Posted inଜାତୀୟ

ଇତିହାସ ରଚିଲା ଇସ୍ରୋ: ସଫଳତାର ସହ ୧୦୦ତମ ଉତକ୍ଷେପଣ

ଶ୍ରୀହରିକୋଟା,୨୯।୧ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ଆଜି ଇତିହାସ ସୃଷ୍ଟି କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ ଏହାର ୧୦୦ତମ ମିଶନ ଆରମ୍ଭ କରିଛି। ଇସ୍ରୋ ସଫଳତାର ସହ GSLV-F15/NVS-02 ରକେଟ ମହାକାଶକୁ ପଠାଇଛି। ଏହି ମିଶନର ଶୁଭାରମ୍ଭ ପରେ, ଭାରତ ମହାକାଶ ନେଭିଗେସନରେ ନୂତନ ଶିଖରରେ ପହଞ୍ଚିଛି।
ଇସ୍ରୋ ଏକ୍ସରେ GSLV-F15 / NVS-02 ର ସଫଳ ଉତ୍‌କ୍ଷେପଣ ବିଷୟରେ ସୂଚନା ଦେଇଛି। ମିଶନ ସଫଳ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି।
କେନ୍ଦ୍ର ମହାକାଶ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଇସ୍ରୋକୁ ଏହାର ୧୦୦ତମ ମିଶନ ପୂରଣ କରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣର ଐତିହାସିକ ସଫଳତା ହାସଲ କରିବା ପାଇଁ ଇସ୍ରେକୁ ଅଭିନନ୍ଦନ। ରେକର୍ଡ ସଫଳତାର ଏହି ଐତିହାସିକ ମୁହୂର୍ତ୍ତରେ ମହାକାଶ ବିଭାଗ ସହିତ ଜଡିତ ହେବା ଏକ ସୌଭାଗ୍ୟର କଥା। ଇସ୍ରୋ ଦଳ, ଆପଣମାନେ ସଫଳତାର ସହ GSLV-F15 / NVS-02 ଉତକ୍ଷେପଣ କରିଛନ୍ତି।
ଏହି ଅବସରରେ ଜିତେନ୍ଦ୍ର ସିଂହ ବୈଜ୍ଞାନିକ ବିକ୍ରମ ସାରାଭାଇ ଏବଂ ସତୀଶ ଧାୱନଙ୍କୁ ମଧ୍ୟ ମନେ ପକାଇଥିଲେ। ସେ କହିଥିଲେ ଯେ ଏହି ଲୋକମାନଙ୍କ ଦ୍ୱାରା କରାଯାଇଥିବା ଆରମ୍ଭ ପରେ ଏହା ଏକ ଆଶ୍ଚର୍ଯ୍ୟଜନକ ଯାତ୍ରା ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟ ଏଥିରେ ବଡ଼ ଅବଦାନ ରହିଛି।
GSLV-F15 ଉପଗ୍ରହ NVS-02କୁ ଜିଓସିଙ୍କ୍ରୋନାସ ଟ୍ରାନ୍ସଫର କକ୍ଷପଥରେ ସ୍ଥାପନ କରିବ। ଏହା ଭାରତରେ GPS ଭଳି ନାଭିଗେସନ ସୁବିଧାକୁ ବୃଦ୍ଧି କରିବା ପାଇଁ ଡିଜାଇନ କରାଯାଇଥିବା ସାଟେଲାଇଟ ନାଭିଗେସନ ସିଷ୍ଟମ (SNS)ର ଏକ ଅଂଶ। ଏହା କାଶ୍ମୀରରୁ କନ୍ୟାକୁମାରୀ ଏବଂ ଗୁଜରାଟରୁ ଅରୁଣାଚଳ ପର୍ଯ୍ୟନ୍ତ ଅଞ୍ଚଳକୁ କଭର କରିବ। ଏହା କେବଳ ସଡ଼କ ଯାତ୍ରା ପାଇଁ ନୁହେଁ ବରଂ ବିମାନ ଏବଂ ସମୁଦ୍ର ଯାତ୍ରା ପାଇଁ ମଧ୍ୟ ନୌଚାଳନରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri