ଇସ୍ରାଏଲର ନୂଆ ଯୁଦ୍ଧ ଜାହାଜ ଦେଖି ଇରାନ ଛାନିଆ

ଜେରୁଜେଲମ,୩ା୧୨: ଇସ୍ରାଏଲକୁ ଏହାର ଆଧୁନିକ ଯୁଦ୍ଧ ଜାହାଜ ମିଳିଛି। ଏହା ଆସିବା ପରେ ଇରାନ ସବୁଠୁ ଭୟଭୀତ ଏବଂ ଚିନ୍ତାଗ୍ରସ୍ତ ହୋଇପଡ଼ିଛି। ଇସ୍ରାଏଲ ଏହି ଯୁଦ୍ଧ ଜାହାଜକୁ ଜର୍ମାନୀରୁ ମଗାଇଛି। ଏହି ଜାହାଜକୁ ଜର୍ମାନୀରେ ‘ସିଲ’୍ଡ କୁହାଯାଏ। ଏବେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ଇରାନର ସର୍ବୋଚ୍ଚ ଆଣବିକ ବୈଜ୍ଞାନିକଙ୍କ ହତ୍ୟା ପରେ ଇରାନ ଏବଂ ଇସ୍ରାଏଲରେ ବାତବାରଣ ସରଗରମ ରହିଛି। ଭୂମଧ୍ୟସାଗରର ତୈଳକୂପକୁ ନେଇ ଦୁଇ ଦେଶ ମଧ୍ୟରେ ଅନେକ ବିବାଦ ଲାଗିରହିଛି।


ଇସ୍ରାଏଲର ଏହି ଯୁଦ୍ଧ ଜାହାଜ ‘ ଦ ସାର୍‌ -୬ କର୍ଭେଟ୍‌’ ବର୍ଗର ଅଟେ। ଏହାକୁ ଇସ୍ରାଏଲର ହାଇଫା ବନ୍ଦରରେ ନିୟୋଜିତ କରାଯାଇଛି। ଆସନ୍ତାବର୍ଷ ଇସ୍ରାଏଲ ଜର୍ମାନୀରୁ ଆଉ ୩ଟି ଯୁଦ୍ଧ ଜାହାଜ ଆଣିବ। ଏହା ପରେ ଆଉ ୧୫ଟି ଯୁଦ୍ଧ ଜାହାଜ ମଧ୍ୟ ଆସିବ। ଇସ୍ରାଏଲ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଲୋହିତ ସାଗର ଏବଂ ଉପସାଗରରେ ଲଞ୍ଚ କରିବାରେ ସକ୍ଷମ ହେବ।
ଇସ୍ରାଏଲ ମଧ୍ୟ ତା’ର ତୈଳକୂପକୁ ସୁରକ୍ଷା ଦେବାକୁ ଚାହୁଁଛି। ତେଣୁ ଏହାର ତଦାରଖ ପାଇଁ ଏହି ଯୁଦ୍ଧଜାହାଜଗୁଡ଼ିକୁ ନିୟୋଜିତ କରିବ। କାରଣ ତୈଳକୂପଗୁଡ଼ିକ ଲେବାନନର ସାମୁଦ୍ରିକ ସୀମା ନିକଟରେ ରହିଛି। ଏଥିପାଇଁ ଇସ୍ରାଏଲ କୌଣସି ରିସ୍କ ନେବାକୁ ଚାହୁଁନାହିଁ।
ଅନ୍ୟପକ୍ଷରେ ଇସ୍ରାଏଲର ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି, ଇରାନ ଏହାକୁ ଦେଖି ଭୟଭୀତ ହୋଇଯାଇଛି। କାରଣ ଏହା ଯେ କୌଣସି ସମୟରେ ଆକ୍ରମଣ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri