Posted inଜାତୀୟ

ଇତିହାସ ରଚିଲା ଇସ୍ରୋ: ସଫଳତାର ସହ ୧୦୦ତମ ଉତକ୍ଷେପଣ

ଶ୍ରୀହରିକୋଟା,୨୯।୧ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ଆଜି ଇତିହାସ ସୃଷ୍ଟି କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ ଏହାର ୧୦୦ତମ ମିଶନ ଆରମ୍ଭ କରିଛି। ଇସ୍ରୋ ସଫଳତାର ସହ GSLV-F15/NVS-02 ରକେଟ ମହାକାଶକୁ ପଠାଇଛି। ଏହି ମିଶନର ଶୁଭାରମ୍ଭ ପରେ, ଭାରତ ମହାକାଶ ନେଭିଗେସନରେ ନୂତନ ଶିଖରରେ ପହଞ୍ଚିଛି।
ଇସ୍ରୋ ଏକ୍ସରେ GSLV-F15 / NVS-02 ର ସଫଳ ଉତ୍‌କ୍ଷେପଣ ବିଷୟରେ ସୂଚନା ଦେଇଛି। ମିଶନ ସଫଳ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି।
କେନ୍ଦ୍ର ମହାକାଶ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଇସ୍ରୋକୁ ଏହାର ୧୦୦ତମ ମିଶନ ପୂରଣ କରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣର ଐତିହାସିକ ସଫଳତା ହାସଲ କରିବା ପାଇଁ ଇସ୍ରେକୁ ଅଭିନନ୍ଦନ। ରେକର୍ଡ ସଫଳତାର ଏହି ଐତିହାସିକ ମୁହୂର୍ତ୍ତରେ ମହାକାଶ ବିଭାଗ ସହିତ ଜଡିତ ହେବା ଏକ ସୌଭାଗ୍ୟର କଥା। ଇସ୍ରୋ ଦଳ, ଆପଣମାନେ ସଫଳତାର ସହ GSLV-F15 / NVS-02 ଉତକ୍ଷେପଣ କରିଛନ୍ତି।
ଏହି ଅବସରରେ ଜିତେନ୍ଦ୍ର ସିଂହ ବୈଜ୍ଞାନିକ ବିକ୍ରମ ସାରାଭାଇ ଏବଂ ସତୀଶ ଧାୱନଙ୍କୁ ମଧ୍ୟ ମନେ ପକାଇଥିଲେ। ସେ କହିଥିଲେ ଯେ ଏହି ଲୋକମାନଙ୍କ ଦ୍ୱାରା କରାଯାଇଥିବା ଆରମ୍ଭ ପରେ ଏହା ଏକ ଆଶ୍ଚର୍ଯ୍ୟଜନକ ଯାତ୍ରା ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟ ଏଥିରେ ବଡ଼ ଅବଦାନ ରହିଛି।
GSLV-F15 ଉପଗ୍ରହ NVS-02କୁ ଜିଓସିଙ୍କ୍ରୋନାସ ଟ୍ରାନ୍ସଫର କକ୍ଷପଥରେ ସ୍ଥାପନ କରିବ। ଏହା ଭାରତରେ GPS ଭଳି ନାଭିଗେସନ ସୁବିଧାକୁ ବୃଦ୍ଧି କରିବା ପାଇଁ ଡିଜାଇନ କରାଯାଇଥିବା ସାଟେଲାଇଟ ନାଭିଗେସନ ସିଷ୍ଟମ (SNS)ର ଏକ ଅଂଶ। ଏହା କାଶ୍ମୀରରୁ କନ୍ୟାକୁମାରୀ ଏବଂ ଗୁଜରାଟରୁ ଅରୁଣାଚଳ ପର୍ଯ୍ୟନ୍ତ ଅଞ୍ଚଳକୁ କଭର କରିବ। ଏହା କେବଳ ସଡ଼କ ଯାତ୍ରା ପାଇଁ ନୁହେଁ ବରଂ ବିମାନ ଏବଂ ସମୁଦ୍ର ଯାତ୍ରା ପାଇଁ ମଧ୍ୟ ନୌଚାଳନରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?