୩୦ ନିର୍ବାଚନକୁ ପ୍ରଭାବିତ କରିଛି ଇସ୍ରାଏଲ୍‌ ସଂସ୍ଥା

ପ୍ୟାରିସ୍‌,୧୬ା୨(ଆଇଏଏନ୍‌ଏସ୍‌): ଇସ୍ରାଏଲ୍‌ର ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ବିକଶିତ ପେଗାସସ୍‌ ସ୍ପାଏଓ୍ବେର ଗୁପ୍ତଚରଗିରି ବିବାଦ ନ ଥମୁଣୁ ଏହି ଦେଶର କଣ୍ଟ୍ରାକ୍ଟରମାନଙ୍କ ଏକ ଟିମ୍‌ ବିଶ୍ୱର ୩୦ରୁ ଊର୍ଦ୍ଧ୍ୱ ନିର୍ବାଚନକୁ ପ୍ରଭାବିତ କରିଥିବା ଦାବି କରିଛି। ହ୍ୟାକିଂ, ଅନ୍ତର୍ଘାତୀ କାର୍ଯ୍ୟ ଓ ସୋସିଆଲ ମିଡିଆରେ ସ୍ବୟଂଚାଳିତ ମିଥ୍ୟା ସୂଚନା ପ୍ରସାର ଭଳି ଉପାୟ ଆପଣାଇ ଏହା କରାଯାଇଥିବା ବୁଧବାର ଏକ ନୂଆ ତଦନ୍ତରୁ ପ୍ରଘଟ ହୋଇଛି।

‘ଟିମ୍‌ ଜର୍ଜ’ ନାମକ ଏହି ଦଳ ଆପଣାଇଥିବା ଉପାୟ ଓ କୌଶଳଗୁଡ଼ିକ ବୃହତ୍‌ ଟେକ୍‌ ପ୍ଲାଟ୍‌ଫର୍ମଗୁଡ଼ିକ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପ୍ଲାଟ୍‌ଫର୍ମଗୁଡ଼ିକ ମିଥ୍ୟ ପ୍ରଚାର ବା ସୁରକ୍ଷା ଉଲ୍ଲଂଘନ ଏଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ଅନେକ ବର୍ଷ ଧରି କୁଚକ୍ରୀ ଗୋଷ୍ଠୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏଥିଲାଗି ସାରା ବିଶ୍ୱର ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ଅଧିକ ସତର୍କ ହେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଇସ୍ରାଏଲୀ ସ୍ପେଶାଲ ଫୋର୍ସରେ କାର୍ଯ୍ୟରତ ତାଲ୍‌ ହନାନ୍‌ ନାମକ ଜଣେ ୫୦ ବର୍ଷୀୟ ଅପରେଟିଭ୍‌ ଏହି ୟୁନିଟ୍‌କୁ ଚଳାଉଛନ୍ତି। ଏଥିରେ ସେ ନିଜକୁ ‘ଜର୍ଜ’ (ଛଦ୍ମନାମ) ଭାବେ ପରିଚୟ ଦେଉଛନ୍ତି। ଦୀର୍ଘ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଅନେକ ଦେଶର ନିର୍ବାଚନ ବେଳେ ସେ କାର୍ଯ୍ୟ କରିଆସିଥିବା ଦାବି କରିଛନ୍ତି। ମିଳିଥିବା ସୂଚନାନୁସାରେ ହନାନ୍‌ ଓ ତାଙ୍କ ୟୁନିଟ୍‌ ନିଜ ପାଇଁ ଗୁପ୍ତନାମ ‘ଟିମ୍‌ ଜର୍ଜ’ ବ୍ୟବହାର କରିଥାଆନ୍ତି। ତେବେ ହନାନ୍‌ କୌଣସି ଭୁଲ୍‌ କାର୍ଯ୍ୟରେ ନିୟୋଜିତ ଥିବା ବିଷୟକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଆଫ୍ରିକାର ଏକ ନିର୍ବାଚନରେ ତାଙ୍କ ସଂସ୍ଥା ଜଡ଼ିତ ଅଛି। ଗ୍ରୀସ୍‌ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ମଧ୍ୟ ତାଙ୍କ ଟିମ୍‌ ନିୟୋଜିତ। ଟିମ୍‌ ସଦସ୍ୟମାନେ ୩୩ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ ଥିବାବେଳେ ସେଥିରୁ ୨୭ଟିରେ ସଫଳତା ମିଳିଛି। ଏହାର ଦୁଇ-ତୃତୀୟାଂଶ ନିର୍ବାଚନୀ ପ୍ରଚାର କେବଳ ଆଫ୍ରିକାରେ କରାଯାଇଥିବା ଜର୍ଜ ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ସ୍ତରର ଖବରଦାତାମାନଙ୍କ ଏକ ଗୋଷ୍ଠୀ ନିଜକୁ କ୍ଲାଏଣ୍ଟ ପରିଚୟ ଦେଇ ତାଙ୍କ ସହ ଯୋଗସୂତ୍ର ସ୍ଥାପନ କରିବା ପରେ ଏହା ଉପରୁ ପରଦା ହଟାଇଛି।

