Categories: ଜାତୀୟ

ଇସ୍ରୋ ଅଧ୍ୟକ୍ଷଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ,୨୨।୪: ଇସ୍ରୋ ଅଧ୍ୟକ୍ଷ ଏସ୍‌. ସୋମନାଥ ଏବଂ ମହାରାଷ୍ଟ୍ର ଏମ୍‌ପି ନବନୀତ ରାଣାଙ୍କୁ କେନ୍ଦ୍ର ସରକାର ଭିଆଇପି ସୁରକ୍ଷା ଯୋଗାଇ ଦେଇଛନ୍ତି। ସେମାନଙ୍କ ପ୍ରତି ବିପଦ ଥିବାରୁ କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥାର ସୁପାରିସ୍‌ କ୍ରମେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ଅମରାବତୀ ଆସନରୁ ଲୋକ ସଭା ସଦସ୍ୟ ଥିବା ନବନୀତ ରାଣାଙ୍କୁ ଓ୍ବାଇ ଏବଂ ଇସ୍ରୋ ଅଧ୍ୟକ୍ଷଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା ମିଳିଥିବାରୁ ସଶସ୍ତ୍ର ଅର୍ଦ୍ଧସାମରିକ କମାଣ୍ଡୋ ସେମାନଙ୍କୁ ୨୪ ଘଣ୍ଟା ଜଗି ରହିବେ ବୋଲି ସୂଚନା ରହିଛି।

Share