କେଶ କାଟି ଫସିଲେ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ

ଜେରୁସେଲମ,୬।୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସ୍ତ୍ରୀ ସାରା ନେତାନ୍ୟାହୁ ଲକଡାଉନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ହେୟାର ଡ୍ରେସର୍‌କୁ ଡକାଇ ଡାକି ସେ କେଶ କାଟିଥିଲେ। ଏହାକୁ ନେଇ ବିରୋଧୀ ତାଙ୍କୁ କଡା ସମାଲୋଚନା କରିଛନ୍ତି। ଇସ୍ରାଏଲରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ସେଲୁନ ବନ୍ଦ ରହିଛି। ଅତ୍ୟାବଶ୍ୟକ କାର୍ଯ୍ୟ ବ୍ୟତୀତ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମସ୍ତ ନିୟମ ସାରା ଭାଙ୍ଗିଥିବା ଜଣାପଡିଛି। ସେପଟେ ସାମାଜିକ ସଚେତନାତା ସୃଷ୍ଟି ନିମନ୍ତେ ଏକ ଭିଡିଓ ଶୁଟିଂ ପାଇଁ ସେ ହେୟାର ଡ୍ରେସର୍‌କୁ ଡାକିଥିବା ସାରା ନେତାନ୍ୟାହୁ ସଫେଇ ଦେଇଛନ୍ତି। ପୂର୍ବରୁ ମଧ୍ୟ ସାରା ନେତାନ୍ୟାହୁଙ୍କୁ ତାଙ୍କର ଭବ୍ୟ ଜୀବନଶୈଳୀ ପାଇଁ ସମାଲୋଚନା କରାଯାଇଥିଲା। ଘରୋଇ କର୍ମଚାରୀଙ୍କ ପ୍ରତି ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ୨୦୧୬ରେ ଘରୋଇ କର୍ମଚାରୀଙ୍କ ଅପବ୍ୟବହାର କରିଥିବାରୁ ତାଙ୍କୁ ୪୨,୦୦୦ ଡଲାର୍‌ କ୍ଷତିପୂରଣ ଦେବାକୁ ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Share