ଗୋଇନ୍ଦା ସଂସ୍ଥା, ରାଜନୈତିକ କ୍ୟାମ୍ପେନ୍‌ ଓ ଘରୋଇ କମ୍ପାନୀଗୁଡ଼ିକରେ ଉପଲବ୍ଧ ଡେଟା ଜରିଆରେ ଜନମତ ପ୍ରଭାବିତ କରିବା ପାଇଁ ଚାଲିଥିବା ଅଭିଯାନକୁ ‘ବ୍ଲାକ୍‌ ଅପରେଶନ୍ସ’ ଭାବେ ଅଭିହିତ କରାଯାଇଛି। ଆଫ୍ରିକା, ଦକ୍ଷିଣ ଓ କେନ୍ଦ୍ରୀୟ ଆମେରିକା, ଆମେରିକା ଏବଂ ୟୁରୋପରେ ଏହାକୁ ବ୍ୟବହାର କରାଯାଇଥିବା ଜର୍ଜ କହିଛନ୍ତି। ତାଙ୍କ ଟିମ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ସେବା ହେଉଛି ସଫ୍ଟଓ୍ବେର ପ୍ୟାକେଜ୍‌, ଆଡ୍‌ଭାନ୍ସଡ୍‌ ମିଡିଆ ସୋଲ୍ୟୁଶନ୍ସ। ଟୁଇଟର୍‌, ଲିଙ୍କେଡ୍‌ଇନ୍‌, ଟେଲିଗ୍ରାମ୍‌, ଜିମେଲ୍‌, ଇଷ୍ଟାଗ୍ରାମ୍‌ ଓ ୟୁଟ୍ୟୁବ୍‌ରେ ଏହି ଟିମ୍‌ର ଅନେକ ହଜାର ଫେକ୍‌ ସୋସିଆଲ ମିଡିଆ ପ୍ରୋଫାଇଲ ରହିଛି। ଫ୍ରାନ୍ସର ଲେ ମୋଣ୍ଡେ, ଜର୍ମାନୀର ଡେର୍‌ ସ୍ପିଏଜେଲ୍‌ ଏବଂ ସ୍ପେନ୍‌ର ଏଲ୍‌ ପେସ୍‌ ସମେତ ୩୦ଟି ମିଡିଆ ହାଉସ୍‌ର ସାମ୍ବାଦିକମାନେ ଏହି ପ୍ରଘଟ କରିଛନ୍ତି। ଫ୍ରାନ୍ସର ‘ଫରବିଡେନ୍‌ ଷ୍ଟୋରିଜ୍‌’ ନାମକ ଏକ ଅଣଲାଭକାରୀ ସଂସ୍ଥା ନିର୍ଦ୍ଦେଶକ୍ରମେ ସେମାନେ ଅନୁସନ୍ଧାନ ଚଳାଇଥିଲେ।

ପ୍ରକାଶ ଯେ, ଏହା ପୂର୍ବରୁ ବ୍ରିଟେନ୍‌ର କନ୍‌ସଲ୍ଟିଂ ଫାର୍ମ କେମ୍ବ୍ରିଜ୍‌ ଆନାଲିଟିକା ଏକ ସଫ୍ଟଓ୍ବେର ବିକଶିତ କରିଥିଲା। ଉକ୍ତ ସଫ୍ଟଓ୍ବେରକୁ ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବେଳେ ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସପକ୍ଷରେ ଜନମତ ସୃଷ୍ଟି ପାଇଁ ଲଗାଯାଇଥିଲା। ପାଶ୍ଚାତ୍ୟର ନିର୍ବାଚନଗୁଡ଼ିକରେ ହସ୍ତକ୍ଷେପ କରିବା ଲାଗି ରୁଷିଆର ଓ୍ବାଗ୍‌ନର ଗ୍ରୁପ୍‌ ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନ୍‌ ଏକ କୁଖ୍ୟାତ ଟ୍ରୋଲ୍‌ ଫାର୍ମ ପ୍ରତିଷ୍ଠା କରିଥିବା ନେଇ ମଙ୍ଗଳବାର ସ୍ବୀକାର କରିଥିଲେ। ୨୦୨୧ରେ ଫରବିଡେନ୍‌ ଷ୍ଟୋରିଜ୍‌ ନେତୃତ୍ୱରେ ଏକ ଚାଞ୍ଚଲ୍ୟକର ପ୍ରଘଟ ହୋଇଥିଲା। ଇସ୍ରାଏଲ୍‌ର ଏନ୍‌ଏସ୍‌ଓ ଗ୍ରୁପ୍‌ ଟେକ୍ଲୋଲୋଜିଜ୍‌ ଦ୍ୱାରା ବିକଶିତ ପେଗାସସ୍‌ ସ୍ପାଏଓ୍ବେରକୁ ବିଶ୍ୱର ୫୦,୦୦୦ ବ୍ୟକ୍ତିଙ୍କ ବିରୋଧରେ ଗୁପ୍ତଚରଗିରି ପାଇଁ ବ୍ୟବହାର କରାଯାଇଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri