃଷ୍ଠର ସୂର୍ଯ୍ୟଉଦୟ ସମୟକୁ ଲକ୍ଷ୍ୟ କରି ଚନ୍ଦ୍ରୟାନ-୩ର ଉତ୍‌କ୍ଷେପଣ ସମୟ ନିର୍ଦ୍ଧାରଣ କରାଯାଇଛି। ୬୧୫ କୋଟି ଟଙ୍କାରେ ନିର୍ମିତ ମୁନ୍‌ ମିଶନ ଚନ୍ଦ୍ରୟାନ-୩ ଲଞ୍ଚ ସଫଳ ହେଲେ ଏୟାରକ୍ରାଫ୍ଟ ଅଗଷ୍ଟ ୨୩ରେ ଚନ୍ଦ୍ରରେ ଅବତରଣ କରିବ ବୋଲି ଇସ୍ରୋ ନିର୍ଦ୍ଦେଶକ ଏସ୍‌. ସୋମନାଥ କହିଛନ୍ତି। ପୂଜା କରିବା ପରେ ସୋମନାଥ କହିଥିଲେ, ମୋତେ ଚେଙ୍ଗଲାମା ଦେବୀଙ୍କ ଆଶୀର୍ବାଦ ଦରକାର। ଏହି ମିଶନର ସଫଳତା ପାଇଁ ମୁଁ ପ୍ରାର୍ଥନା କରିବାକୁ ଏବଂ ତାଙ୍କ ଆଶୀର୍ବାଦ ପାଇବାକୁ ଆସିଛି।

Share